Coarse Grains: କ'ଣ ଏହି କଠିନ ଶସ୍ୟ? ଯାହାକୁ ଆପଣଙ୍କ ଥାଳି ପର୍ଯ୍ୟନ୍ତ କାହିଁକି ପହଞ୍ଚାଇବାକୁ ଚାହୁଁଛନ୍ତି ଭାରତ ସରକାର?
Advertisement
Article Detail0/zeeodisha/odisha1506869

Coarse Grains: କ'ଣ ଏହି କଠିନ ଶସ୍ୟ? ଯାହାକୁ ଆପଣଙ୍କ ଥାଳି ପର୍ଯ୍ୟନ୍ତ କାହିଁକି ପହଞ୍ଚାଇବାକୁ ଚାହୁଁଛନ୍ତି ଭାରତ ସରକାର?

Coarse Grains News: ମିଳିତ ଜାତିସଂଘ ଆସନ୍ତା ୨୦୨୩ ବର୍ଷକୁ ଆନ୍ତର୍ଜାତୀୟ ଶସ୍ୟ ବର୍ଷ ବୋଲି ଘୋଷଣା କରିଛି। ଏକଦା ଏପରି ଏକ ସମୟ ଥିଲା ଯେତେବେଳେ ପ୍ରତ୍ୟେକ ଭାରତୀୟ ଘରର ଥାଳିରେ ଗୋଟିଏ କଠିନ ଶସ୍ୟ ନିଶ୍ଚିତ ଭାବେ ଦୃଶ୍ୟମାନ ହେଉଥିଲା। 

Coarse Grains: କ'ଣ ଏହି କଠିନ ଶସ୍ୟ? ଯାହାକୁ ଆପଣଙ୍କ ଥାଳି ପର୍ଯ୍ୟନ୍ତ କାହିଁକି ପହଞ୍ଚାଇବାକୁ ଚାହୁଁଛନ୍ତି ଭାରତ ସରକାର?

What is Coarse Grains: ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ବର୍ଷ ୨୦୨୩। ଦେଶରେ ନୂଆବର୍ଷ ପାଳନ ସହିତ କଠିନ ଶସ୍ୟ ପର୍ବ ପାଳନ କରିବାକୁ ଯାଉଛି। ଲୋକଙ୍କ ଥାଳିରୁ ଦୂରେଇ ଯାଇଥିବା ଏହି ଶସ୍ୟ ବର୍ତ୍ତମାନ ପ୍ରତ୍ୟେକ ଭାରତୀୟଙ୍କ ଥାଳିରେ ଦେଖାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହାର ଅନୁଗାମୀ। ଏନେଇ ତାଙ୍କ ଦ୍ୱାରା କରାଯାଇଥିବା ପ୍ରୟାସର ଫଳାଫଳ ହେଉଛି ଆଜି ସମଗ୍ର ବିଶ୍ୱ କଠିନ ଶସ୍ୟର ଗୁରୁତ୍ୱ ବୁଝୁଛି।

ମିଳିତ ଜାତିସଂଘ ଆସନ୍ତା ୨୦୨୩ ବର୍ଷକୁ ଆନ୍ତର୍ଜାତୀୟ ଶସ୍ୟ ବର୍ଷ ବୋଲି ଘୋଷଣା କରିଛି। ଏକଦା ଏପରି ଏକ ସମୟ ଥିଲା ଯେତେବେଳେ ପ୍ରତ୍ୟେକ ଭାରତୀୟ ଘରର ଥାଳିରେ ଗୋଟିଏ କଠିନ ଶସ୍ୟ ନିଶ୍ଚିତ ଭାବେ ଦୃଶ୍ୟମାନ ହେଉଥିଲା। ହେଲେ ସମୟ ଚକ୍ରରେ ଖାଦ୍ୟ ଖାଇବା ପ୍ରଣାଳୀ ଏପରି ଭାବେ ବଦଳିଗଲା ଯେ ଥାଳିରେ କମ୍ ଶସ୍ୟ ଏବଂ ଅଧିକ ଜଙ୍କ୍ ଫୁଡ୍ ଦୃଶ୍ୟମାନ ହେଲା। ସୁପରଫୁଡ୍ ମିଲେଟ କିପରି ଦେଶରେ ପ୍ରତ୍ୟେକ ଘରେ ପହଞ୍ଚିବୱ ସେ ନେଇ ଭାରତ ସରକାରଙ୍କ ଜାରି ରହିଛି ପ୍ରୟାସ। ଯାହା ଦ୍ୱାରା ପ୍ରତ୍ୟେକ ଭାରତୀୟ ନାଗରିକ ସୁସ୍ଥ ରହିବେ।

