)
ନୂଆଦିଲ୍ଲୀ: ଦୁଇ ଦଶନ୍ଧୀ ପୂର୍ବରୁ ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ରରେ ହୋଇଥିବା ଆତଙ୍କୀ ହମଲା ହୋଇଥିଲା। ସେହି ସେପ୍ଟେମ୍ବର ୧୧ ଠାରୁ ଆତଙ୍କବାଦୀ ସଂଗଠନ ଅଲ-କାଏଦା ବିଶ୍ୱ ରାଜନୀତିରେ ଏକ ପ୍ରମୁଖ ପ୍ରସଙ୍ଗ ହୋଇଯାଇଥିଲା। ତାଲିବାନ ଶାସିତ ଆଫଗାନିସ୍ତାନର ନିଜ ଠିକଣାରୁ ବସି ଅଲ-କାଏଦା ଏହି ଆକ୍ରମଣ କରିଥିଲା। ସେହି ବିଶ୍ୱବାସୀଙ୍କ ହୃଦୟକୁ ହୋହଲାଇ ରଖିଥିବା ଆତଙ୍କୀ ହମଲା ପରେ ଏବେ ଅଲ-କାଏଦାର ସ୍ଥିତି କଣ?
ବିଶ୍ୱ ବାଣିଜ୍ୟ କେନ୍ଦ୍ର ହମଲାର (WTC Attack) ଜବାବରେ କିଛି ସପ୍ତାହ ମଧ୍ୟରେ ଆମେରିକା (America) ତାଲିବାନ ସରକାର ଏବଂ ଅଲ-କାଏଦା (Al-Qaeda) କୁ ଶାସ୍ତି ଦେବା ଉଦ୍ଦେଶ୍ୟରେ ଆଫଗାନିସ୍ତାନ (Afghanistan) ଉପରେ ହମଲା କରିଥିଲା। ସେଥିପାଇଁ ଆମେରିକା ଅଗଷ୍ଟ ୩୧, ୨୦୨୧ ଯାଏଁ ନାଟୋ ସହ ପ୍ରାୟ ୫୦ ସହଯୋଗୀଙ୍କ ସହ ଆଫଗାନିସ୍ତାନରେ ରହିଥିଲା ଏବଂ ଶେଷ ପଛକୁ ହଟିବାକୁ ପଡ଼ିଥିଲା। ତେବେ ଅଲ-କାଏଦାର ଇତିହାସ ଏବଂ ସତ କ'ଣ? ପାକିସ୍ତାନ ଏବଂ ଆଫଗାନିସ୍ତାନ ସହ ତା ସମ୍ପର୍କ କେମିତି ଥିଲା ଏବଂ ଗତ ୨୦ ବର୍ଷର ଏହି ସଂଗଠନ ନିଜ ଅସ୍ତିତ୍ୱ ପାଇଁ କେଉଁ ପ୍ରକାର ରାଜନୈତିକ ଏବଂ ସୈନ୍ୟ ରଣନୀତିକୁ ଆପଣାଇଥିଲା?
