ଗତ ଫେବଆରୀ ୨୪ ତାରିଖରୁ ଆରମ୍ଭ ହୋଇଥିବା ଋଷିଆ-ୟୁକ୍ରେନ ଯୁଦ୍ଧକୁ ୩ ମାସ ପୂରଣ ହେବାକୁ ଯାଉଛି।
Trending Photos
Volodymyr Zelensky at Davos Summit: ସ୍ୱୀଜରଲାଣ୍ଡସ୍ଥିତ ଡାଭୋସ ଠାରେ ଆୟୋଜିତ ହୋଇଥିବା ବିଶ୍ୱ ଅର୍ଥନୈତିକ ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନସ୍କି। ଏହି ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ସେ ୟୁକ୍ରେନ ସେନାକୁ ଅଧିକ ଅସ୍ତ୍ର ଯୋଗାଇବା ଏବଂ ଋଷିଆ ବିରୋଧରେ ସର୍ବାଧିକ ପ୍ରତିବନ୍ଧକ ଲଗାଇବାକୁ ଦାବି ଉଠାଇଛନ୍ତି। ଗତ ଫେବଆରୀ ୨୪ ତାରିଖରୁ ଆରମ୍ଭ ହୋଇଥିବା ଋଷିଆ-ୟୁକ୍ରେନ ଯୁଦ୍ଧକୁ ୩ ମାସ ପୂରଣ ହେବାକୁ ଯାଉଛି। ଏହି ଯୁଦ୍ଧ କାରଣରୁ ପ୍ରାୟ ୬.୫ ମିଲିୟନ ଲୋକ ଏହି ପୂର୍ବ ୟୁରୋପୀୟ ଦେଶ ଛାଡି ପଳାୟନ କରିଥିବା କହିଛି ଜାତିସଂଘ ଶରଣାର୍ଥୀ ଏଜେନ୍ସି।
ଋଷିଆ ସହ ଚାଲିଥିବା ଯୁଦ୍ଧ ପ୍ରତିକ୍ରିୟା ରଖି ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନସ୍କି କହିଛନ୍ତି ଯଦି ଏହି ଘଟଣାରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଥାନ୍ତା ତାହେଲେ ହଜାର ହଜାର ଲୋକଙ୍କ ଜୀବନ ବଞ୍ଚିଯାଇଥାନ୍ତା। ଏହି ଯୁଦ୍ଧ ଦର୍ଶାଉଛି ଯେ ଆକ୍ରମଣର ସମ୍ମୁଖୀନ ହେଉଥିବା ଦେଶକୁ ଯେତେ ଶୀଘ୍ର ଅସ୍ତ୍ରଶସ୍ତ୍ର, ଅର୍ଥ, ରାଜନୈତିକ ସମର୍ଥନ ଯୋଗାଇ ଦିଆଯିବ ସହ ଋଷିଆ ବିରୋଧରେ ସର୍ବାଧିକ ପ୍ରତିବନ୍ଧକ ଲଗାଇବା ଆବଶ୍ୟକ। ଯଦି ଆମେ ଚାହୁଁଥିବା ଶତ ପ୍ରତିଶତ ସହୟତା ଆମକୁ ଫେବୃଆରୀରେ ମିଳି ଯାଇଥାନ୍ତା ତାହେଲେ ଯୁଦ୍ଧରେ ହଜାର ହଜାର ଲୋକଙ୍କ ଜୀବନ ବଞ୍ଚି ଯାଇଥାନ୍ତା।
Also Read: Russia Ukraine War ବେଳେ କେଉଁଠି ଅଛନ୍ତି ରାଷ୍ଟ୍ରପତି ଭୋଲଡିମିର୍ ଜେଲେନସ୍କି?
