Gyanvapi Masjid Row: ଶିବଲିଙ୍ଗ ବାହାରିଲା ପରେ ଜଳାଶୟ ସିଲ୍! ମୁସଲିମ୍ ପକ୍ଷ ଦେଲେ ଏମିତି ପ୍ରତିକ୍ରିୟା
Advertisement

Gyanvapi Masjid Row: ଶିବଲିଙ୍ଗ ବାହାରିଲା ପରେ ଜଳାଶୟ ସିଲ୍! ମୁସଲିମ୍ ପକ୍ଷ ଦେଲେ ଏମିତି ପ୍ରତିକ୍ରିୟା

ଭାରତର ମୁସଲମାନମାନଙ୍କର ମୁଖ୍ୟ ସଂଗଠନ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ବୋର୍ଡ (AIMPLB) କହିଛି ଯେ, ବାରାଣାସୀର ଜ୍ଞାନବାପୀ ମସଜିଦରେ ଶିବଲିଙ୍ଗ ମିଳିବା ଦାବି ପରେ କୋର୍ଟଙ୍କ ନିର୍ଦ୍ଦେଶରେ ମସଜିଦରେ ୱଜୁଖାନାକୁ ସିଲ୍ କରାଯାଇଛି। ଏହି ପୁରା ଘଟଣା ସାମ୍ପ୍ରଦାୟିକ ଥିଲା। ବୋର୍ଡର ସାଧାରଣ ସମ୍ପାଦକ ଖାଲିଦ ସୈଫୁଲ୍ଲା ରହମାନି ସୋମବାର ବିଳମ୍ବିତ ରାତିରେ ଏକ ବିବୃତ୍ତି ଜାରି କରିଛନ୍ତି।

ଫାଇଲ ଫଟୋ

ଲକ୍ଷ୍ନୌ: ବାରାଣାସୀର ଏକ ସ୍ଥାନୀୟ ଅଦାଲତଙ୍କ ନିର୍ଦ୍ଦେଶରେ ସୋମବାର ଜ୍ଞାନବାପୀ ମସଜିଦ ଭିତରେ କରାଯାଇଥିବା ସର୍ଭେ ଭିଡିଓଗ୍ରାଫିରେ ଏକ ଶିବଲିଙ୍ଗ ମିଳିଥିଲା ଦାବି କରାଯାଉଛି। ଏହା ପରେ ୱଜୁଖାନାକୁ କୋର୍ଟଙ୍କ ନିର୍ଦ୍ଦେଶରେ ସିଲ୍ କରାଯାଇଛି। ଜଣେ ଭିଡିଓଗ୍ରାଫିରେ ଉପସ୍ଥିତ ଥିବା ଜଣେ ସଦସ୍ୟଙ୍କ କହିବା ଅନୁସାରେ ଜ୍ଞାନବାପୀ ମସଜିଦରେ କୌଣସି ଶିବଲିଙ୍ଗ ମିଳିନାହିଁ। ସେଠାରେ କେବଳ ଫାଉଣ୍ଟେନ ବା ଝର ମିଳିଛି। ତେବେ ମୁସଲମାନ ଦଳ ଏହି ଦାବିକୁ ଅସ୍ୱୀକାର କରି କହିଛନ୍ତି ଯେ, ମୋଗଲ କାଳରେ ନିର୍ମିତ ସମସ୍ତ ମସଜିଦରେ ୱଜୁଖାନା ଭିତରେ ଏକ ଝରଣା ରହିଥିଲା। ଶିବଲିଙ୍ଗ ବୋଲି କୁହାଯାଉଥିବା ପଥରଟି ଝରର ଏକ ଅଂଶ। ମଙ୍ଗଳବାର ସୁପ୍ରିମକୋର୍ଟରେ ଏହି ଜ୍ଞାନବାପୀ ମସଜିଦ ବିବାଦ ମାମଲାର ବିଚାର ହେବ। 

