ଜାଣନ୍ତୁ ଆଜେରବାଇଜାନ-ଆର୍ମେନିଆ ଯୁଦ୍ଧର ମୁଖ୍ୟ କାରଣ
Advertisement

ଜାଣନ୍ତୁ ଆଜେରବାଇଜାନ-ଆର୍ମେନିଆ ଯୁଦ୍ଧର ମୁଖ୍ୟ କାରଣ

ଆଜେରବାଇଜାନରେ ସ୍ଥିତ ଭାରତୀୟ ଦୂତାବାସ ଅନୁଯାୟୀ, ବର୍ତ୍ତମାନ ସେଠାରେ ୧୩୦୦ ଭାରତୀୟ ବାସ କରୁଛନ୍ତି । ଏଥି ସହିତ ଆର୍ମେନିଆର ସରକାରୀ ଇମିଗ୍ରେସନ ସେବା ଅନୁଯାୟୀ, ବର୍ତ୍ତମାନ ଆର୍ମେନିଆରେ ପ୍ରାୟ ୩,୦୦୦ ଭାରତୀୟ ବାସ କରୁଛନ୍ତି । 

ଜାଣନ୍ତୁ ଆଜେରବାଇଜାନ-ଆର୍ମେନିଆ ଯୁଦ୍ଧର ମୁଖ୍ୟ କାରଣ

ନୂଆଦିଲ୍ଲୀ: Armenia-Azerbaijan war: ନାଗୋର୍ଣ୍ଣୋ-କାରବାଖକୁ ନେଇ ଆର୍ମେନିଆ (Armenia) ଓ ଆଜେରବାଇଜାନ (Azerbaijan) ମଧ୍ୟରେ ଦୀର୍ଘ ଦଶନ୍ଧି ଧରି ଚାଲିଥିବା ସୀମା ବିବାଦ ପୁଣି ଥରେ ଉଗ୍ର ରୂପ ନେଇସାରିଛି । ବର୍ତ୍ତମାନ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଉଭୟ ପକ୍ଷରୁ ଗୁଳି ବିନିମୟ, ବୋମା ବିସ୍ଫୋରଣ ଏବଂ ଆରୋପ-ପ୍ରତ୍ୟାରୋପ ଜାରି ରହିଛି ।

ଏହାକୁ ନେଇ ବର୍ତ୍ତମାନ ଦୁନିଆର ବିଭିନ୍ନ ଦେଶରୁ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଯାଇଛି । ପାକିସ୍ତାନ (Pakistan), ଇରାନ (Iran) ଏବଂ ତୁର୍କୀ (Turkey) ଖୋଲାଖୋଲି ଭାବେ ଆଜେରବାଇଜାନ (Azerbaijan) କୁ ସମର୍ଥନ କରିଛନ୍ତି । କିନ୍ତୁ ଭାରତ (India) ନିଜ ପ୍ରତିକ୍ରିୟାରେ ପରିସ୍ଥିତିକୁ ନେଇ ଚିନ୍ତା ପ୍ରକାଶ କରିଛି । ଆଉ କେବଳ ଶାନ୍ତି ଏବଂ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିବାକୁ ଜୋର ଦେଇଛି ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ତାଙ୍କ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆର୍ମେନିଆ-ଆଜେରବାଇଜାନର ସୀମାରେ ନାଗୋର୍ନୋ-କାରବାଖ କ୍ଷେତ୍ରରେ ପୁଣି ଅଶାନ୍ତ ସ୍ଥିତି ଦେଖାଦେଇଛି । ଯାହା ସେପ୍ଟେମ୍ବର ୨୭ରୁ ତଡ଼କରୁ ଆରମ୍ଭ ହୋଇଥିଲା । ଉଭୟ ପକ୍ଷରୁ ଜୀବନ ଓ ସମ୍ପତ୍ତି ନଷ୍ଟ ହେବାର ଖବର ରହିଛି । ଏହି ଅଞ୍ଚଳରେ ଶାନ୍ତି ଏବଂ ନିରାପତ୍ତାକୁ ନେଇ ଭାରତ ଚିନ୍ତିତ । ଏହି ଅଶାନ୍ତିକୁ ତୁରନ୍ତ ଦୂର କରିବା ପାଇଁ ଆମେ ଦୋହରାଇଛୁ । ଏହାସହ ଏହି କଥା ଉପରେ ଜୋର ଦେଉଛୁ ଯେ, ସୀମାରେ ଶାନ୍ତି ଫେରାଇ ଆଣିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ସେ କହିଛନ୍ତି । ତେବେ ତୁର୍କୀ ଓ ପାକିସ୍ତାନ ଯେପରି ଆଜେରବାଇଜାନର ସାଥ୍ ଦେଉଛନ୍ତି, ସେନେଇ ଭାରତ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କୌଣସି ମନ୍ତବ୍ୟ ଦେଇନାହିଁ ।

