ଟିଭି ଜଗତର ଜଣେ ଭେଟେରାନ ସାମ୍ବାଦିକ ବିନୋଦ ଦୁଆଙ୍କ ଶନିବାର ଦିନ ଦିଲ୍ଲୀର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା ଏବଂ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।
Trending Photos
ନୂଆଦିଲ୍ଲୀ: ଭେଟେରାନ ସାମ୍ବାଦିକ ବିନୋଦ ଦୁଆଙ୍କ (Vinod Dua) ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସେ ଗତ କିଛି ଦିନ ହେବ ଗୁରୁତର ଅସୁସ୍ଥ ହୋଇ ଦିଲ୍ଲୀ ଡାକ୍ତରଖାନାରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ବିନୋଦ ଦୁଆଙ୍କ ଝିଅ ତଥା ଅଭିନେତ୍ରୀ ମଲ୍ଲିକା ଦୁଆ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି ।
ମଲ୍ଲିକା ଦୁଆ କହିଛନ୍ତି ଯେ ପିତାଙ୍କ ଶେଷ ରୀତି ରବିବାର ଦିନ ୧୨ ଟା ସମୟରେ କରାଯିବ । ବିନୋଦ ଦୁଆ ଚଳିତ ବର୍ଷ ପ୍ରାରମ୍ଭରେ କୋଭିଡ -୧୯ ରେ (Coronavirus) ସଂକ୍ରମିତ ହୋଇଥିଲେ ଏବଂ ଅବସ୍ଥା ବିଗିଡିଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
Senior journalist Vinod Dua passes away, confirms his daughter and actress Mallika Dua. His cremation will take place tomorrow, she posts.
(Pic Source: Vinod Dua Twitter account) pic.twitter.com/CmkSgOrWfP
— ANI (@ANI) December 4, 2021
ଭାରତରେ କୋଭିଡର ଦ୍ୱିତୀୟ ଲହର ସମୟରେ ବିନୋଦ ଦୁଆ ଓ ତାଙ୍କ ପତ୍ନୀ ପଦ୍ମାବତୀ ଚିନ୍ନା ଦୁଆ ମଧ୍ୟ ସଂକ୍ରମିତ ହୋଇଥିଲେ । ଉଭୟଙ୍କୁ ଗୁରୁଗ୍ରାମର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କୋଭିଡ ସହ ଦୀର୍ଘ ଦିନର ଯୁଦ୍ଧ ପରେ ଚିନ୍ନାଙ୍କ ଜୁନ୍ ମାସରେ ମୃତ୍ୟୁ ଘଟିଥିଲା ।
କିଛି ଦିନ ପରେ ବିନୋଦ କୋଭିଡକୁ ପରାସ୍ତ କରିବାରେ ସଫଳ ହୋଇଥିଲେ । ଭାରତୀୟ ଟିଭି ସାମ୍ବାଦିକତାର ବିନୋଦ ଦୁଆ ଅନ୍ୟତମ ପୁରାତନ ଚେହେରା ଥିଲେ । ଦୂରଦର୍ଶନ ସହ କାମ କରିବା ପରେ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ NDTV ଚ୍ୟାନେଲରେ ମଧ୍ୟ କାମ କରିଥିଲେ । ପରେ ସେ ଡିଜିଟାଲ୍ ସାମ୍ବାଦିକତା ଆଡକୁ ମନ ବଳାଇଥିଲେ । ବିନୋଦ ଦୁଆ ଦୁଇ ଝିଅ- ବକୁଲ ଦୁଆ ଏବଂ ମଲ୍ଲିକା ଦୁଆ ଅଛନ୍ତି ।