ଭାରତର ମୁସଲମାନମାନଙ୍କର ମୁଖ୍ୟ ସଂଗଠନ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ବୋର୍ଡ (AIMPLB) କହିଛି ଯେ, ବାରାଣାସୀର ଜ୍ଞାନବାପୀ ମସଜିଦରେ ଶିବଲିଙ୍ଗ ମିଳିବା ଦାବି ପରେ କୋର୍ଟଙ୍କ ନିର୍ଦ୍ଦେଶରେ ମସଜିଦରେ ୱଜୁଖାନାକୁ ସିଲ୍ କରାଯାଇଛି। ଏହି ପୁରା ଘଟଣା ସାମ୍ପ୍ରଦାୟିକ ଥିଲା। ବୋର୍ଡର ସାଧାରଣ ସମ୍ପାଦକ ଖାଲିଦ ସୈଫୁଲ୍ଲା ରହମାନି ସୋମବାର ବିଳମ୍ବିତ ରାତିରେ ଏକ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ 'ଜ୍ଞାନବାପୀ ମସଜିଦ ଏକ ମସଜିଦ ଏବଂ ଏହା ଏକ ମସଜିଦ ହୋଇ ରହିବ। ଏହାକୁ ମନ୍ଦିର ବୋଲି କହିବା ପ୍ରୟାସ ସାମ୍ପ୍ରଦାୟିକ ଷଡଯନ୍ତ୍ର ଛଡା ଆଉ କିଛି ନୁହେଁ। ଏହା ଆଇନ ବିରୁଦ୍ଧ ଅଟେ। ୧୯୩୭ ମସିହାରେ, ଦେନ୍ ମହମ୍ମଦ ବନାମ ରାଜ୍ୟ ସଚିବଙ୍କ ମାମଲାରେ କୋର୍ଟ ମୌଖିକ ସାକ୍ଷ୍ୟ ଏବଂ ଦସ୍ତାବିଜ ଆଧାରରେ ନିଷ୍ପତ୍ତି ନେଇଥିଲେ ଯେ ଏହି ଜ୍ଞାନବାପୀ ମସଜିଦ କମ୍ପ୍ଲେକ୍ସ, ମୁସଲମାନ ୱାକଫର ଅଟେ ଏବଂ ଏଥିରେ ମୁସଲମାନମାନଙ୍କୁ ନମାଜ ପାଠ କରିବାକୁ ଅନୁମତି ଦିଆଯାଇଥିଲା।'

Also Read: ଜ୍ଞାନବାପି ମସଜିଦରେ ମିଳିଲା ୧୨ ଫୁଟ ୮ ଇଞ୍ଚ ଲମ୍ୱର ଶିବଲିଙ୍ଗ! କୋର୍ଟ ଦେଲେ ଏହି ଆଦେଶ

ଖାଲିଦ ପୁଣି କହିଛନ୍ତି, 'ଉକ୍ତ କମ୍ପେକ୍ସର କେତେ ଅଂଶ ମସଜିଦର ଏବଂ କେତେ ମନ୍ଦିରର ତାହା କୋର୍ଟ ପୂର୍ବରୁ ନିଷ୍ପତ୍ତି ନେଇଛନ୍ତି। ସେହି ସମୟରେ ୱଜୁଖାନା ମସଜିଦର ମାଲିକାନା ଭାବରେ ଗ୍ରହଣ କରାଯାଇଥିଲା। ତା’ପରେ ୧୯୯୧ରେ ସଂସଦ ଦ୍ୱାରା ପ୍ଲେସେସ ଅଫ୍ ୱାରସିପ୍ ଆକ୍ଟ ପାରିତ ହୋଇଥିଲା। ଯେଉଁଥିରେ ପ୍ରକାଶ ପାଇଥିଲା ଯେ, ପୂଜାପାଠ ସ୍ଥାନଗୁଡିକ ୧୯୪୭ ମସିହାରେ ଯେପରି ଥିଲା ସେପରି ରଖାଯିବ। ୨୦୧୯ ମସିହାରେ ବାବ୍ରି ମସଜିଦ ମାମଲାର ବିଚାରରେ ସୁପ୍ରିମକୋର୍ଟ ଏହା ସ୍ପଷ୍ଟ ଭାବରେ କହିଛନ୍ତି। ବର୍ତ୍ତମାନ ସମସ୍ତ ପୂଜାପାଠ ସ୍ଥାନ ଏହି ନିୟମ ଅଧୀନରେ ରହିବ।'

