ପୁଣି ରାଷ୍ଟ୍ରପତି ହେବେ ଟ୍ରମ୍ପ, ୨୦୨୫ରେ ଧ୍ୱଂସ ହୋଇଯିବ ଦୁନିଆ: ଭବିଷ୍ୟବକ୍ତା
Advertisement
Article Detail0/zeeodisha/odisha772425

ପୁଣି ରାଷ୍ଟ୍ରପତି ହେବେ ଟ୍ରମ୍ପ, ୨୦୨୫ରେ ଧ୍ୱଂସ ହୋଇଯିବ ଦୁନିଆ: ଭବିଷ୍ୟବକ୍ତା

ଆଗାମୀ ୫ ବର୍ଷ ପରେ ଉଲକାପିଣ୍ଡ ପୃଥିବୀରେ ଜୀବନ ଶେଷ କରିବ।

ପୁଣି ରାଷ୍ଟ୍ରପତି ହେବେ ଟ୍ରମ୍ପ, ୨୦୨୫ରେ ଧ୍ୱଂସ ହୋଇଯିବ ଦୁନିଆ: ଭବିଷ୍ୟବକ୍ତା

ନୂଆଦିଲ୍ଲୀ: ଚଳିତ ବର୍ଷ ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ହେବାକୁ ବିଶ୍ୱର ସମୃଦ୍ଧିଶାଳୀ ଲୋକତନ୍ତ୍ର ଭାବେ ପରିଚିତ ଯୁକ୍ତରାଷ୍ଟ୍ର ଆମେରିକା-ୟୁଏସଏ (USA-United States of America) ରାଷ୍ଟ୍ରପତି ନିର୍ବାଚନ (President Election)। ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଥିବା ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) ପରାସ୍ତ ହେବା ନେଇ ଅନୁମାନ କରିଛନ୍ତି ନିର୍ବାଚନ ଭବିଷ୍ୟବକ୍ତା।  

ଯଦି ଆମେ ଭବିଷ୍ୟବାଣୀ କରୁଥିବା ବ୍ୟକ୍ତିଙ୍କ ବିଷୟରେ ଆଲୋଚନା କରିବା ତାହାଲେ ଦୁଇ ଜଣ ବଡ ଭବିଷ୍ୟ‌ବକ୍ତା (Fore Caster) ମଧ୍ୟ ଟ୍ରମ୍ପଙ୍କ ପରାଜୟ ବାବଦରେ କହିଛନ୍ତି। ହେଲେ ଏଭଳି ପରିସ୍ଥିତିରେ ଆମେରିକୀୟ ଟିଭି ପଣ୍ଡିତ (American TV pandit) ଭାବେ ଜଣାଶୁଣା ପ୍ୟାଟ ରବର୍ଟସନ (Pat Robertson) ଙ୍କ ପକ୍ଷରୁ କରାଯାଇଥିବା ଭବିଷ୍ୟବାଣୀ (Fore Casting) ଏହେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।  

ଟିଭି ପଣ୍ଡିଚ ରବର୍ଟସନଙ୍କ ପକ୍ଷରୁ କରାଯାଇଥିବା ଭବିଷ୍ୟବାଣୀ ସେ କହିଛନ୍ତି ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା  ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ କେହି ଏଥର ଜିତିବାରୁ ଅଟକାଇ ପାରିବେ ନାହିଁ। କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଆଗାମୀ ୫ ବର୍ଷ ପରେ ଉଲକାପିଣ୍ଡ (Asteroid) ପୃଥିବୀରେ ଜୀବନ ଶେଷ କରିବ।

ଟିଭି ପଣ୍ଡିତ ରବର୍ଟସନଙ୍କ ପକ୍ଷରୁ କରାଯାଇଥିବା ଭବିଷ୍ୟବାଣୀ ସମଗ୍ର ବିଶ୍ୱ ପାଇଁ ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ଅବିଶ୍ୱସନୀୟ। ଅତୀତରେ ନାସ୍ତ୍ରୋଦମସ୍ (Nostradamus) କିମ୍ବା ପ୍ରଫେସର କିରୋ ଅଥବା ଅନ୍ୟାନ୍ୟ ଭବିଷ୍ୟବକ୍ତାଙ୍କ ପକ୍ଷରୁ ମଧ୍ୟ  ଏନେଇ କୌଣସି ଭବିଷ୍ୟବାଣୀ କରାଯାଇନାହିଁ ଯାହା ସେ କହିଛନ୍ତି। ରବର୍ଟସନଙ୍କ କହିବା ଅନୁସାରେ ଆସନ୍ତା ୪ ବର୍ଷ ପରେ ଅର୍ଥାତ ୨୦୨୫ରେ ଦୁନିଆ ସମାପ୍ତ ହୋଇଯିବ। ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନିର୍ବାଚନରେ ଜିତିବା ନେଇ ତାଙ୍କ ପକ୍ଷରୁ ଯଦିଓ କୁହାଯାଇଛି, ହେଲେ ଆମେରିକାରେ ଏବେ ବର୍ତ୍ତମାନ ରାଷ୍ଟ୍ରମୁଖ୍ୟଙ୍କ ବିରୋଧରେ ସ୍ୱର ତେଜିବାରେ ଲାଗିଛି। 

ପ୍ୟାଟ୍ ରବର୍ଟସନ ଆମେରିକୀୟ ନାଗରିକଙ୍କୁ ଚଳିତ ବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଯଥାସମ୍ଭବ ଭୋଟ୍ ଦେବାକୁ ନିବେଦନ କରିଛନ୍ତି। ସେ ବିଶ୍ୱାସ କରନ୍ତି ସଠିକ୍ ନିର୍ବାଚନ ସେତେବେଳେ ହେବ ଯେତେବଳେ ଅଧିକ ମାତ୍ରାରେ ଲୋକ ଭୋଟ ଦେବାକୁ ନିଜ ଘରୁ ବାହାରକୁ ଆସିବେ ଏବଂ ଏଭଳି ପରିସ୍ଥିତିରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ସୁନିଶ୍ଚିତ।