ନୂଆବର୍ଷରେ ଆମେରିକା ବ୍ୟବହାରକୁ ଗ୍ୟାଙ୍ଗଷ୍ଟର କହିଲା ଉତ୍ତର କୋରିଆ
Advertisement
Article Detail0/zeeodisha/odisha618470

ନୂଆବର୍ଷରେ ଆମେରିକା ବ୍ୟବହାରକୁ ଗ୍ୟାଙ୍ଗଷ୍ଟର କହିଲା ଉତ୍ତର କୋରିଆ

ଆମେରିକା ଉତ୍ତର କୋରିଆକୁ କୌଣସି ଜବାବ ଦେଉନାହିଁ ।

ନୂଆବର୍ଷରେ ଆମେରିକା ବ୍ୟବହାରକୁ ଗ୍ୟାଙ୍ଗଷ୍ଟର କହିଲା ଉତ୍ତର କୋରିଆ

ପ୍ରଦ୍ୟୁମ୍ନ କୁମାର ମାଝୀ, ନୂଆଦିଲ୍ଲୀ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ  ନିଜ ଦଳର ବରିଷ୍ଠ ନେତାଙ୍କ ସହ ବୈଠକ କରିଛି । ଉକ୍ତ ବୈଠକରେ  ଆମେରିକା ସହ ସମ୍ପର୍କ ବିଷୟରେ ଆଲୋଚନା ହୋଇଛି । ଯେଉଁଥିରେ ଉତ୍ତର କୋରିଆ ପରମାଣୁ କାର୍ଯ୍ୟକ୍ରମ ଉପରେ ଦ୍ୱିତୀୟଥର ପାଇଁ କଥା ହେବାକୁ ଅପିଲ୍ କରିଛି । ହେଲେ ଆମେରିକା ଉତ୍ତର କୋରିଆକୁ କୌଣସି ଜବାବ ଦେଉନାହିଁ ।

ନୂଆବର୍ଷରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ଘୋଣା କରିଛନ୍ତି, ଆମେ ନୂତନ ଜ୍ଞାନକୌଶଳରେ ହତିଆର ନିର୍ମାଣ କରିବୁ । ସେପଟେ ଉତ୍ତର କୋରିଆକୁ ଟ୍ରମ୍ପ ସିଙ୍ଗାପୁର ଚୁକ୍ତିକୁ ମନେପକାଇଦେଇଛନ୍ତି । ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ ପ୍ରିମ ଲିଡର କିମ୍ ଜୋଙ୍ଗ ଉନ୍ ଘୋଷଣା କରିଛନ୍ତି ତାଙ୍କର ଏଜେନ୍ସି ଅତ୍ୟାଧୁନିକ ହତିଆର ଉପରେ କାମ କରିବେ । ଗତବର୍ଷ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ ସମୟରେ ଉତ୍ତର କୋରିଆ ନିଜର ପରମାଣୁ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇବାକୁ କହିଥିଲା । ହେଲେ ବର୍ଷର ପରିବର୍ତ୍ତନ ସହ ଉତ୍ତର କୋରିଆ ତାର ନୀତିରେ ପରିବର୍ତ୍ତନ କରିଛି , ଏବଂ ନୂଆ ଜ୍ଞାନକୌଶଳରେ କାମ କରିବାକୁ କହିଛି । ସମ୍ୱାଦ ସରବରାହ ସଂସ୍ଥା ରଏଟର ର ସୂଚନା ଅନୁଯାୟୀ, କିମ୍ ଜୋଙ୍ଗ ଉନ୍ ନିଜ ଦଳର ବରିଷ୍ଠ ନେତାଙ୍କ ସହ ବୈଠକ କରଛନ୍ତି । ଯେଉଁଥିରେ ଆମେରିକା ସହ ସମ୍ପର୍କ ଉପରେ ଆଲୋଚନା ହୋଇଥିଲା । ଉତ୍ତର କୋରିଆ ପରମାଣୁ କାର୍ଯ୍ୟକ୍ରମ ଉପର ଆଲୋଚନା ପାଇଁ ଅପିଲ୍ କରିଛି । ହେଲେ ଆମେରିକା ଏବେ କୌଣସି ଜବାବ ଦେଇନଥିବା ଜଣାପଡ଼ିଛି ।

କିମ୍ ପକ୍ଷରୁ ବୟାନରେ କୁହାଯାଇଛି ଆମେରିକା ଆମ ସହ ଗ୍ୟାଙ୍ଗଷ୍ଟର ଭାବେ ବ୍ୟହାର କରୁଛି । ତା' ଅନୁସାର ଆମେ କାମ କରିବାକୁ  ଆମେରିକା ଚାହୁଁଛି ବୋଲି କିମ୍ କହିଛନ୍ତି । ଏହାସହ ସେ କହିଛନ୍ତି ଏବେ ସାରା ବିଶ୍ୱ ଆମର ନୂଆ ହତିଆର କାର୍ଯ୍ୟକ୍ରମ ଦେଖିବ, ଯାହା ଐତିହାସିକ ହେବ ।