ଅଲ-କାଏଦାର ଗଠନ:
ଅଲ-କାଏଦାକୁ ସାଧାରଣତଃ ଆରବ ଦୁନିଆର ଏକ ସୈନ୍ୟ ଚରମ୍ପପନ୍ଥୀ ସଂଗଠନ ଭାବେ କୁହାଯାଏ। ହେଲେ ଏହାର ପ୍ରତିଷ୍ଠା ଆଜକୁ ୩୩ ବର୍ଷ ତଳେ ୧୯୮୮ରେ ପାକିସ୍ତାନ ପ୍ରଦେଶ ଖୈବର ପଖତୁନୱାର ରାଜଧାନୀ ପେଶାୱର (Peshawar) ଟାଉନ୍ ଅଞ୍ଚଳରେ ହୋଇଥିଲା। ପେଶାୱର ସେ ସମୟରେ ଆଫଗାନିସ୍ତାନରେସ୍ଥିତ ସୋଭିୟତ ସେନା ଏବଂ ତା ସମର୍ଥନରେ ଗଠନ ହୋଇଥିବା ଆଫଗାନ୍ କମ୍ୟୁନିଷ୍ଟ ସରକାର ବିରୋଧରେ ଆଫଗାନ ଜିହାଦୀ ସଂଗଠନର ଗଡ଼ ଥିଲା। ଆରବ (Arab) ଦେଶରୁ ହଜାର ହଜାର ଜିହାଦୀ ଏହି ଉଦ୍ଦେଶ୍ୟ ପୂରଣ କରିବାକୁ ଏଠାକୁ ଆସିଥିଲେ।
ଜଣେ ଧନୀ ସାଉଦି ବ୍ୟବସାୟୀ ପରିବାରର ସଦସ୍ୟ ଏବଂ ଅଲ-କାଏଦା ସଂସ୍ଥାପକ ଓସାମା ବିନ୍ ଲାଡେନ (Osama Bin Laden) ମଧ୍ୟ ନିଜ ପରିବାର ସହ ପେଶାୱର ଆସିଥିଲେ। ଓସାମା ବିନ୍ ଲାଡେନ କେବଳ ପେଶାୱରସ୍ଥିତ ଆରବ ଜିହାଦୀ (Jihadi) ଙ୍କ ମୁଖ୍ୟ କୁହାଯାଉଥିବା ପ୍ରଫେସର ତଥା ଡାକ୍ତର ଅବଦୁଲ୍ଲା ୟୁସୁଫ ଅଜାମଙ୍କ ନିକତମ ସହଯୋଗୀ ହୋଇଥିଲେ। ଆରବ ଦୁନିଆରୁ ଆସୁଥିବା ଲାଡେନ, ଜିହାଦୀଙ୍କ ସଂରକ୍ଷଣ ପାଇଁ ତିଆରି ହୋଇଥିବା 'ମକତବା-ଅଲ-ଖିଦମତ୍' ର ମୁଖ୍ୟ ସଞ୍ଚାଳକ ହୋଇପାରିଥିଲା।
ଅଲ-କାଏଦା ଗଠନ ହେବା ପୂର୍ବରୁ ଓସାମା ବିନ୍ ଲାଡେନଙ୍କ ପରିବାର ଜଣେ ଇଜିପ୍ଟର ଜିହାଦୀ ବିଚାରକ ଡାକ୍ତର ଫଜଲ୍ ଓରଫ ସୈୟଦ ଇମାମ୍ ଅଲ-ଶରିଫଙ୍କ ନିକଟତର ହୋଇଯାଇଥିଲେ। ଡାକ୍ତରଙ୍କ ଜିହାଦୀ ବିଚାରଧାରା ବେଶ ହିଂସାତ୍ମକ ଥିଲା ଏବଂ ଡାକ୍ତର ଅଜାମଙ୍କ ସହ ମତଭେଦ ମଧ୍ୟ ଥିଲା। ବିନ୍ ଡେନ, 'ମକତବା-ଅଲ-ଖିଦମତ୍' ସମ୍ପର୍କରେ ବେଶି ଚନ୍ତା କରିବା ଛାଡ଼ି ସୈନ୍ୟ ଅଭିଯାନରେ ଆଗ୍ରହ ସୃଷ୍ଟି କରିଥିଲେ। ତେବେ ସେ କିଛି ଆରବ ଜିହାଦୀଙ୍କୁ ନେଇ ଅଲ-କାଏଦା ସ୍ଥାପନ କରିଥିଲେ।