ଯୁଦ୍ଧ ଲାଗି ଆମେ ସମସ୍ତ ପ୍ରକାର ଅସ୍ତ୍ରଶସ୍ତ୍ର ଚାହୁଁଥିଲୁ। ହେଲେ ଆମକୁ ଆମେ ଚାହୁଁଥିବା କୌଣସି ଗୋଟିଏ ହେଲେ ମଧ୍ୟ ହତିଆର ମିଳିନଥିଲା। ଗତ ୧୭ ତାରିଖରେ ଦେଶର ଉତ୍ତର ଭାଗରେ ଅବସ୍ଥିତ ସୈନ୍ୟ ଶିବିର ଉପରେ ଋଷିଆ ପକ୍ଷରୁ କରାଯାଇଥିବା ବିମାନ ଆକ୍ରମଣରେ ୮୭ ଲୋକଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନସ୍କି।
ତୈଳ ସମ୍ପଦରେ ସମୃଦ୍ଧ ଋଷିଆ ଏବଂ ଏହାର ବ୍ୟାଙ୍କ ସମେତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ଉପରେ ପ୍ରତିବନ୍ଧକ ଲଗାଯିବା ସହ ସେଠାରେ କାର୍ଯ୍ୟ କରୁଥିବା ବିଦେଶୀ କମ୍ପାନୀ ସେହି ଦେଶ ଛାଡ଼ିବା ଲାଗି ଆହ୍ୱାନ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନସ୍କି। ଏନେଇ ସେ କହିଛନ୍ତି ମୁଁ ଭାବୁଛି ଋଷିଆ ସହିତ କୌଣସି ବାଣିଜ୍ୟ ବ୍ୟବସାୟ ନହେବ ଆବଶ୍ୟକ। ଋଷିଆ ବିରୋଧରେ ସେପରି କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ ହେଲେ ଏହା ଲଗାଯିବା ଆବଶ୍ୟକ।
Also Read: War Against Russia: Ukraine କୁ କେଉଁ ଦେଶ ଯୋଗାଉଛନ୍ତି ଘାତକ ହତିଆର?
ୟୁକ୍ରେନ ବିରୋଧି ଯୁଦ୍ଧ ଆରମ୍ଭ ହୋଇଯିବା ପରେ ଆମେରିକା, ବ୍ରିଟେନ, କାନାଡ଼ ଭଳି ଦେଶ ଋଷୀୟ ତୈଳ-ଗ୍ୟାସ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ମାତ୍ର ୟୁରୋପୀୟ ସଂଘ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଛି। କାରଣ ଏହି ସଂଘରେ ସାମିଲ ଥିବା ଜର୍ମାନୀ-ହଙ୍ଗେରୀ ଭଳି ସଦସ୍ୟ ଦେଶ ତୈଳ-ଗ୍ୟାସ ଯୋଗାଣ ଲାଗି ଋଷିଆ ଉପରେ ବହୁମାତ୍ରାରେ ନିର୍ଭରଶୀଳ।
Also Read: ସେହି ୫ ମହାଶକ୍ତି ଯାହାଙ୍କ ବଳରେ ବଳୀୟାନ Ukraine
ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନସ୍କିଙ୍କ ଆହ୍ୱାନ କ୍ରମେ ୟୁରୋପୀୟ ସଂଘ ଆମେରିକା, ବ୍ରିଟେନ, କାନାଡ଼ ଭଳି ଋଷିଆ ବିରୋଧରେ ଯୁଦ୍ଧ ପାଇଁ ପ୍ରତିବନ୍ଧକ ଲଗାଇବା ନା ନାହିଁ ତାହାର କୌଣସି ସ୍ପଷ୍ଟ ଜବାବ ମିଳି ପାରୁନାହିଁ। କାରଣ କେବଳ ଜର୍ମାନୀ-ହଙ୍ଗେରୀ ନୁହଁନ୍ତି ଫ୍ରାନ୍ସ-ଇଟାଲୀ ଭଳି ପ୍ରମୁଖ ୟୁରୋପୀୟ ଦେଶ ମଧ୍ୟ ଉଣା ଅଧିକେ ତୈଳ-ଗ୍ୟାସ ପାଇବା ପାଇଁ ଋଷିଆ ଉପରେ ଅନେକାଂଶରେ ନିର୍ଭରଶୀଳ।