ଦେବଭୂମିରେ ପ୍ରକୃତିର ତାଣ୍ଡବ; ଗ୍ଲାସିୟର ବିସ୍ଫୋରଣରେ ଗର୍ଜିଲା ଧଉଳିଗଙ୍ଗା, ୨୦୦ ହତାହତ ଆଶଙ୍କା
Advertisement
Article Detail0/zeeodisha/odisha843779

ଦେବଭୂମିରେ ପ୍ରକୃତିର ତାଣ୍ଡବ; ଗ୍ଲାସିୟର ବିସ୍ଫୋରଣରେ ଗର୍ଜିଲା ଧଉଳିଗଙ୍ଗା, ୨୦୦ ହତାହତ ଆଶଙ୍କା

ଗ୍ଲାସିୟର ଭାଙ୍ଗିବା କାରଣରୁ ଧଉଳିଗଙ୍ଗା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଚି ହୋଇଛି। ଋଷି ଗଙ୍ଗା ତାପୋବନ ହାଇଡ୍ରୋ ପ୍ରକଳ୍ପର ଡ୍ୟାମ ଭାଙ୍ଗି ଯାଇଛି। ଏହି ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଅନେକ ଶ୍ରମିକ ଦୁର୍ଘଟଣାର ଶିକାର ହୋଇଥିବାର ଆଶଙ୍କା କରାଯାଉଛି।

ଦେବଭୂମିରେ ପ୍ରକୃତିର ତାଣ୍ଡବ; ଗ୍ଲାସିୟର ବିସ୍ଫୋରଣରେ ଉଚ୍ଛୁଳିଲା ଧଉଳିଗଙ୍ଗା, ବିପଦରେ ହରିଦ୍ୱାର

ଚାମୋଲି: ୭ ବର୍ଷ ପରେ ପୁଣି ଦେବଭୂମି ଉତ୍ତରାଖଣ୍ଡରେ ପ୍ରକୃତି ରଚିଛି ତାଣ୍ଡବ। ଚମୋଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନନ୍ଦାଦେବୀ ଜାତୀୟ ଉଦ୍ୟାନ ଅନ୍ତର୍ଗତ କୋର ଜୋନରେ ଅବସ୍ଥିତ ଗ୍ଲାସିୟର ଭାଙ୍ଗିବା କାରଣରୁ ଧଉଳିଗଙ୍ଗା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଚି ହୋଇଛି। ଋଷି ଗଙ୍ଗା ତାପୋବନ ହାଇଡ୍ରୋ ପ୍ରକଳ୍ପର ଡ୍ୟାମ ଭାଙ୍ଗି ଯାଇଛି। ଦୁର୍ଘଟଣାରେ ଏହି ପ୍ରକଳ୍ପ ଶ୍ରମିକଙ୍କ ସମେତ ୨୦୦ ଜଣ ଶିକାର ହୋଇଥିବାର ଆଶଙ୍କା କରାଯାଉଛି।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ (Trivendra Singh Rawat) ଟୁଇଟ୍ କରି ଲୋକଙ୍କୁ ଗୁଜବରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, 'ଚମୋଲି ଜିଲ୍ଲାରୁ ଏକ ବିପର୍ଯ୍ୟୟ (Glacier Blast) ଘଟିଛି। ଏହି ବିପର୍ଯ୍ୟୟର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ପ୍ରକାର ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ। ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି।'

ଅନ୍ୟ ଏକ ଟ୍ୱିଟ୍‌ରେ ସେ ଲେଖିଛନ୍ତି, 'ମୁଁ ନିଜେ ଘଟଣାସ୍ଥଳକୁ ଯାଉଛି- ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ କୌଣସି ପୁରୁଣା ଭିଡିଓ ସେୟାର କରନ୍ତୁ ନାହିଁ ଏବଂ ଗୁଜବ ପ୍ରଚାର କରନ୍ତୁ ନାହିଁ। ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଆଲକନନ୍ଦା (Alaknanda) ନିକଟବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ସତର୍କତା ସ୍ୱରୂପ ଭାଗୀରଥୀ ନଦୀର ପ୍ରବାହ ବନ୍ଦ ହୋଇଯାଇଛି। ଆଲକନନ୍ଦା ଜଳର ପ୍ରବାହକୁ ରୋକିବା ପାଇଁ ଶ୍ରୀନଗର ଏବଂ ଋଷିକେଶ ଡ୍ୟାମକୁ ଖାଲି କରାଯାଉଛି।' 

SDRF ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହା ସହିତ ITBP ଯବାନ ମଧ୍ୟ ରେସ୍କ୍ୟୁ ଅପରେସନ (Rescue Opration) ରେ ସାମିଲ ହୋଇଛନ୍ତି। ଚମୋଲି ଗ୍ଲାସିୟର ବିସ୍ଫୋରଣ ହେବା ପରେ ହରିଦ୍ୱାର ସମେତ ଅନେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ହରିଦ୍ୱାର (Haridwar) ଗଙ୍ଗା କୂଳରେ ଥିବା ଅଞ୍ଚଳ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନଦୀକୂଳରେ ଚଳିତମାସରୁ ମହାକୁମ୍ଭ ମେଳା (Mahakumbh Mela)ଆରମ୍ଭ ହେବ। 

fallback

ସେପଟେ ଦୁର୍ଘଟଣାରରେ ସହାୟତା ପାଇଁ ଉତ୍ତରଖଣ୍ଡ ସରକାର (Uttarakhand Govt) ଏକ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି। ସହାୟତା ପାଇଁ ୯୫୫୭୪୪୪୪୮୬ ଏବଂ ୧୦୭୦ ନମ୍ବରରେ ଯୋଗାଯୋଗ କରିପାରିବେ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦୦ ଜଣ ହତାହତ ହୋଇଥିବା ଆଶଙ୍କା କରାଯାଉଛି।। ତେବେ ରିବିବାର ହୋଇଥିବା ଏହି ଘଟଣା ଜୁନ ୨୦୧୩ କେଦାରନାଥ ଜଳ ପ୍ରଳୟ ଘଟଣାକୁ ମନେ ପକେଇଦେଇଛି। ଯେଉଁଥିରେ ପ୍ରାୟ ୪ ହଜାର ଜଣଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ସେତେବେଳେ ନିଖୋଜ ଥିବା ଶତାଧିକ ବ୍ୟକ୍ତିଙ୍କ ଖୋଜଖବର ମିଳିପାରି ନାହିଁ।