Train Cancellation: ଆନ୍ଦୋଳନ ପାଇଁ ବାତିଲ ହୋଇଗଲା ୨୨୫ ଟ୍ରେନ୍, ଜାଣନ୍ତୁ ପୁରା ଘଟଣାକ୍ରମ
Advertisement
Article Detail0/zeeodisha/odisha1642942

Train Cancellation: ଆନ୍ଦୋଳନ ପାଇଁ ବାତିଲ ହୋଇଗଲା ୨୨୫ ଟ୍ରେନ୍, ଜାଣନ୍ତୁ ପୁରା ଘଟଣାକ୍ରମ

Kurmi Community: କୁର୍ମୀ ସମ୍ପ୍ରଦାୟର ଲୋକଙ୍କ ପକ୍ଷରୁ କରାଯାଉଥିବା ଆନ୍ଦୋଳନ ସମୟରେ ରେଳ ରୋକ କରାଯାଇଥିଲା। ଯେଉଁ କାରଣରୁ ସ୍ଥାନୀୟ ତଥା ଦୂର ଦୂରାନ୍ତ ଅଞ୍ଚଳକୁ ରେଳଯାତ୍ରା କରିବାକୁ ଯାଉଥିବା ରେଳଯାତ୍ରୀଙ୍କୁ ଅସୁବିଧା ଭୋଗିବାକୁ ପଡିଥିଲା। 

Train Cancellation: ଆନ୍ଦୋଳନ ପାଇଁ ବାତିଲ ହୋଇଗଲା ୨୨୫ ଟ୍ରେନ୍, ଜାଣନ୍ତୁ ପୁରା ଘଟଣାକ୍ରମ

Kurmi Organisation Protest: ପଶ୍ଚିମବଙ୍ଗରେ କୁର୍ମୀ ସଙ୍ଗଠନ ପକ୍ଷରୁ କରାଯାଉଥିବା ବିରୋଧ ପ୍ରଦର୍ଶନ କାରଣରୁ ୨୨୫ ଟ୍ରେନ୍ ବାତିଲ କରାଯାଇଛି। ବିଗତ ୩ ଦିନ ଧରି ପଶ୍ଚିମବଙ୍ଗରେ ଚାଲିଛି ଏହି ଆନ୍ଦୋଳନ।  ଦକ୍ଷିଣ ପୂର୍ବାଞ୍ଚଳ ରେଳବାଇର ଜଣେ ଅଧିକାରୀ କହିଛନ୍ତି ଯେ, ବିରୋଧ ପ୍ରଦର୍ଶନ କାରଣରୁ ଖଡ଼ଗପୁର-ଟାଟାନଗର ଏବଂ ଆଦ୍ରା-ଚଣ୍ଡିଲ ମାର୍ଗରେ, ଦକ୍ଷିଣ ପୂର୍ବ ରେଳ ବିଭାଗ ଅଧିନରେ ପ୍ରାୟ ୬୪ ଏକ୍ସପ୍ରେସ ଟ୍ରେନ୍ ବାତିଲ ହୋଇଛି। ବାତିଲ ହୋଇଥିବା ଟ୍ରେନ ମଧ୍ୟରେ ଯାତ୍ରୀବାହୀ ଟ୍ରେନ୍ ମଧ୍ୟ ରହିଛି।

କୁର୍ମୀ ସମ୍ପ୍ରଦାୟର (Kurmi Comminity) ଲୋକଙ୍କ ପକ୍ଷରୁ କରାଯାଉଥିବା ଆନ୍ଦୋଳନ (Kurmi Organisation Protest) ସମୟରେ ରେଳ ରୋକ କରାଯାଇଥିଲା। ଯେଉଁ କାରଣରୁ ସ୍ଥାନୀୟ ତଥା ଦୂର ଦୂରାନ୍ତ ଅଞ୍ଚଳକୁ ରେଳଯାତ୍ରା କରିବାକୁ ଯାଉଥିବା ରେଳଯାତ୍ରୀଙ୍କୁ ଅସୁବିଧା ଭୋଗିବାକୁ ପଡିଥିଲା। ଏହି ସମ୍ପ୍ରଦାୟର ଲୋକ ସେମାନଙ୍କର ଦାବି ପୂରଣ ପାଇଁ ନିରନ୍ତର ବିରୋଧ ପ୍ରଦର୍ଶନ କରୁଛନ୍ତି। କୁର୍ମୀ ସମ୍ପ୍ରଦାୟର ଲୋକଙ୍କ ଦାବି ହେଉଛି ଯେ ସେମାନଙ୍କୁ ଅନୁସୂଚିତ ଜନଜାତି (Schedule Tribe) ଭାବରେ ସ୍ୱୀକୃତି ଦିଆଯାଉ। ସେମାନଙ୍କର ସରନା ଧର୍ମକୁ (Sarna Religion) ସ୍ୱୀକୃତି ଦିଆଯାଉ। କୁର୍ମାଲି ଭାଷାକୁ (Kurmali Language) ସମ୍ବିଧାନର ଅଷ୍ଟମ କାର୍ଯ୍ୟସୂଚୀରେ (Indian Constitution Eighth Schedule Language) ଅନ୍ତର୍ଭୂକ୍ତ କରାଯାଉ।

