• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha National-International
  • /ଯାହା ହେଇଛି ଭଲ ହେଇଛି ବାବୁ, ପୈତୃକ ସମ୍ପତ୍ତି ଫେରାଇ ଦିଅ...

ଯାହା ହେଇଛି ଭଲ ହେଇଛି ବାବୁ, ପୈତୃକ ସମ୍ପତ୍ତି ଫେରାଇ ଦିଅ...

ଗଲା ପୁତ୍ର ଆଉ କେବେ ବାହୁଡ଼ି ନୋହିଲା

Written BySheshadev MahapatraEdited ByZee Odisha Desk
Published: Jul 11, 2020, 11:12 AM IST|Updated: Jul 11, 2020, 11:29 AM IST
joinshare
ଯାହା ହେଇଛି ଭଲ ହେଇଛି ବାବୁ, ପୈତୃକ ସମ୍ପତ୍ତି ଫେରାଇ ଦିଅ...

About the Author

    Sheshadev Mahapatra

    Sheshadev Mahapatra

    Trending

    • News
    • Photos
    • Videos
    ୭ଟି ମୋଟରସାଇକେଲ୍‌କୁ ଧକ୍କା ଦେଲା ଦ୍ରୁତଗାମୀ କାର୍, ୩ ଆହତ

    ୭ଟି ମୋଟରସାଇକେଲ୍‌କୁ ଧକ୍କା ଦେଲା ଦ୍ରୁତଗାମୀ କାର୍, ୩ ଆହତ

    2

    Top 10 News: ଭୁବନେଶ୍ବରରେ ସିରିଜ୍ ଦୁର୍ଘଟଣା, ଦିଲ୍ଲୀରେ ବର୍ଷା ଓ ଅନ୍ୟ ଖବର

    3

    ଦିଲ୍ଲୀରେ ଆଜି କଂଗ୍ରେସ ଓ ସିଜେପିର ବିକ୍ଷୋଭ, କଡ଼ା ସୁରକ୍ଷା ମଧ୍ୟରେ ସହର

    4

    Cordelia Cruises: ୧୫୦୦ ଡ୍ରୋନ୍ ର ଆଲୋକରେ ଝଲସିଲା ପୂରା ମାୟାନଗରୀ,କର୍ଡେଲିଆ ସ୍କାଏରେ ମିଳିବ ଯ

    5

    Top 10 News Today: ବାଙ୍କୀ ସ୍ଵୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ୍‌ରେ ବୋମାମାଡ଼,ତୃତୀୟ ଟ୍ବି-୨୦

    ଶେଷଦେବ ମହାପାତ୍ର, ନୂଆଦିଲ୍ଲୀ: ଜଣେ ଦାର୍ଶନିକ କହିଥିଲେ, ମଣିଷ ନିଜ ପିତାଙ୍କ ମୃତ୍ୟୁକୁ ଭୁଲିଯାଇପାରେ, କିନ୍ତୁ ପୈତୃକ ସମ୍ପତ୍ତିକୁ ନୁହେଁ । (“Men sooner forget the death of their father than the loss of their patrimony”: Niccolò Machiavelli) । ପ୍ରତ୍ୟେକ ବ୍ୟକ୍ତି ବିଶେଷ ପାଇଁ ତାର ପୈତୃକ ସମ୍ପତ୍ତି ବେଶ ଗୁରୁତ୍ୱବହନ କରିଥାଏ । କିନ୍ତୁ ପୁଅ ଯେତେବେଳେ ବିଭିନ୍ନ କୁକର୍ମରେ ଲିପ୍ତ ରହି ପିତାଙ୍କ ସାମ୍ନାରେ ହିଁ ପୈକୃକ ସମ୍ପତ୍ତି ନଷ୍ଟ କରିବସେ, ତାଠୁ ବଡ଼ ଦୁଃଖ ଜଣେ ପିତାଙ୍କ ପାଇଁ ଆଉ କ'ଣ ବା ହୋଇପାରେ । କୁଖ୍ୟାତ ଅପରାଧୀ ବିକାଶ ଦୁବେ ଏବଂ ତାର ପିତା ରାମକୁମାର ଦୁବେଙ୍କ କ୍ଷେତ୍ରରେ ଠିକ ଏମିତି କିଛି ହିଁ ଦେଖିବାକୁ ମିଳିଛି । ନିଜ ଆଖିଆଗରେ ନିଜର ପୈତୃକ ସମ୍ପତ୍ତିକୁ ନଷ୍ଟ କରିଦେଇଥିବା ପୁଅ ବିକାଶର ଏନକାଉଣ୍ଟର ପରେ ଏହାକୁ ଉଚିତ କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି ରାମକୁମାର । କେବଳ ଏତିକି ନୁହେଁ, ନିଜେ ପୈତୃକ ସମ୍ପତ୍ତିକୁ ପୁଣି ଥରେ ଦଖଲ କରିବାକୁ ଏବେ ତାଙ୍କୁ ଅନୁମତି ଦିଆଯାଉ ବୋଲି ଅନୁରୋଧ ମଧ୍ୟ କରିଛନ୍ତି । 

