କିମ୍ ଜୋନଙ୍କ କାରନାମା: ଉତ୍ତର କୋରିଆରେ ଖାଦ୍ୟ ସଂକଟ ଦୂର କରିବା ପାଇଁ ଜାରି କଲେ ଅଦ୍ଭୂତ ନିୟମ
Advertisement
Article Detail0/zeeodisha/odisha814973

କିମ୍ ଜୋନଙ୍କ କାରନାମା: ଉତ୍ତର କୋରିଆରେ ଖାଦ୍ୟ ସଂକଟ ଦୂର କରିବା ପାଇଁ ଜାରି କଲେ ଅଦ୍ଭୂତ ନିୟମ

ଦେଶରେ ଉପୁଜିଥିବା ଖାଦ୍ୟ ସଂକଟକ ସମାଧାନ କରିବା ଲାଗି ଏକ ଅଦ୍ଭୂତ ପଦକ୍ଷେପ ଗ୍ରହଣ କରିଛନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ। ଏହି ସମସ୍ୟାର ସମଧାନ ପାଇଁ ଦେଶର କୁକୁର ମାଂସ ସେବନ କରିବା ଲାଗି ବ୍ୟବସ୍ଥା ହୋଇଛି।  

  • ଉତ୍ତର କୋରିଆରେ ଗ୍ରୀଷ୍ମ ଋୁତୁ କୁକୁର ପାଇଁ ଭଲ ସମୟ ନୁହେଁ। କାରଣ ଏହି ପାଗ ଏହାର ମାଂସର ବ୍ୟବହାରକୁ ବଢାଇଥାଏ। 
  • କୁକୁର ମାଂସ ଦୀର୍ଘ ସମୟ ଧରି ଉତ୍ତର କୋରିଆରେ ଏକ ଶକ୍ତି ପ୍ରଦାନକାରୀ ଖାଦ୍ୟ ଭାବେ ଗ୍ରହଣ କରାଯାଏ ଏବଂ ବର୍ଷର ସବୁଠାରୁ ଗରମ ସମୟରେ ଏହାକୁ ଅଧିକ ମାତ୍ରାରେ ସେବନ କରାଯାଏ।
  • ଉତ୍ତର କୋରିଆରେ କୁକୁର ମାଂସକୁ “ମିଠା ମାଂସ” କୁହାଯାଏ।
  • ଦେଶର ରାଜଧାନୀ ପ୍ୟୋଙ୍ଗୟାଙ୍ଗ କୁକୁର ମାଂସ ରାନ୍ଧିବା ପ୍ରତିଯୋଗିତା ଆୟୋଜିତ ହୋଇଥାଏ।
  • ଏପିରିକି ଉତ୍ତର କୋରିଆରେ କୁକୁର ମାଂସ ସୁପ୍ ଏକ ବିଶେଷ ଖାଦ୍ୟ ଭାବେ ଜଣାଶୁଣା। 
  • ଉତ୍ତର କୋରିଆବାସୀ ସାମଗ୍ରିକ ଭାବେ କୁକୁର ମାଂସ ଖାଇବାକୁ ପସନ୍ଦ କରିଥାନ୍ତି।

Trending Photos

କିମ୍ ଜୋନଙ୍କ କାରନାମା: ଉତ୍ତର କୋରିଆରେ ଖାଦ୍ୟ ସଂକଟ ଦୂର କରିବା ପାଇଁ  ଜାରି କଲେ ଅଦ୍ଭୂତ ନିୟମ

ନୂଆଦିଲ୍ଲୀ: କୋରୋନା ମହମାରୀ କାରଣରୁ ବିଭିନ୍ନ କ୍ଷେତ୍ରରେ କ୍ଷତିଗ୍ରସ୍ତ ହୋଇଛନ୍ତି ବିଶ୍ୱର ଅନେକ ପ୍ରଭାବିତ ରାଷ୍ଟ୍ର। କେଉଁ ଦେଶରେ ଚିକିତ୍ସା ଜନିତ ସମସ୍ୟା ଦେଖିବାକୁ ମିଳିଛି ଅନ୍ୟ କେଉଁଠି ଆର୍ଥିକ ସଂକଟ କାରଣରୁ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡିଛି। ଏପରିକି ଖାଦ୍ୟ ସଂକଟ ଭଳି ସ୍ଥିତି ମଧ୍ୟ ଉପୁଜିଛି। 

ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବିଶ୍ୱର ଏକ ବିଚିତ୍ର ତଥା ଅଦ୍ଭୂତ ନିୟମ ଲାଗି ଚର୍ଚ୍ଚାରେ ରହୁଥିବା ଉତ୍ତର କୋରିଆ (North Korea) ଭଳି ଦେଶରେ। ଏହି ସମସ୍ୟାର ସମାଧାନ ଲାଗି ଏକ ଅଜବ ଧରଣର ଉପାୟ ଅବଲମ୍ବନ କରିଛନ୍ତି ଏଠାକାର ଏକଛତ୍ରବାଦୀ ଶାସକ କିମ ଜୋନ ଉଙ୍ଗ (Kim Jong-un)। ବିଶ୍ୱ ସମୁଦାୟର କଟକଣା ସତ୍ତ୍ୱେ ମଧ୍ୟ ଆଣବିକ ଅସ୍ତ୍ରଶସ୍ତ୍ର ନିର୍ମାଣ ସହ ପରୀକ୍ଷା କରି ଚର୍ଚ୍ଚାରେ ରହିଥାନ୍ତି ସେ। ଏପରିକି ଦେଶରେ କୋରୋନା ସଂକଟ ଚାଲିଥିବା ସମୟରେ ମଧ୍ୟ ଏପରି କାର୍ଯ୍ୟରୁ ନିବୃତ୍ତ ହୋଇନଥିଲେ। 

ପ୍ରାୟ ଉର୍ଦ୍ଧ୍ୱ ସମୟ ଧରି ସମଗ୍ର ବିଶ୍ୱକୁ କବଳିତ କରିଛି କୋରୋନା ଭାଇରସ। ଏହାର ପ୍ରଭାବରେ ଦେଶରେ ଉପୁଜି ଥିବା ଖାଦ୍ୟ ସମସ୍ୟାର ସମଧାନ କରିବା ଲାଗି ଏକ ଅଦ୍ଭୂତ ବ୍ୟବସ୍ଥା ଗ୍ରହଣ କରିଛନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ। ଏନେଇ ତାଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ଦେଶର ସମସ୍ତ ପୋଷା କୁକୁରକୁ ହସ୍ତାନ୍ତର କରିବାକୁ ସେମାନଙ୍କ ମାଲିକଙ୍କୁ ନିର୍ଦ୍ଦେଶ ମିଳିଛି। ଏହା ଦ୍ୱାରା ଦେଶରେ ଥିବା ରେସ୍ତୁରାଁରେ ଖାଇବା ଲାଗି ମାଂସ ଉପଲବ୍ଧ ହୋଇପାରିବ।   

Also Read: ଜୀବିତ ଓ ସୁସ୍ଥ ଅଛନ୍ତି କିମ ଜୋଙ୍ଗ: ଦକ୍ଷିଣ କୋରିଆ

କୋରୋନା କାରଣରୁ ଚଳିତ ବର୍ଷ ମଧ୍ୟ ଭାଗରୁ ଉତ୍ତର କୋରିଆରେ ଖାଦ୍ୟ ସଂକଟ (Food Crisis) ଭଳି ପରିସ୍ଥିତି ଉପୁଜିଛି। ମାତ୍ର ସେଠାକାର ଏକଛତ୍ରବାଦୀ ଶାସକଙ୍କ ପ୍ରଭାବ କାରଣରୁ ଏ ଘଟଣା ସମ୍ପର୍କିତ ଅନେକ ଖବର ଦେଶର ସୀମା ଅତିକ୍ରମ କରି ବୈଶ୍ୱିକ ଗଣମାଧ୍ୟମରେ ପ୍ରସାରିତ ହୋଇପାରୁନାହିଁ। କାରଣ ଉତ୍ତର କୋରିଆ ଗଣମାଧ୍ୟମ ସେଠାକାର ସରକାରଙ୍କ ଦ୍ୱାରା ପ୍ରତ୍ୟେକ୍ଷ ଭାବେ ନିୟନ୍ତ୍ରିତ ହୋଇଥାଏ। ଏପରିକି ସେଠାକାର ଶାସକଙ୍କୁ ସୁହାଇବା ଭଳି ଖବର ପ୍ରସାରିତ ହୋଇଥାଏ। 

