ଅଗର ମେସିନ ଫେଲ୍ ପରେ ପାହାଡ଼ ଉପର ପଟୁ ହେବ ଉଦ୍ଧାର କାର୍ଯ୍ୟ, ଶ୍ରମିକଙ୍କ ନିକଟକୁ ପଠାଗଲା ଲ୍ୟାଣ୍ତଫୋନ
Advertisement
Article Detail0/zeeodisha/odisha1979191

ଅଗର ମେସିନ ଫେଲ୍ ପରେ ପାହାଡ଼ ଉପର ପଟୁ ହେବ ଉଦ୍ଧାର କାର୍ଯ୍ୟ, ଶ୍ରମିକଙ୍କ ନିକଟକୁ ପଠାଗଲା ଲ୍ୟାଣ୍ତଫୋନ

Uttarkashi Tunnel Rescue: ଦିନ ଗଡ଼ି ଚାଲିଛି, କିନ୍ତୁ ଏବେ ବି ଉଦ୍ଧାର ହୋଇପାରିନାହାଁନ୍ତି ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଜଣ ଶ୍ରମିକ । ଶନିବାର ଦିନ ଖନନ ସମୟରେ ଅଗର ମେସିନ ବ୍ଲେଡ଼ ଭାଙ୍ଗିଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଟନେଲ ଭିତରେ ଶ୍ରମିକମାନେ ସୁସ୍ଥ ଥିବା ସୂଚନା ମିଳିଛି । 

ସୌ(ସୋସିଆଲ ମିଡିଆ)

Uttarkashi Tunnel Rescue: ଦିନ ଗଡ଼ି ଚାଲିଛି, କିନ୍ତୁ ଏବେ ବି ଉଦ୍ଧାର ହୋଇପାରିନାହାଁନ୍ତି ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଜଣ ଶ୍ରମିକ । ଶନିବାର ଦିନ ଖନନ ସମୟରେ ଅଗର ମେସିନ ବ୍ଲେଡ଼ ଭାଙ୍ଗିଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଟନେଲ ଭିତରେ ଶ୍ରମିକମାନେ ସୁସ୍ଥ ଥିବା ସୂଚନା ମିଳିଛି । ଅଗର ମେସିନ୍ ଫେଲ ମାରିବା ପରେ ଏବେ ପାହାଡ଼ର ଉପର ପଟୁ ସୁଡ଼ଙ୍ଗ କରି ଉଦ୍ଧାର ପାଇଁ ବିକଳ୍ପ ରାସ୍ତା ବାହାର କରିଛନ୍ତି ଉଦ୍ଧାରକାରୀ ଦଳ । ଏଥିପାଇଁ ଏକ ବିରାଟ ମେସିନ ଓ ସତଲେଜ ଜଳ ବିଦ୍ୟୁତ୍ ନିଗମ ଏବଂ ONGCର ୧୨ ଜଣିଆ ଟିମ୍ ପାହାଡ଼ ଉପରକୁ ବଡ଼ ମେସିନ ସହ ଯାଇଛନ୍ତି ।

ଶ୍ରମିକମାନେ ଫସିଥିବା ଟନେଲ ଉପରେ ସିଧା ସଳଖ ୮୫ରୁ ୯୦ ମିଟର ଗାତ ଖୋଳିବାକୁ ୫ରୁ ୬ ଦିନ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି । ସେପଟେ କାମରେ ଲାଗିଥିବା ଅଷ୍ଟ୍ରେଲିଆର ବିଶେଷଜ୍ଞ ଆର୍ଣ୍ଣୋଲ୍ଡ଼ ଡ଼ିସ୍କ କହିଛନ୍ତି, ବଡ଼ ଦିନ ସମସ୍ତ ଶ୍ରମିକ ଘରେ ପାଳନ କରିବେ । ତେଣୁ ଉଦ୍ଧାର କାର୍ଯ୍ୟ ଆହୁରି ବିଳମ୍ବ ହେବା ନେଇ ଆଶଙ୍କା କରାଯାଉଛି । ଏହାସହ ମାନୁଆଲ୍ ଡ୍ରିଲିଂ ଓ ଭର୍ଟିକାଲ୍ ଡ୍ରିଲିଂ କଥା ମଧ୍ଯ ଚିନ୍ତା କରାଯାଉଛି । ଶନିବାର ଦିନ ଅଗର ମେସିନ ୪୮ ମିଟର ଡ୍ରିଲିଂ କରିବା ପରେ ଶୀଘ୍ର ଉଦ୍ଧାର କାମ ସମାପ୍ତ ହେବ ବୋଲି ଆଶା କରାଯାଉଥିଲା । ଆହୁରି ୧୨ ମିଟିର ଡ୍ରିଲିଂ କରିବା ପରେ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିଥାଆନ୍ତି । ହେଲେ ଏତିକି ବେଳେ ଭୁଶୁଡି ପଡି଼ଥିବା ଲୁହା ଛଡ଼ ଓ କଂକ୍ରିଟରେ ଫସି ଅଗର ମେସିନର ବ୍ଲେଡ଼ ଭାଙ୍ଗିଯିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ।

Also Read-Mumbai Attack 15 Years: ମୁମ୍ବାଇ ଆକ୍ରମଣକୁ ୧୫ ବର୍ଷ, ଫଟୋରେ ଦେଖନ୍ତୁ ସେଦିନର କିଛି ଭୟଙ୍କର ଚିତ୍ର

ଅନ୍ୟପଟେ ଶ୍ରମିକଙ୍କ ପାଇଁ ଲ୍ୟାଣ୍ତଫୋନର ବ୍ୟବସ୍ଥା କରାଯାଇଛି । ବିଏସଏନଏ ପକ୍ଷରୁ ଶ୍ରମିକଙ୍କ ପାଇଁ ଏହି ସୁବିଧା କରାଯାଇଛି । ଏକ ଛୋଟ ଲ୍ୟାଣ୍ଡଫୋନ୍ ସୁଡ଼ଙ୍ଗ ଭିତରକୁ ପଠାଯାଇଛି । ଯେଉଁଥିରେ ଇନକମିଂ ଓ ଆଉଟଗୋଇଙ୍ଗର ସୁବିଧା ରହିଛି । ସୁଡ଼ଙ୍ଗ ଭିତରେ ନେଟୱାର୍କ ନଥିବାରୁ ନିକଟରେ ଏକ ଛୋଟ ଟେଲିଫୋନ୍ ଏକ୍ସଚେଂଜ ମଧ୍ୟ ସ୍ଥାପନ କରାଯାଇଛି । ଦୀର୍ଘ ୧୫ ଦିନ ଧରି ଫସିରହିଥିବା ଶ୍ରମିକଙ୍କ ମନୋବଳ ବଢାଇବା ପାଇଁ ଏଭଳି ସୁବିଧା କରାଯାଇଛି । ପ୍ରକାଶ ଥାଉ କି,  ନଭେମ୍ବର ୧୨ ତାରିଖରେ ସିଲକ୍ୟାରାରେ ନିର୍ମାଣଧୀନ ଟନେଲର ଏକ ଅଂଶ ଭୁଷୁ଼ଡ଼ି ପଡ଼ିଥିଲା । ଟନେଲର ୬୦ ମିଟର ଅଂଶରେ ଆବର୍ଜନା ଜମା ହୋଇଯିବାରୁ ସେଠାରେ କାର୍ଯ୍ୟରତ ୪୧ ଜଣ ଶ୍ରମିକ ଫସି ରହିଥିଲେ ।