    2

    ୮ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିବା ଘଟଣାର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେକୁ ଏନକାଉଣ୍ଟର କରିଛି ୟୁପି ପୋଲିସ । ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ଏହି କୁଖ୍ୟାତ ଅପରାଧୀକୁ ୟୁପି ପୋଲିସର ଏସଟିଏଫ ଏନକାଉଣ୍ଟର କରିଥିଲା । ତେବେ ଏହି ଏନକାଉଣ୍ଟରକୁ ନେଇ ସରକାରଙ୍କ ଉପରେ ହମଲା କରିଛନ୍ତି ବିରୋଧୀ । ବିକାଶକୁ କୋର୍ଟରେ ହାଜର କରାଯାଇଥିଲେ, ବହୁ ଗୁମର ଖୋଲିଥାନ୍ତା । ସରକାରଙ୍କ ଅସଲ ଚେହେରା ପଦାରେ ପଡ଼ିଥାନ୍ତା । ରାଜନୈତିକ ଲିଙ୍କ୍ ସାମ୍ନାକୁ ଆସିଥାନ୍ତା । ତେଣୁ ତାକୁ ଜାଣି ଶୁଣି ଏନକାଉଣ୍ଟର କରାଯାଇଥିବା ବିରୋଧୀ କହିଛନ୍ତି । ଆଉ ଠିକ୍ ଏହି ସମୟରେ ନିଜ ପୁଅର ଏନକାଉଣ୍ଟରକୁ ଠିକ ବୋଲି କହିଛନ୍ତି ବିକାଶ ଦୁବେର ପିତା ରାମକୁମାର ଦୁବେ । 

     ପୁଅର ଏନକାଉଣ୍ଟର ପରେ ରାମକୁମାର କହିଛନ୍ତି, ''ଉତ୍ତର ପ୍ରଦେଶ ପୋଲିସ ମୋ ପୁଅ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଇ ଠିକ୍ କରିଛି । ମୋ ପୁଅ ୮ ପୋଲିସ କର୍ମଚାରୀଙ୍କୁ ମାରିଥିଲା, ଯାହା ଅକ୍ଷମଣୀୟ ଅପରାଧ ।''

    7

    ଖବର ସରୋବରାହ ସଂସ୍ଥା ଏଏନଆଇକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ''ସେ(ବିକାଶ ଦୁବେ) କ'ଣ ଆମ କଥା ମାନିଲା ? ଯଦି ଆମ କଥା ମାନିଥାନ୍ତା, ତା' ଜୀବନ ଏମିତି ଶେଷ ହୋଇ ନ ଥାନ୍ତା । ବିକାଶ କେବେ ମଧ୍ୟ କୌଣସି ପ୍ରକାରରେ ଆମର ସାହାଯ୍ୟ କରିନାହିଁ । ତା' ଯୋଗୁ ଆମ ପୈତୃକ ସମ୍ପତ୍ତି ନଷ୍ଟ ହୋଇଗଲା । ସେ ୮ ପୋଲିସ କର୍ମଚାରୀକୁ ମାରିଲା, ଯାହା ଅକ୍ଷମଣୀୟ ଅପରାଧ । ତେଣୁ ପ୍ରଶାସନ ଠିକ କରିଛି । ଯଦି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥାନ୍ତା, ସେ ଆଗକୁ ପୁଣି ଆଉ କିଛି ହରକତ କରିଥାନ୍ତା ।''

    ରାମ କୁମାର ଦୁବେ ଆଗକୁ ଆହୁରି ମଧ୍ୟ କହିଛନ୍ତି, ''ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ଏହା ଯେ, ସେ ପ୍ରତ୍ୟେକ ଲୋକଙ୍କ ସୁରକ୍ଷା କରିବେ । ପୋଲିସ ମଧ୍ୟ ଏହା ସହ ଜଡ଼ିତ । ବିକାଶ ଦୁବେ ପୋଲିସ ଉପରେ ହମଲା କଲା, ଯାହାକୁ କ୍ଷମା ଦିଆଯାଇପାରିବ ନାହିଁ ।''
    ବିକାଶ ଦୁବେର ଅନ୍ତିମ ସଂସ୍କାର ସମୟରେ ମଧ୍ୟ ପିତା ରାମକୁମାର ଦୁବେ ଉପସ୍ଥିତ ରହି ନ ଥିଲେ । ବିକାଶର ମା', ସ୍ତ୍ରୀ, ପୁଅ ଓ ଅନ୍ୟ କିଛି ସମ୍ପର୍କୀୟ ଅନ୍ତିମ ସଂସ୍କାର ବେଳେ ଉପସ୍ଥିତ ଥିଲେ । କିନ୍ତୁ ରାମକୁମାର ଯିବାକୁ ମନା କରିଦେଇଥିଲେ । କେବଳ ଏତିକି ନୁହେଁ, ପୁଅର କ୍ରିୟାକର୍ମ ବେଳେ ମଧ୍ୟ ଯିବି ନାହିଁ ବୋଲି  ସଫା ସଫା କହିଦେଇଛନ୍ତି ରାମକୁମାର । ସରକାରଙ୍କୁ ସେ କେବଳ ଗୋଟିଏ ଅପିଲ କରିଛନ୍ତି । ମୋତେ ମୋ ପୈତୃକ ସମ୍ପତ୍ତି ପୁଣିଥରେ ଦଖଲ କରିବାକୁ ଦିଆଯାଉ ଓ ମୁଁ କେବଳ ଏତିକି ଚାହୁଁଛି ବୋଲି କହିଛନ୍ତି ରାମକୁମାର ଦୁବେ । କୁଳାଙ୍ଗାର ପୁଅ ଯେତେବେଳେ ପିତାଙ୍କ ସାମ୍ନାରେ ପୈତୃକ ସମ୍ପତ୍ତି ନଷ୍ଟ କରେ, ତାହା ଜଣେ ବାପ ପାଇଁ କେତେ ଯେ କଷ୍ଟ ଦାୟକ ରାମକୁମାରଙ୍କ ପ୍ରତିକ୍ରିୟାରୁ ବୁଝାପଡ଼ୁଛି ।

    Add Zee News as a Preferred Source
    TAGS:
    UTTAR PRADESH
    Yogi Adityanath
    Anurag Mishra
    vikas dubey encounter
    UP gangster
    UP STF
    up police
    Uttar Pradesh police