ଧରିବାର ଥିଲା ଟ୍ରେନ; ହେଲେ ଷ୍ଟେସନ ଉପରେ ପଡିଲା ମିସାଇଲ
Advertisement
Article Detail0/zeeodisha/odisha1149796

ଧରିବାର ଥିଲା ଟ୍ରେନ; ହେଲେ ଷ୍ଟେସନ ଉପରେ ପଡିଲା ମିସାଇଲ

 ଯେତେବେଳେ ଆକ୍ରମଣରେ ବ୍ୟବହୃତ କ୍ଷେପଣାସ୍ତ୍ର ମେଟ୍ରୋ ଷ୍ଟେସନ ଉପରେ ପଡିଲା ସେତେବେଳେ ସେଠାରେ ଅତି କମରେ ୨ ହଜାର ଲୋକ ଉପସ୍ଥିତ ଥିଲେ।

ଧରିବାର ଥିଲା ଟ୍ରେନ; ହେଲେ ଷ୍ଟେସନ ଉପରେ ପଡିଲା ମିସାଇଲ

ନୂଆଦିଲ୍ଲୀ: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୪୭ ଦିନ ପୂରଣ ହୋଇସାରିଛି। ଗତ ସପ୍ତାହରେ ପୂର୍ବ ୟୁକ୍ରେନସ୍ଥିତ ରାମତୋର୍ସ୍କ ସହରର ମେଟ୍ରୋ ଷ୍ଟେସନ ଉପରେ ଋଷିଆ ପକ୍ଷରୁ ହୋଇଛି କ୍ଷେପଣାସ୍ତ୍ର ଆକ୍ରମଣ। ଏହି ଘଟଣାର ପ୍ରତ୍ୟେକ୍ଷଦର୍ଶୀ ଏଭଳି ଭୟାନକ ଆକ୍ରମଣର ପ୍ରଭାବ କିପରି ଥିଲା ତାହା ବର୍ଣ୍ଣନା କରିଛନ୍ତି।   

ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିବା ଇୱାନ ସିଦୋରନେକୋ ପରିବାର ସଦସ୍ୟ କହିଛନ୍ତି ଯେ ଏହି ଆକ୍ରମଣରେ ୫୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିମ୍ବା ଶହେରୁ ଅଧିକ ଆହତ ହୋଇଥାଇ ପାରନ୍ତି। ହେଲେ ପ୍ରଥମ ଥର ସେମାନେ ପାଇଁ ବୁକ୍ କରିଥିବା ଟ୍ୟାକ୍ସି ଆସିଲା ନାହିଁ। ଏହି କାରଣରୁ ତାଙ୍କୁ ଆଉ ଏକ ଟ୍ୟାକ୍ସି ନେବାକୁ ପଡିଥିଲା,ଯେଉଁଥିପାଇଁ ସେ ଷ୍ଟେସନରେ ବିଳମ୍ବରେ ପହଞ୍ଚିବାରୁ ଏହି ଆକ୍ରମଣରୁ ରକ୍ଷା ପାଇଯାଇଥିଲେ।

ଇଭାନ ସିଦୋରନେକୋଙ୍କ ପରିବାର ପକ୍ଷରୁ କୁହାଯାଇଛି ଗତ ଶୁକ୍ରବାର ଦିନ ୧୧ଟା ସମୟରେ ଲୋକଙ୍କୁ ନିରାପଦରେ ସ୍ଥାନ ଛାଡିବା ଚଳାଯାଉଥିବା ଟ୍ରେନ ତାଙ୍କୁ ଧରିବାର ଥିଲା। ହେଲେ ଷ୍ଟେସନରେ ପହଞ୍ଚିବାକୁ ଥିବା ଟ୍ୟାକ୍ସି ଆସି ନଥିଲା ଏବଂ ଅନ୍ୟ ଟ୍ୟାକ୍ସି ପାଇବାକୁ ତାଙ୍କୁ ସମୟ ଲାଗିଥିଲା। ଏହି କାରଣରୁ ଇଭାନଙ୍କ ପରିବାର ସଦସ୍ୟ ମେଟ୍ରୋ ଷ୍ଟେସନ ଉପରେ ହୋଇଥିବା ଆକ୍ରମଣରୁ ରକ୍ଷା ପାଇଥିଲେ। ତାଙ୍କ ଅନୁଯାୟୀ, ତାଙ୍କ ପରିବାର ଷ୍ଟେସନରେ ପହଞ୍ଚିବାର ୩ ମିନିଟ ପୂର୍ବରୁ ଏହି ଆକ୍ରମଣ ହୋଥିଲା। ଯେତେବେଳେ ଆକ୍ରମଣରେ ବ୍ୟବହୃତ କ୍ଷେପଣାସ୍ତ୍ର ମେଟ୍ରୋ ଷ୍ଟେସନ ଉପରେ ପଡିଲା ସେତେବେଳେ ସେଠାରେ ଅତି କମରେ ୨ ହଜାର ଲୋକ ଉପସ୍ଥିତ ଥିଲେ।

Also Read: ରେଳ ଷ୍ଟେସନ ଉପରେ ଭୟାନକ ଆକ୍ରମଣ; ୩୦ ମୃତ, ୧୦୦ ଆହତ

ପରିବାର ଲୋକ କହିଛନ୍ତି  ଘଟଣାସ୍ଥଳରେ କାର ଜାଳିବା, ଜଳୁଥିବା କ୍ଷେପଣାସ୍ତ୍ରର ଅଂଶବିଶେଷ ଏବଂ ଜୀବନ ରକ୍ଷା କରିବା ପାଇଁ ଦୌଡୁଥିବା ଲୋକଙ୍କୁ ଦେଖିବାକୁ ପାଇଥିଲେ। ୟୁକ୍ରେନର ଉପ ପ୍ରଧାନମନ୍ତ୍ରୀ ଇରନା ବେରେସଚକ କହିଛନ୍ତି ଯେ ଶନିବାର ଦିନ ଦଶଟି ରାସ୍ତା ଦେଇ ବସ୍ ଚଳାଚଳ କରିବାକୁ ଯୋଜନା କରାଯାଇଥିବାବେଳେ ଲୋକଙ୍କୁ ଅନ୍ୟ ଷ୍ଟେସନରୁ ଟ୍ରେନ୍ ଯୋଗେ ସ୍ଥାନାନ୍ତର କରାଯାଉଛି। 

ମେଟ୍ରୋ ଷ୍ଟେସନ ଉପରେ ହୋଇଥିବା ଆକ୍ରମଣରେ ଜଡ଼ିତ ନଥିବା ଋଷିଆ ପକ୍ଷରୁ କୁହାଯାଇଛି। ଏନେଇ ମସ୍କୋ ପକ୍ଷରୁ ଅଭିଯୋଗ କରି କୁହାଯାଇଛି ୟୁକ୍ରେନ ସୈନ୍ୟ ମେଟ୍ରୋ ଷ୍ଟେସନ ଉପରେ ଆକ୍ରମଣ କରିଛନ୍ତି ଏବଂ ଏଥିପାଇଁ ସେମାନେ ଋଷିଆକୁ ଦାୟୀ କରିଛନ୍ତି।