ଗତ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ମନ କି ବାତ' କାର୍ଯ୍ୟକ୍ରମରେ କଠିନ ଶସ୍ୟ ବିଷୟରେ ଉଲ୍ଲେଖ କରିଥିଲେ। ଏହି ସମୟରେ ସେ କଠିନ ଶସ୍ୟ ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଲୋକଙ୍କ ଥାଳି ପର୍ଯ୍ୟନ୍ତ ଏହାକୁ ପହଞ୍ଚାଇବା ପାଇଁ ଏକ ଜନ ଆନ୍ଦୋଳନ କରିବା ବିଷୟରେ କହିଥିଲେ ପ୍ରଧାନମନ୍ତ୍ରୀ। ପୁଷ୍ଟିହୀନତା ବିରୋଧରେ ଏହା ଏକ ପ୍ରଭାବଶାଳୀ ଅସ୍ତ୍ର। ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି ରୋଗ କବଳରୁ ରକ୍ଷା ପାଇବା କଠିନ ଶସ୍ୟରସ ଆବଶ୍ୟକତା ବାବଦରେ ବର୍ଣ୍ଣନା କରିଥିଲେ ପ୍ରଧାନମନ୍ତ୍ରୀ।

କଠିନ ଶସ୍ୟ ଶସ୍ୟ ସ୍ୱାସ୍ଥ୍ୟକୁ ମଜବୁତ କରିବା ପାଇଁ ଏକ ସୁପର ଫୁଡ ଖାଦ୍ୟ ଭାବେ ସ୍ୱୀକୃତିପ୍ରାପ୍ତ। ଗତ ୨୦୧୮ ବର୍ଷରୁ ଏହାକୁ ପ୍ରତ୍ୟେକ ଭାରତୀୟଙ୍କ ଥାଳି ପର୍ଯ୍ୟନ୍ତ ପହଞ୍ଚାଇବାକୁ ନିଶ୍ଚିତ କରିବା ପାଇଁ ଭାରତ ସରକାର ଉଦ୍ୟମ ଜାରି ରଖିଥିଲେ। ଭାରତ ସରକାର ଗତ ୨୦୧୮ ବର୍ଷକୁ ଶସ୍ୟ ବର୍ଷ ଭାବରେ ପାଳନ କରିଥିଲେ। ସରକାର ଜୋୱାର, ବାଜରା, ରାଗି, ମଡୁୱା, ସାୱାଁ, କୋନ୍ଦା, କଙ୍ଗନୀ, ଚୀନା ଭଳି ପରି କଠିନ ଶସ୍ୟକୁ ଗୁରୁତ୍ୱକୁ ବୁଝି ଏହି ପଦକ୍ଷେପ ନେଇଥିଲେ। ଚଳିତ ବର୍ଷ କଠିନ ଶସ୍ୟ ଉତ୍ପାଦନକୁ ଉତ୍ସାହିତ କରିବା ପାଇଁ ପ୍ରୟାସ କରାଯାଇଥିଲା। କେବଳ ଏତିକି ନୁହେଁ ୨୦୨୧ ମାର୍ଚ୍ଚରେ ଭାରତ ସରକାର ମିଳିତ ଜାତିସଂଘ ସାଧାରଣ ସଭାରେ ୨୦୨୩ ବର୍ଷକୁ ଆନ୍ତର୍ଜାତୀୟ ଶସ୍ୟ ବର୍ଷ ଭାବେ ପାଳନ କରିବାକୁ ଏକ ପ୍ରସ୍ତାବ ଦେଇଥିଲେ। ଯାହାକୁ ବିଶ୍ୱର ୭୨ ଦେଶ ସମର୍ଥନ କରିଛନ୍ତି।

