ବାଇଡେନଙ୍କୁ ପରମାଣୁ ବୋମାରେ ସ୍ୱାଗତ କରିବେ କିମ ଜଙ୍ଗ ଉନ!
ବାଇଡେନଙ୍କୁ ପରମାଣୁ ବୋମା ଦ୍ୱାରା ସ୍ୱାଗତ କରିବାକୁ ଯୋଜନା କରିଛନ୍ତି କିମ। ଏପରି କାମ କରିବା ପଛରେ ରହିଥିବା କାରଣ ହେଉଛି ପୁଣି ଥରେ ଆମେରିକା ସହ ସାମରିକ ପ୍ରତିଦ୍ୱନ୍ଦିତା କରିବାକୁ ଯୋଜନା କରିଛନ୍ତି ଉତ୍ତର କୋରିଆର ଏହି ଏକଛତ୍ରବାଦୀ ଶାସକ।
ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରୀ ୨୦ ତାରିଖରେ ଶପଥ ନେବାକୁ ଯାଉଛନ୍ତି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ପରିଚିତ ଯୁକ୍ତରାଷ୍ଟ୍ର ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ। ଦେଶର ଶାସନ ଭାର ଗ୍ରହଣ କରିବା ପ୍ରସ୍ତାବିତ ରାଷ୍ଟ୍ରପତିଙ୍କୁ ବାଇଡେନଙ୍କୁ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଶୁଭେଚ୍ଛା ଜଣାଇଛନ୍ତି।
ଏହିକ୍ରମରେ ଆମେରିକାର ନୂତନ ରାଷ୍ଟ୍ରପତିଙ୍କୁ ଏକ ଭିନ୍ନ ଉପାୟରେ ସ୍ୱାଗତ କରିବାକୁ ଯୋଜନା କରିଛନ୍ତି ଦେଶର ଅନ୍ୟତମ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉଙ୍ଗ। ବାଇଡେନଙ୍କୁ ପରମାଣୁ ବୋମା ଦ୍ୱାରା ସ୍ୱାଗତ କରିବାକୁ ଯୋଜନା କରିଛନ୍ତି କିମ। ଏପରି କାମ କରିବା ପଛରେ ରହିଥିବା କାରଣ ହେଉଛି ପୁଣି ଥରେ ଆମେରିକା ସହ ସାମରିକ ପ୍ରତିଦ୍ୱନ୍ଦିତା କରିବାକୁ ଯୋଜନା କରିଛନ୍ତି ଉତ୍ତର କୋରିଆର ଏହି ଏକଛତ୍ରବାଦୀ ଶାସକ।
ଆମେରିକା ଉପରେ ଉତ୍ତର କୋରିଆ କରିବ ପରମାଣୁ ଆକ୍ରମଣ। ଦେଶର ରାଜଧାନୀ ପ୍ୟୋଙ୍ଗୟାଙ୍ଗ ଠାରେ ଆୟୋଜିତ କ୍ଷମତାସୀନ ୱାକର୍ସ ପାର୍ଟିକୁ ସମ୍ବୋଧନ କରିବା ଅବସରରେ ଏନେଇ ଇସାରା ଦେଇଛନ୍ତି କିମ। ଏହା ସହିତ ସେ କହିଛନ୍ତି ଆମେରିକାରେ ସରକାର ବଦଳିଲେ ଉତ୍ତର କୋରିଆ ଉପରେ ଏହାର କୌଣସି ପ୍ରଭାବ ପଡେନାହିଁ।
Also Read: ପରମାଣୁ ପରୀକ୍ଷଣକୁ ନେଇ ପୁଣି ଚର୍ଚ୍ଚାରେ ଉତ୍ତର କୋରିଆ, ଭାଇରାଲ ସାଟେଲାଇଟ ଫଟୋକୁ ନେଇ ଚର୍ଚ୍ଚା
KCNA ନ୍ୟୁଜ ଏଜେନ୍ସି ରିପୋର୍ଟ ଅନୁସାରେ କିମ କହିଛନ୍ତି ଆମେରିକା ସବୁବେଳେ ଉତ୍ତର କୋରିଆର ପ୍ରଥମ ଶତ୍ରୁ ହୋଇରହିଛି। ହ୍ୱାଇଟ ହାଉସ ଦାୟିତ୍ୱରେ କିଏ ରହିଲେ ଆମେରିକାର ଶତ୍ରୁତା ପୂର୍ଣ୍ଣ ନୀତି ବଦଳିବାର ନାହିଁ। ଆମର ଲକ୍ଷ୍ୟ ହେଉଛି ଆମେରିକାକୁ ଦବାଇ ରଖିବା। କାରଣ ଆମେରିକା ସବୁ ବେଳେ ଉତ୍ତର କୋରିଆ ବିରୁଦ୍ଧରେ ଶତ୍ରୁତା ପୂର୍ଣ୍ଣ ଆଚରଣ କରିବା ସହ ଦେଶର ବିକାଶରେ ବାଧକ ସାଜିଛି।