ଏନେଇ ଏକ ବିଦେଶୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଉତ୍ତର କୋରିଆ ଶାସକ କିମ ଜୋଙ୍ଗଙ୍କ ଏପରି ପଦକ୍ଷେପ ଖାଦ୍ୟ ସଂକଟକୁ ନେଇ ଜନସାଧାରଣଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷକୁ ଦୂର କରିବା ପାଇଁ ଉଦ୍ଦିଷ୍ଟ ବୋଲି ଚିନ୍ତା କରାଯାଉଛି। କାରଣ ଏହି ସମସ୍ୟା ଶାସନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଦୋହଲାଇ ଦେଇଛି। 

ଏକଛତ୍ରବାଦୀ ଶାସକଙ୍କ ଏପରି ନିର୍ଦ୍ଦେଶ ପାଇ ତାଙ୍କ ଅଧିନସ୍ଥ ଅଧିକାରୀ କୁକୁର ପାଳୁଥିବା ଘର ମାଲିକଙ୍କୁ ଚିହ୍ନଟ କରିଛନ୍ତି। ଅନେକ କୁକୁରଙ୍କୁ ଧରାଯିବା ପରେ ସେଠାକାର ସରକାରୀ ଚିଡିଆ ଖାନକୁ ପଠାଯାଉଛି। ଏହା ପରେ ସେମାନଙ୍କ ମାଂସକୁ ବିଭିନ୍ନ ରେସ୍ତୁରାଁକୁ ବ୍ରିକ୍ରି କରାଯାଉଛି। ଦେଶର ସାଧାରଣ ଲୋକ ସେମାନଙ୍କ ଘରେ ଘୁଷୁରି କିମ୍ବା ଅନ୍ୟାନ୍ୟ ପଶୁ ପାଳନ କରିଥାନ୍ତି ହେଲେ ଧନୀକ ବର୍ଗର ପୋଷା କୁକୁର ରଖିଥାନ୍ତି। 

Also Read: ବ୍ରେନ ଡେଡ ଅବସ୍ଥାରେ କିମ ଜୋଙ୍ଗ ଉନ !, ସୀମାରେ ବଢୁଛି ସେନାଙ୍କ ସଂଖ୍ୟା...

 

କୋରୀୟ ଉପଦ୍ୱୀପରେ କୁକୁର ମାସ ଏକ ସୁସାଦ୍ୱ ଖାଦ୍ୟ ଭାବେ ବିବେଚିତ ହୋଇଥାଏ। ଏପରିକି ଉତ୍ତର କୋରିଆ ସହ ଚୀନ ଲୋକ କୁକୁର ମାଂସ (Dog Meat) ଖାଇବାକୁ ପସନ୍ଦ କରିଥାନ୍ତି। ଯଦିଓ ଦକ୍ଷିଣ କୋରିଆରେ କୁକୁର ଖାଇବା ପରମ୍ପରା ଧିରେ ଧିରେ ବନ୍ଦ ହେବାକୁ ବସିଲାଣି। ଏହି ଦେଶରେ ଖାଦ୍ୟ ଲାଗି ଏଠାକାର ଚାଷଜମିରେ ପ୍ରାୟ ୧ ମିଲିୟନ୍ କୁକୁର ପାଳିତ ହୋଇଥାନ୍ତି। ଜାତିସଂଘ ପକ୍ଷରୁ ପ୍ରକାଶିତ ହୋଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛି ଉତ୍ତର କୋରିଆର ମୋଟ ଜନସଂଖ୍ୟାର ଅଧାରୁ ଅଧିକ ଲୋକ ଖାଦ୍ୟ ସଂକଟର ସମ୍ମୁଖୀନ ହେଉଛନ୍ତି। କୋରୋନା କାରଣରୁ ଏହି ସମସ୍ୟା ଆହୁରି ବଢିଯାଇଛି।