ସେ ବାରାଣାସୀର ସିଭିଲ୍ ଜଜ୍ (ସିନିୟର ଡିଭିଜନ୍) ଙ୍କ କୋର୍ଟର ଭୂମିକା ଉପରେ ମଧ୍ୟ ପ୍ରଶ୍ନ କରି କହିଛନ୍ତି ଯେ, ଆଇନର ଆବଶ୍ୟକତା ଥିଲା ଯେ ମସଜିଦ ମନ୍ଦିର ହେବାର ଦାବିକୁ କୋର୍ଟ ତୁରନ୍ତ ପ୍ରତ୍ୟାଖ୍ୟାନ କରିଥାନ୍ତେ। କିନ୍ତୁ ସିଭିଲ୍ କୋର୍ଟ ସାଇଟର ସର୍ଭେ ଏବଂ ଭିଡିଓଗ୍ରାଫି ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ୱାକଫ ବୋର୍ଡ ଏ ବାବଦରେ ହାଇକୋର୍ଟଙ୍କ ନିକଟରେ ପହଞ୍ଚିଛି ଏବଂ ମାମଲା ବିଚାରାଧୀନ ଅଛି। ସେହିପରି ଜ୍ଞାନବାପୀ ମସଜିଦର ଭିଜିଲାନ୍ସ କମିଟି ମଧ୍ୟ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛି। ସିଭିଲ କୋର୍ଟର ଏହି ନିଷ୍ପତ୍ତି। ସେଠାରେ ମଧ୍ୟ ଏହି ପ୍ରସଙ୍ଗ ଶୁଣାଣି ପର୍ଯ୍ୟାୟରେ ଅଛି, କିନ୍ତୁ ଏହି ସବୁ ବିଷୟକୁ ଅଣଦେଖା କରି ସିଭିଲ କୋର୍ଟ ପ୍ରଥମେ ସର୍ଭେର ନିର୍ଦ୍ଦେଶ ଜାରି କରିଛନ୍ତି। ତା’ପରେ ଏହାର ରିପୋର୍ଟ ଗ୍ରହଣ କରି ୱଜୁଖନାକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁସଲିମ ପର୍ସନାଲ ଲ’ବୋର୍ଡର ସାଧାରଣ ସମ୍ପାଦକ କହିଛନ୍ତି, 'ଯଦି ଏପରି କଳ୍ପନାଜଳ୍ପନାର ଆଧାରରେ ପୂଜାପାଠର ସ୍ଥିତି ବଦଳାଯାଏ, ତେବେ ସମଗ୍ର ଦେଶ ବିଶୃଙ୍ଖଳାର ଶିକାର ହେବ। କାରଣ ସେଠାରେ କେତେ ବଡ ମନ୍ଦିର ଅଛି ଯେଉଁଠି ପୂର୍ବରୁ ବୈଦ୍ଧ ଓ ଜୈନ୍ୟମାନଙ୍କ ଆରାଧନା ସ୍ଥଳିଥିବା ପ୍ରମାଣ ମିଳୁଛି। ମୁସଲମାନମାନେ ଏହି ଅତ୍ୟାଚାରକୁ ଆଦୌ ସହ୍ୟ କରିପାରିବେ ନାହିଁ।  AIMPLB ପ୍ରତ୍ୟେକ ସ୍ତରରେ ଏହି ଅନ୍ୟାୟ ବିରୁଦ୍ଧରେ ଲଢିବ।'