ଚଳିତ ୨୦୨୧ ଜାନୁଆରୀ ୨୦ ତାରିଖରେ ରାଷ୍ଟ୍ରପତି ବାଇଡେନ ଶପଥ ନେବାକୁ ଯାଉଥିବା ବେଳେ ତାଙ୍କର ସ୍ୱାଗତ କରିବା ପାଇଁ ପରମାଣୁ ବୋମା କିମ୍ବା କ୍ଷେପଣାସ୍ତ୍ର ପରୀକ୍ଷା ଦ୍ୱାରା କରିବାକୁ ଯୋଜନା କରିଛନ୍ତି କିମ। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବାରାକ ଓବାମାଙ୍କ ଶପଥ ଗ୍ରହଣ ଅବସରେ କ୍ଷେପଣାସ୍ତ୍ର ପରୀକ୍ଷଣ କରି ସେମାନଙ୍କୁ ସ୍ୱାଗତ କରିଥିଲା ଉତ୍ତର କୋରୀୟ ଏକଛତ୍ରବାଦୀ ଶାସକ।
ଓବାମାଙ୍କ ରାଷ୍ଟ୍ରପତିତ୍ୱ ସମୟରେ ତାଙ୍କର ସହଯୋଗୀ ଭାବେ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ ବାଇଡେନ। ସେ ଏବେ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଥିବା ବେଳେ ତାଙ୍କର ସ୍ୱାଗତ ପାଇଁ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ଯୋଜନା କରିଛନ୍ତି ଉତ୍ତର କୋରିଆ ଶାସକ। ଏପରିକି ବଡ ଧରଣର ବିସ୍ଫୋରଣ କରି ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଦୋହଲାଇଦେବାକୁ ଷଡଯନ୍ତ୍ର କରିଛନ୍ତି କିମ।
Also Read: କିମ୍ ଜୋନଙ୍କ କାରନାମା: ଉତ୍ତର କୋରିଆରେ ଖାଦ୍ୟ ସଂକଟ ଦୂର କରିବା ପାଇଁ ଜାରି କଲେ ଅଦ୍ଭୂତ ନିୟମ
ଶତ୍ରୁ ପକ୍ଷଙ୍କୁ ଜବାବ ଦେବା ଲାଗି ମାରଣାସ୍ତ୍ର ନିର୍ମାଣରେ ବିଶ୍ୱାସ ରଖୁଥିବା କିମ୍ ୧୫ ହଜାର କିଲୋମିଟର ଦୂରତା ପର୍ଯ୍ୟନ୍ତ ଳକ୍ଷ୍ୟଭେଦ କରିବାର କ୍ଷମତା ରଖୁଥିବା ବାଲାଷ୍ଟିକ କ୍ଷେପଣାସ୍ତ୍ର ବିକଶିତ କରିଛନ୍ତି। ଏବା ଆମେରିକା ବିରୁଦ୍ଧରେ ବ୍ୟବହାର କରାଯିବା ସଙ୍କେତ ଦେଇଛନ୍ତି କିମ। ଆମେରିକା ରାଷ୍ଟ୍ରପତି ଭାବେ ବାଇଡେନ ନିର୍ବାଚିତ ହେବା ପରେ କିମ ବିଚଳିତ ହୋଇପଡିଛନ୍ତି।
ବିଜୟୀ ଆମେରିକୀୟ ରାଷ୍ଟ୍ରପତି ବାଇଡେନଙ୍କୁ ପାଗଳ କୁକୁର ବୋଲି ଆକ୍ଷେପ କରିଛନ୍ତି କିମ। ନିର୍ବାଚନ ପ୍ରଚାର ସମୟରେ ଆମେରିକା ରାଷ୍ଟ୍ରପତି ପ୍ରତିଦ୍ୱନ୍ଦ୍ୱୀ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମଙ୍କୁ ଦୁନିଆକ ସବୁଠୁ ବଡ ଠକ ବୋଲି କଟାକ୍ଷ କରିଥିଲେ। ଶବ୍ଦବାଣ ପରେ ଏବେ ମାରଣାସ୍ତ୍ର ପରୀକ୍ଷଣ କରି ଆମେରିକାକୁ ଚ୍ୟାଲେଞ୍ଜ ଦେବା ଲାଗି ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଲେଣୀ କିମ।
ଅସ୍ତ୍ରଶସ୍ତ୍ର ପରୀକ୍ଷଣ ଦ୍ୱାରା ପୁଣି ଥରେ ଆମେରିକା-ଉତ୍ତର କୋରିଆ ମୁହାଁମୁହିଁ ହେବା ପରେ କୋରୀୟ ଉପଦ୍ୱୀପରେ ଉତ୍ତେଜନା ବଢିଯାଇଛି। ଉତ୍ତର କୋରୀୟ ନ୍ୟୁଜ ଏଜେନ୍ସି KCNA ରିପୋର୍ଟ ଅନୁସାରେ ଶାସକ କିମ୍ ଖୁବ ଶୀଘ୍ର ପରମାଣୁ କ୍ଷମତାସମ୍ପନ୍ନ ବୁଡା ଜାହାଜ ପରୀକ୍ଷଣ କରିବେ। ଯାହାର ନିର୍ମାଣ ଶେଷ ହୋଇସାରିଛି।