ଏହା ପରେ ୨୦୨୧, ୨୦ ଡିସେମ୍ବରରେ ନୀତି ଆୟୋଗ ମିଳିତ ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ସହିତ ଏକ ଘୋଷଣାନାମା ସ୍ୱାକ୍ଷର କରିଥିଲେ।  ଜାତିସଂଘ ଦ୍ୱାରା ୨୦୨୩ ବର୍ଷକୁ ଆନ୍ତର୍ଜାତୀୟ ଶସ୍ୟ ବର୍ଷ ଭାବେ ଘୋଷଣା କରା ଯାଇଥିଲା। ଜାତିସଂଘ ଏବଂ ଭାରତର ଏହି ସହଭାଗିତାରେ କଠିନ ଶସ୍ୟକୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଉଦ୍ୟମ କରାଯିବ। ଆଗାମୀ ୨୦୨୩ ବର୍ଷରେ ଭାରତ କଠିନ ଶସ୍ୟ ସମ୍ବନ୍ଧୀୟ ଜ୍ଞାନ-ବିଜ୍ଞାନରେ ବିଶ୍ୱର ନେତୃତ୍ୱ ନେବ। ସମଗ୍ର ବିଶ୍ୱ ଏ କ୍ଷେତ୍ରରେ ଭାରତର ସହଯୋଗ କରିବ। ଏହି ସହଭାଗୀତା ଅନୁଯାୟୀ କ୍ଷୁଦ୍ର ଚାଷୀଙ୍କ ପାଇଁ ନିରନ୍ତର ଜୀବିକା ନିର୍ବାହ ପାଇଁ ଉଦ୍ୟମ କରାଯିବ। ଜଳବାୟୁ ପରିବର୍ତ୍ତନ ଦୃଷ୍ଟିକୋଣରୁ ଖାଦ୍ୟ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଅଣାଯିବ। ଏହା ସହିତ ଦେଶର କେନ୍ଦ୍ର କୃଷି ମନ୍ତ୍ରଣାଳୟ ଲୋକଙ୍କ ମଧ୍ୟରେ କଠିନ ଶସ୍ୟକୁ ପ୍ରସିଦ୍ଧ କରିବାକୁ ପ୍ରସ୍ତୁତ ହେଉଛି |

ଡିସେମ୍ବର ପ୍ରଥମ ସପ୍ତାହରେ ଇଟାଲୀ ରାଜଧାନୀ ରୋମ ଠାରେ 'ଆନ୍ତର୍ଜାତୀୟ ଶସ୍ୟ ବର୍ଷ-୨୦୨୩' କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବ ପାଳନ କରାଯାଇଥିଲା। ଏଥିପାଇଁ ପଠାଯାଇଥିବା ଏକ ସ୍ୱତନ୍ତ୍ର ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କଠିନ ଶସ୍ୟ ଚାଷ ପାଇଁ ଭାରତ ଉତ୍ସାହିତ କରିବ। ଦେଶରେ ଏହିପରି ପୁଷ୍ଟିକର ଶସ୍ୟର ବ୍ୟବହାର ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ଏଠାରେ ଏକ ସ୍ୱତନ୍ତ୍ର ଅଭିଯାନ ମଧ୍ୟ ଆରମ୍ଭ କରାଯିବ।

ନିକଟରେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସାଂସଦ ତଥା ଅନ୍ୟ ନେତା ୨୦ ଡିସେମ୍ବରରେ ସଂସଦରେ ମଧ୍ୟାହ୍ନ ଭୋଜନ କରିଥିଲେ। ସଂସଦ ପରିସରରେ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଏହି ମଧ୍ୟାହ୍ନ ଭୋଜନ ଆୟୋଜନ କରାଯାଇଥିଲା। କେବଳ ଏତିକି ନୁହେଁ ୧୫ ଡିସେମ୍ବରରେ ଦେଶର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ପକ୍ଷରୁ ଜାତିସଂଘ ସୁରକ୍ଷା ପରିଷଦ ସଦସ୍ୟ, ଜାତିସଂଘ ସେକ୍ରେଟେରୀ ଜେନେରାଲ ଆଣ୍ଟୋନିୟୋ ଗୁଟେରସଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଥିଲା। ମଧ୍ୟାହ୍ନ ଭୋଜନ ପୂର୍ବରୁ ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଥିଲେ ଯେ ଏହା ମାଧ୍ୟମରେ ସୁରକ୍ଷା ପରିଷଦର ସଦସ୍ୟ କଠିନ ଶସ୍ୟର ବିଶେଷତା ବିଷୟରେ ଜାଣିପାରିବେ। ଟାଟା ଗ୍ରୁପର ତାଜ ହୋଟେଲ ସହିତ ସଂଲଗ୍ନ ହୋଇଥିବା ପିଆର ହୋଟେଲ ଠାରେ ଏହି ମଧ୍ୟାହ୍ନ ଭୋଜନ କରାଯାଇଥିଲା। ମଧ୍ୟାହ୍ନ ଭୋଜନରେ ଜାତିସଂଘର ସଦସ୍ୟଙ୍କୁ ବାଜରା ଖିଚିଡି, ପକୋଡା ଭଳି ଖାଦ୍ୟ ପରିବେଷଣ କରାଯାଇଥିଲା।

ଭାରତ କାହିଁକି ବିଶ୍ୱ ସ୍ତରରେ ଏପରି କଠିନ ଶସ୍ୟକୁ ପ୍ରୋତ୍ସାହିତ କରୁଛି ତାହାର କାରଣ ଜାଣନ୍ତୁ। ଆଜି ସଂକ୍ରାମକ ରୋଗ ମାନବ ଜୀବନ ଉପରେ ଏତେ ପ୍ରାଧାନ୍ୟ ଦେଇଥାଏ ଯେ ଲୋକଙ୍କ ଧ୍ୟାନ ଏକ ସନ୍ତୁଳିତ ଏବଂ ପୁଷ୍ଟିକର ଖାଦ୍ୟ ଆଡକୁ ମୁହାଁଇବାରେ ଲାଗିଛି। ଏପରି ଏକ ଆହାର  ଯାହା ଆପଣଙ୍କୁ ଏପରି ପୁଷ୍ଟିକର ଖାଦ୍ୟ ଦେଇଥାଏ ଏବଂ ଯାହା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ଏତେ ଶକ୍ତିଶାଳୀ କରିବ ଯେ, ଯାହା ଦ୍ୱାରା ବାହାରୁ କୌଣସି ରୋଗ ଆପଣ ଶରୀରଙ୍କୁ ସହଜରେ ପ୍ରବେଶ କରିପାରିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ଖାଦ୍ୟରେ ଶସ୍ୟକୁ ସନ୍ତୁଳନ କରିବା ପାଇଁ ବିଶ୍ୱବ୍ୟାପୀ ଲୋକଙ୍କ ଧ୍ୟାନ ଯାଇଛି। ଏହି କ୍ଷେତ୍ରରେ କଠିନ ଶସ୍ୟର କୌଣସି ବିକଳ୍ପ ନାହିଁ। ଏହି କାରଣରୁ ଶରୀର ଆବଶ୍ୟକ ପରିମାଣର ପୁଷ୍ଟିକର ଖାଦ୍ୟ ପାଇଥାଏ। ଯାହା ସାଧାରଣତ ଗହମ ଏବଂ ଧାନ ପରି ଶସ୍ୟରୁ ଉପଲବ୍ଧ ହୁଏ ନାହିଁ।