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନଙ୍କ ଏହି ବୟାନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ସେ (କିମ୍ ଡୋଙ୍ଗ ଉନ୍) ନିଜ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଭଳି ବ୍ୟକ୍ତି । ସେ ପରମାଣୁ ହତିଆରକୁ ତ୍ୟାଗ କରିବା କଥା କହିଥିଲେ । ତାଙ୍କ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ସେ ତାଙ୍କ ପ୍ରତିଶୃତି ପାଳନ କରିବେ ।   

ହେଲେ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହା କହିଛନ୍ତି ଯଦି ଉତ୍ତର କୋରିଆ ନିଜର ନୂଆ ରଣନୀତି ଉପରେ ଆଗକୁ ବଢ଼େ, ତ ଆମକୁ ସେଇଆ କରିବାକୁ ପଡ଼ିବ, ଯାହା କରିବା ଉଚିତ୍ । କିମଙ୍କୁ  ପୁଣିଥରେ ସିଙ୍ଗାପୁରରେ ଆମେରିକା ଉତ୍ତର କୋରିଆ ମଧ୍ୟରେ ହୋଇଥିବା  ଚୁକ୍ତି  ସ୍ୱାକ୍ଷର ବିଷୟରେ ମନେପକାଇଛନ୍ତି  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଆଶା କରୁଛୁ କିମ୍ ଜୋଙ୍ଗ ଉନଙ୍କୁ ସେହି ଚୁକ୍ତି ବିଷୟରେ ମନେଥିବ ।

ଯଦି ଆମେ ଇତିହାସକୁ ଫେରିଯିବା, କିପରି ସଫଳ ହୋଇଥିଲା ଆମେରିକା-ଉତ୍ତର କୋରିଆ ମଧ୍ୟରେ ସିଙ୍ଗାପୁର ଶିଖର ଚୁକ୍ତି । ୨୦୧୮ ମସିହା ଜୁନ ମାସରେ ଆମେରିକା-ଉତ୍ତର କୋରିଆ ମଧ୍ୟରେ ଐତିହାସିକ ଶିଖର ବୈଠକ ସମ୍ପନ୍ନ ହୋଇଥିଲା । ପୂର୍ବରୁ ଉତ୍ତର କୋରିଆ ସହିତ ଶାନ୍ତି ଆଲୋଚନା ପ୍ରୟାସରେ ଆମେରିକାର ୯ ଜଣ ପୂର୍ବତନ ରାଷ୍ଟ୍ରପତି ବିଫଳ ହୋଇଥିଲେ । ଉତ୍ତର କୋରିଆ ଭୂଖଣ୍ଡରେ ଶାନ୍ତି ପ୍ରତିଷ୍ଠା ଓ ଆଣବିକ ନିରସ୍ତ୍ରୀକରଣ ପାଇଁ ୧୯୫୪ ମସିହାରୁ ଉଦ୍ୟମ ଆରମ୍ଭ ହୋଇଥିଲା। ଆମେରିକା ପକ୍ଷରୁ ପ୍ରଥମ ଉଦ୍ୟମ ଆରମ୍ଭ ହୋଇଥିଲା ୧୯୬୦ ଦଶକରେ। ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜନ୍‍ ଏଫ୍‍ କେନେଡି ଓ ଲିଣ୍ଡନ୍‍ ବି ଜନ୍‍ସନ୍‍ ଉତ୍ତର କୋରିଆ ସହିତ ଶାନ୍ତି ଓ ସହାବସ୍ଥାନ ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ୧୯୬୮ରେ ଆମେରିକା ନୌବାହିନୀର ଏକ ଯୁଦ୍ଧପୋତକୁ ଉତ୍ତର କୋରିଆ କବ୍‍ଜା କରିଥିଲା। ପୁଣି ୧୯୬୯ରେ ଆମେରିକାର ଏକ ମିଗ୍‍ ୨୧ ଗୁଇନ୍ଦା ବିମାନକୁ ଜାପାନ୍‍ ସାଗର ଉପରେ ଉତ୍ତର କୋରିଆ ଗୁଳି କରି ଖସାଇ ଦେଇଥିଲା। ଏଥିରେ ୩୧ ଜଣ ଆମେରିକାର କର୍ମଚାରୀ ନିହତ ହୋଇଥିଲେ। ଏହାପରେ ଉତ୍ତର କୋରିଆ ସହିତ କୋହଳ ଆଭିମୁଖ୍ୟକୁ ଆମେରିକା ପ୍ରତ୍ୟାହାର କରି ନେଇଥିଲା।