Also Read: ନୂଆବର୍ଷରେ ଆମେରିକା ବ୍ୟବହାରକୁ ଗ୍ୟାଙ୍ଗଷ୍ଟର କହିଲା ଉତ୍ତର କୋରିଆ
ଆକାଶ ମାର୍ଗରେ ଆମେରିକାକୁ ଚ୍ୟାଲେଞ୍ଜ ଦେବା ସହଜ ନୁହେଁ। କାରଣ ପ୍ରତିଦ୍ୱନ୍ଦ୍ୱୀ ଦେଶ ପାଖରେ ଏପରି ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ସାଟେଲାଇଟ ରହିଛି ଯାହା ଉତ୍ତର କୋରିଆର କ୍ଷେପଣାସ୍ତ୍ରକୁ ଏହାର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ନିଷ୍କ୍ରିୟ କରିଦେବ। ଏହାକୁ ନଜରରେ ରଖି ଏବେ ଜଳଭାଗରେ ଶତ୍ରୁ ପକ୍ଷଙ୍କୁ ଜବାବ ଦେବାକୁ ଯୋଜନା କରିଛନ୍ତି ଉତ୍ତର କୋରୀୟ ଶାସକ।
ନିଜର ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଇ କିମ୍ ପରମାଣୁ କ୍ଷମତାସମ୍ପନ୍ନ ବୁଡାଜାହାଜ ବିକଶିତ କରୁଛନ୍ତି। ଯାହା ମାଧ୍ୟମରେ ସମୁଦ୍ରକୂଳରେ ଅବସ୍ଥିତ ଥିବା ସୈନ୍ୟ ଆଡ୍ଡା ଉପରେ ଆକ୍ରମଣ କରାଯାଇପାରିବ। ଉତ୍ତର କୋରିଆ ନଜର ଏବେ ଆମେରିକାର ଗୁଆମ ଦ୍ୱୀପରେ ଥିବା ସୈନ୍ୟ ଶିବିର ରହିଛି। ଯଦି ଏହାକୁ ଆକ୍ରମଣରେ ନଷ୍ଟ କରି ଦିଆଯାଏ ତାହେଲେ ଯୁଦ୍ଧ ଲଢିବାକୁ ଆମେରିକା ସାହାସ କରିବ ନାହିଁ।
Also Read: କିମ୍ ଜଙ୍ଗ ଉନଙ୍କୁ ଭେଟିବେ ଜାପାନ ପ୍ରଧାନମନ୍ତ୍ରୀ, ଆମେରିକାର ଚାଲକୁ ନେଇ ଚର୍ଚ୍ଚା
ଉତ୍ତର କୋରିଆ ଠାରୁ ୩୪୩୦ କିଲୋମିଟର ଦୂରରେ ରହିଛି ଗୁଆମ ଦ୍ୱୀପ। କିମଙ୍କ ପାଖରେ ୧୦ ହଜାର କିଲୋମିଟର ଦୂରତାକୁ ଲକ୍ଷ୍ୟ ଭେଦ କରିପାରୁଥିବା କ୍ଷେପଣାସ୍ତ୍ର ରହିଛି ହେଲେ ସମୁଦ୍ର ପଥରେ ଆମେରିକା ଉପରେ ଆକ୍ରମଣ କରିବାକୁ ଯୋଜନା କରିଛନ୍ତି କିମ। ପରମାଣୁ ବୋମା ନିର୍ମାଣ କରିବାରୁ ବାଦପଡିନାହାଁନ୍ତି କିମ। ଯଦିଓ ଉତ୍ତର କୋରିଆ ନିକଟରେ ୬୦ ପରମାଣୁ ବୋମାଥିବାର କୁହାଯାଉଛି ମାତ୍ର ଏହି ସଂଖ୍ୟା ପାଖାପାଖି ୧୦୦ ହୋଇପାରେ ବୋଲି କୁହାଯାଉଛି।
Also Read: ଆମେରିକାର ଗୁଆମ ଏୟାରବେସରେ ଚୀନର ଆକ୍ରମଣ! ଭିଡିଓ ଜାରି...
ଏହାକୁ ଛାଡି ହାଇପରସୋନିକ ମିସାଇଲ ନିର୍ମାଣ, ଆନ୍ତମହାଦେଶୀୟ କ୍ଷେପଣାସ୍ତ୍ର ସହ ଗୁଇନ୍ଦା ସାଟେଲାଇଟ ବିକାଶ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି କିମ। ତାଙ୍କର ଏହି ମିସାଇଲ ୨୫ ମିଟର ଲମ୍ବା ଏବଂ ଏହା ୨୦୦୦-୩୫୦୦ କିଲୋଗ୍ରାମ ବୋମା ବିସ୍ଫୋରକ ବହନ କରିବାକୁ ସକ୍ଷମ।