ବିନା କାରଣରେ  କଠିନ ଶସ୍ୟକୁ ସୁପର ଫୁଡ୍ କୁହାଯାଏ ନାହିଁ। ଏହାର ବିଶେଷ ଗୁଣ ହେତୁ ଏହାକୁ ଏହି ନାମ ଦିଆଯାଇଛି। ଏଥିରେ ଯଥେଷ୍ଟ ପରିମାଣର ପୋଷକ ତତ୍ତ୍ୱ ଅଛି। ଜୋୱାର, ବାଜରା, ରାଗି, ସାୱାଁ, କଙ୍ଗନି, ଚୀନା, କୋଦୋ, କୁଟକି ଏବଂ କୁଟ୍ଟୁ ଆଦି ୮ ଫସଲକୁ କଠିନ ଶସ୍ୟ ଫସଲ କୁହାଯାଏ। ଗହମ ଏବଂ ଧାନ ଫସଲ ତୁଳନାରେ ଏଥିରେ ଅଧିକ ଦ୍ରବୀଭୂତ ଫାଇବର ସହିତ କ୍ୟାଲସିୟମ ଏବଂ ଆଇରନ ମାତ୍ରା ରହିଥାଏ।

ଯଦି ଆମେ କେବଳ ରାଗି ଅର୍ଥା ଯଥା ମଡୁୱେ ନେଇଥାଉ, ତାହେଲେ ଏହାର ୧୦୦ ଗ୍ରାମରେ ୩୬୪ ମିଲିଗ୍ରାମ କ୍ୟାଲସିୟମ୍ ରହିଛି। ହାଡ ମଜବୁତ କରିବାରେ ରାଗିର କୌଣସି ବିକଳ୍ପ ନାହିଁ। ମଧୁମେହ ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ। ବାଜରାରେ ବହୁତ ପ୍ରୋଟିନ୍ ଅଛି। ପ୍ରତି ୧୦୦ ଗ୍ରାମ ବାଜରାରେ ୧୧.୬ ଗ୍ରାମ ପ୍ରୋଟିନ୍, ୬୭.୫ ଗ୍ରାମ କାର୍ବୋହାଇଡ୍ରେଟ୍, ୮ ମିଲିଗ୍ରାମ ଆଇରନ ଏବଂ ୧୩୨ ମିଲିଗ୍ରାମ କାରୋଟିନ ରହିଛି।

ଆଖି ସ୍ୱାସ୍ଥ୍ୟ ପାଇଁ କାରୋଟିନ୍ ଭଲ ବୋଲି ବିବେଚନା କରାଯାଏ। ବଢୁଥିବା ଜନସଂଖ୍ୟା ଏବଂ ଶିଶୁ ଖାଦ୍ୟରେ ଜୋୱାରର ଖାଦ୍ୟ ଆବଶ୍ୟକତା ପୂରଣ କରିବାକୁ କୌଣସି ପ୍ରତିଯୋଗିତା ନାହିଁ। ସହଜରେ ହଜମ ହେଉଥିବା ଯଅ ଅର୍ଥାତ୍ ଓଟ୍ସ୍ ରେ ଅନେକ ଫାଇବର ରହିଥାଏ। ଜଟିଳ କାର୍ବୋହାଇଡ୍ରେଟ୍ ସହିତ କଠିନ ଶସ୍ୟରେ ରକ୍ତ କୋଲେଷ୍ଟ୍ରଲ୍ ନିୟନ୍ତ୍ରଣରେ ରହିଥାଏ। ଏହି କାରଣରୁ କଠିନ ଶସ୍ୟର ସ୍ୱାସ୍ଥ୍ୟ ଉପକାରିତାକୁ ବିଚାର କରି ବିଶ୍ୱ ଏହାକୁ ଗ୍ରହଣ କରିବାକୁ ବହୁତ ଆଗ୍ରହ ଦେଖାଉଛି।