ଆଜେରବାଇଜାନରେ ସ୍ଥିତ ଭାରତୀୟ ଦୂତାବାସ ଅନୁଯାୟୀ, ବର୍ତ୍ତମାନ ସେଠାରେ ୧୩୦୦ ଭାରତୀୟ ବାସ କରୁଛନ୍ତି । ଏଥି ସହିତ ଆର୍ମେନିଆର ସରକାରୀ ଇମିଗ୍ରେସନ ସେବା ଅନୁଯାୟୀ, ବର୍ତ୍ତମାନ ଆର୍ମେନିଆରେ ପ୍ରାୟ ୩,୦୦୦ ଭାରତୀୟ ବାସ କରୁଛନ୍ତି । ଉଭୟ ଦେଶ ସହିତ ଭାରତର ଭଲ ସମ୍ପର୍କ ଅଛି, କିନ୍ତୁ ଆଜେରବାଇଜାନ ଅପେକ୍ଷା ଗତ କିଛି ବର୍ଷ ମଧ୍ୟରେ ଆର୍ମେନିଆ ଓ ଭାରତର ସମ୍ପର୍କ ଦୃଢ଼ ହୋଇଛି ।

ବିବାଦର କାରଣ

ନାଗୋର୍ଣ୍ଣୋ-କରାବାଖ୍ ହେଉଛି ୪,୪୦୦ ବର୍ଗ କିଲୋମିଟର ବ୍ୟାପିଥିବା ଏକ କ୍ଷେତ୍ର, ଯେଉଁଠାରେ ଆର୍ମେନିଆ ଖ୍ରୀଷ୍ଟିଆନ ଏବଂ ମୁସଲମାନ ତୁର୍କୀମାନେ ବାସ କରନ୍ତି । ସୋଭିଏତ୍ ସଂଘ ସମୟରେ ଏହା ଆଜେରବାଇଜାନ ମଧ୍ୟରେ ଏକ ସ୍ୱୟଂଶାସିତ ଅଞ୍ଚଳ ହୋଇଯାଇଥିଲା । ଅନ୍ତର୍ଜାତୀୟ ସ୍ତରରେ ଏହା କେବଳ ଆଜେରବାଇଜାନର ଅଂଶ ଭାବରେ ଜଣାଶୁଣା, କିନ୍ତୁ ଏଠାରେ ଅଧିକାଂଶ ଜନସଂଖ୍ୟା ଆର୍ମେନିଆର ।

୧୯୮୦ ଦଶକରୁ ଶେଷରୁ ଆରମ୍ଭ ହୋଇ ୧୯୯୦ ଦଶକ ପର୍ଯ୍ୟନ୍ତ ଚାଲି ଥିବା ଯୁଦ୍ଧ ସମୟରେ ୩୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା ​​। ଏବଂ ୧୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଥିଲେ । ସେହି ସମୟରେ ବିଚ୍ଛିନ୍ନତାବାଦୀ ବାହିନୀ ନାଗୋର୍ଣ୍ଣୋ-କରାବାଖର କିଛି ଅଞ୍ଚଳ ଦଖଲ କରିଥିଲା । ୧୯୯୪ ମସିହାରେ ଏଠାରେ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା, ଏହା ପରେ ମଧ୍ୟ ଅବରୋଧ ଜାରି ରହିଛି ଏବଂ ଏହି ଅଞ୍ଚଳରେ ଅନେକ ସମୟରେ ଉତ୍ତେଜନା ଦେଖାଦେଇଥାଏ । ବର୍ତ୍ତମାନର ବିବାଦର ପ୍ରାରମ୍ଭ ଦୁଇ ଦେଶ ପରସ୍ପର ଉପରେ ଆକ୍ରମଣ ଦାବି ସହ ହୋଇଥିଲା । ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।