Joe Biden: ସୁରକ୍ଷାରେ ବଡ଼ ତ୍ରୁଟି, ଜୋ ବାଇଡେନଙ୍କ କାରକେଡକୁ ଧକ୍କା ଦେଲା କାର୍
Advertisement

Joe Biden: ସୁରକ୍ଷାରେ ବଡ଼ ତ୍ରୁଟି, ଜୋ ବାଇଡେନଙ୍କ କାରକେଡକୁ ଧକ୍କା ଦେଲା କାର୍

Joe Biden:  ଘଟଣା ସମୟରେ ଏକ ଫୋର୍ଡ କାର ବାଇଡେନଙ୍କ କାରକେଡ ଲାଗିଥିବା ସ୍ଥାନକୁ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲା। ତେବେ ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସିକ୍ରେଟ ସର୍ଭିସ ବ୍ୟକ୍ତି ଅସ୍ତ୍ରଶସ୍ତ୍ର ସହ କାରକୁ ଘେରି ଯାଇଥିଲେ। 

 

Joe Biden: ସୁରକ୍ଷାରେ ବଡ଼ ତ୍ରୁଟି, ଜୋ ବାଇଡେନଙ୍କ କାରକେଡକୁ ଧକ୍କା ଦେଲା କାର୍

Joe Biden: ଆମେରିକାର ଡେଲାୱେରର ୱିଲମିଙ୍ଗଟନରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ (US President Joe Biden)  କାରକେଡର ଏକ ଅଂଶ ସହିତ ଏକ କାର ମୁହାଁମୁହିଁ ଧକ୍କା ହୋଇଥିଲା। ରବିବାର ତାରିଖ ଅର୍ଥାତ୍ ଡିସେମ୍ବର ୧୭ ରେ ବାଇଡେନ ତାଙ୍କ ପତ୍ନୀ ଜିଲ ବାଇଡେନଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଫେରୁଥିଲେ। ଏକ ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥାର ରିପୋର୍ଟ ଅନୁଯାୟୀ ଉଭୟଙ୍କର କୌଣସି କ୍ଷୟକ୍ଷତି ହୋଇନାହିଁ। ଘଟଣା ସମୟରେ ଏକ ଫୋର୍ଡ କାର ବାଇଡେନଙ୍କ କାରକେଡ ଲାଗିଥିବା ସ୍ଥାନକୁ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲା। ତେବେ ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସିକ୍ରେଟ ସର୍ଭିସ ବ୍ୟକ୍ତି ଅସ୍ତ୍ରଶସ୍ତ୍ର ସହ କାରକୁ ଘେରି ଯାଇଥିଲେ। 

ଏହାସହ ଫୋର୍ଡ କାର୍ (Ford Car) ଭିତରେ ଥିବା ବ୍ୟକ୍ତିଙ୍କୁ ହାତ ଉପରକୁ କରି ସରେଣ୍ଡର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟ ମଧ୍ୟରେ ଜୋ ବାଇଡେନ ଓ ତାଙ୍କ ପତ୍ନୀଙ୍କୁ ଅନ୍ୟ ଏକ କାରକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଏ ଘଟଣା କାହିଁକି ଘଟିଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। 

 

ପୂର୍ବବର୍ଷ ବି ଘଟିଥିଲା ସମାନ ଘଟଣା
ଗତ ବର୍ଷ ଏକ ଛୋଟ ଘରୋଇ ବିମାନ(Private Airline) ହଠାତ୍ ଡେଲାୱେରରେ ବାଇଡେନଙ୍କ ପ୍ରତିବନ୍ଧିତ ଏୟାରକ୍ରାଫ୍ଟ ଅଞ୍ଚଳରେ ପ୍ରବେଶ କରିଥିଲା।  ଏହା ପରେ ରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀଙ୍କୁ ବାହାରକୁ ନିଆଯାଇଥିଲା। ସିକ୍ରେଟ ସର୍ଭିସ କହିଛି ଯେ ଏକ ବିମାନ ଭୁଲରେ ସୁରକ୍ଷିତ ଅଞ୍ଚଳରେ ପ୍ରବେଶ କରିଥିଲା। ଏଥିରୁ ବାଇଡେନ ଏବଂ ତାଙ୍କ ପରିବାର ପ୍ରତି କ କୌଣସି ବିପଦ ନଥିଲା। ଏହି ଘଟଣା ପରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିଲା ଏବଂ ବାଡେନଙ୍କ ପରିବାରକୁ ରେହୋବୋଥ ବିଚରେ ଥିବା ସେମାନଙ୍କ ଘରକୁ ପଠାଯାଇଥିଲା। ସଂଘୀୟ ନିୟମାବଳୀ  ଅନୁସାରେ ପାଇଲଟ ମାନଙ୍କୁ ବିମାନ ଉଡ଼ାଣ ପୂର୍ବରୁ ସେମାନଙ୍କ ମାର୍ଗରେ ବିମାନ ପ୍ରତିବନ୍ଧକ ଯାଞ୍ଚ କରିବା ଆବଶ୍ୟକ କରିଥାନ୍ତି। ରାଷ୍ଟ୍ରପତିଙ୍କ (America President) ଚାରିପାଖରେ ଉଡ଼ାଣ ପ୍ରତିବନ୍ଧକକୁ ଉଲ୍ଲଂଘନ କରୁଥିବା ଯେକୌଣସି ବିମାନକୁ ଅଟକାଇବା ପାଇଁ ଆମେରିକାର ସାମରିକ ଜେଟ ଏବଂ କୋଷ୍ଟଗାର୍ଡ ହେଲିକପ୍ଟର ବ୍ୟବହାର କରାଯାଇଥାଏ। 

Also Read: ପ୍ରେମିକାକୁ ରାସ୍ତା ଉପରେ ହତ୍ୟା ଉଦ୍ୟମ ଘଟଣା, ଅଭିଯୁକ୍ତ ଅଶ୍ବଜିତ୍ ଗିରଫ

Also Read: Sajjan Jindal: କାହିଁକି ଗିରଫ ହେଲେ ସଜ୍ଜନ୍ ଜିନ୍ଦଲ? ଜାଣନ୍ତୁ ପୂରା ଘଟଣାକ୍ରମ...