ଆନ୍ଦୋଳନ ସମୟରେ ରେଳ ଅବରୋଧ କାରଣରୁ ବାତିଲ ହୋଇଛି ଟ୍ରେନ୍
ଦକ୍ଷିଣ ପୂର୍ବାଞ୍ଚଳ ରେଳବାଇ (South Eastern Railway) ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଅପ୍ରେଲ ୫ ତାରିଖରେ ଆଦ୍ରା-ଚଣ୍ଡିଲ ବିଭାଗର (Adra-Chandil Railway Route) କୁସ୍ତୌର ରେଳ ଷ୍ଟେସନ (Kustaur Railway Station) ଏବଂ ଦକ୍ଷିଣ ପୂର୍ବ ରେଳବାଇର ଖଡ଼ଗପୁର-ଟାଟାନଗର ବିଭାଗର (Kharagpur-Tatanagar Rail Route) ଖେମାସୁଲି ରେଳ ଷ୍ଟେସନ (Khemasuli Railway Station) ଠାରେ କୁର୍ମୀ ସମ୍ପ୍ରଦାୟର ଲୋକ ଅବରୋଧ କରିବା ଆରମ୍ଭ କରିଥିଲେ। ଏହି କାରଣରୁ ପ୍ରାୟ ୨୨୫ ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଖେମାସୁଲି ରେଳ ଷ୍ଟେସନ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର (Paschim Medinipur District) ଏବଂ କୁସ୍ତୌର ରେଳ ଷ୍ଟେସନ ପୁରୁଲିଆ ଜିଲ୍ଲାରେ (Purulia District) ଅବସ୍ଥିତ। ପଶ୍ଚିମ ମେଦିନୀପୁର, ପୁରୁଲିଆ, ଦକ୍ଷିଣ-ଦିନାଜପୁର (Dakshin Dinajpur District) ଏବଂ ଝାରଗ୍ରାମ (Jhargram District) ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୁର୍ମୀ ସମ୍ପ୍ରଦାୟ ପକ୍ଷରୁ ବିରୋଧ ପ୍ରଦର୍ଶନ ଚାଲିଛି। ବର୍ତ୍ତମାନ କୁର୍ମୀ ସମ୍ପ୍ରଦାୟକୁ ଅନ୍ୟ ପଛୁଆ ଶ୍ରେଣୀ ଭାବରେ ମାନ୍ୟତା ଦିଆଯାଇଛି।

ଆନ୍ଦୋଳନ କାରଣରୁ ଶୁକ୍ରବାର ବାତିଲ ହୋଇଥିବା ଟ୍ରେନ ମଧ୍ୟରେ ରହିଛି ହାୱଡ଼ା-ମୁମ୍ବାଇ ଦୂରୋନ୍ତ ଏକ୍ସପ୍ରେସ, ଅହମ୍ମଦାବାଦ-ହାୱଡ଼ା ଅହମ୍ମଦାବାଦ ଏକ୍ସପ୍ରେସ, ହାୱାଡ଼ା-ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସ, ଶାଲିମାର-ଏଲଟିଟି ଏକ୍ସପ୍ରେସ ଏବଂ ହାୱାଡ଼ା-ବଡ଼ବିଲ ଜନ ଶତାବ୍ଦୀ ଏକ୍ସପ୍ରେସ।