ଇଜିପ୍ଟର ଅବୁ ଔବେଦା ଅଲ-ନଜଶିରୀ, ଅଲ-କାଏଦାର ପ୍ରଥମ ସୈନ୍ୟ ପ୍ରଭାରୀ ଏବଂ ଇଜିପ୍ଚ ଜିହାଦୀ କମାଣ୍ଡର ହୋଇଥିଲା। ସେ ଇଜିପ୍ଟ ସିକ୍ୟୁରିଟି ଫୋର୍ସରେ ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ଥିଲା। ହେଲେ ଇଜିପ୍ଟର ଚରମ୍ପନ୍ଥୀ ସଂଗନ ସହ ସମ୍ପର୍କ ରଖିଥିବାରୁ ସରକାର ତା ବିରୋଧରେ ଗିରଫଦାରୀ ନିର୍ଦ୍ଦେଶ ଦେଇଥିଲେ। ତେବେ ସେ ଫେରାର ହୋଇ ପେଶାୱର ଆସିଯାଇଥିଲା।
ଆଫଗାନିସ୍ତାନରେ ଗୃହ ଯୁଦ୍ଧ ଏବଂ ପାକିସ୍ତାନ ଉପରେ ଆମେରିକା ଏବଂ ଆରବ ଦେଶର ଚାପ ଯୋଗୁ, ପାକିସ୍ତାନୀ ଏଜେନ୍ସୀ, ଅଲ-କାଏଦା ସହ ଅନ୍ୟ ଆରବ ଜିହାଦୀଙ୍କୁ ଗିରଫ କରିବା ଆରମ୍ଭ କଲା। ଯେଉଁଥିପାଇଁ ବିନ୍ ଲାଡେନ ୧୯୯୨ର ଅଲ-କାଏଦା ମୁଖ୍ୟାଳୟକୁ ସୁଦାନ ନେଇ ଯାଇଥିଲା। ପୁଣି ମେ' ୧୯୯୬ରେ ତାଲିବାନ, କାବୁଲ ଉପରେ ନିୟନ୍ତ୍ରଣ କରିବା ପୂର୍ବରୁ ବିନ୍ ଲାଡେନ, ଅଲ-କାଏଦା ସଦସ୍ୟଙ୍କ ସହ ପୂର୍ବ ଆଫଗାନ୍ ସହର ନଙ୍ଗରହାର ପହଞ୍ଚିଥିଲା। ସେହି ସ୍ଥାନକୁ ତାଲିବାନ ପହଞ୍ଚିନଥିଲା।
ପ୍ରଥମେ ଅଲ-କାଏଦାକୁ ତାଲିବାନ ସହ ଆପତ୍ତି ଥିଲା, ହେଲେ ପରେ ଉଭୟ ସଂଗଠନ ମଧ୍ୟରେ ମଜଭୂତ ସମ୍ପର୍କ ଗଢ଼ିଉଠିଥିଲା। ଅନେକ ଚାପ ସତ୍ତ୍ୱେ ତାଲିବାନ ସଂସ୍ଥାପକ ନେତା ମୁଲ୍ଲା ଉମର, ଓସାମା ବିନ୍ ଲାଡେନ ଏବଂ ଅଲ-କାଏଦା ପାଇଁ ନିଜ ସରକାର ଧ୍ୱଂସ କରିଦେଇଥିଲା। ବର୍ଷ ୧୯୯୬ରୁ ୨୦୦୧ ଯାଏ ତାଲିବାନ ଶାସନ ସମୟରେ ଅଲ-କାଏଦା ଆଫଗାନିସ୍ତାନରେ ବେଶ ମଜଭୂତ ହୋଇଥିଲା। ୯/୧୧ ଆକ୍ରମଣ ପୂର୍ବରୁ, ଅଲ-କାଏଦା ୧୯୯୮ରେ କେନିଆ, ଆଫ୍ରିକା ଏବଂ ତାଞ୍ଜାନିଆସ୍ଥିତ ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ ଏବଂ ୨୦୦୦ ମସିହାରେ ୟେମେନରେ ଆମେରିକୀୟ ସୈନ୍ୟ ଜାହାଜକୁ ଟାର୍ଗେଟ କରିବାକୁ ଯୋଜନା କରିଥିଲା। ୯/୧୧ ଆକ୍ରମଣ ପରେ ମଧ୍ୟ ପୂର୍ବ ଏବଂ ଆଫ୍ରିକାରେ ଅଲ-କାଏଦାର ମଜଭୂତ ଶାଖା ସ୍ଥାପନ ହେଲା ଏବଂ ପଶ୍ଚିମରେ ଅଲ-କାଏଦା ଅନେକ ଆକ୍ରମଣ ଘଟଣାରେ ପ୍ରମୁଖ ଭୂମିକା ବହନ କରିଥିଲା।
ଅଲ-କାଏଦାର ବର୍ତ୍ତମାନ ମୁଖ୍ୟ ଅୟମନ୍ ଅଲ-ଜୱାହିରି, ସେପ୍ଟେମ୍ବର ୧୦ରେ ପ୍ରକାଶିତ ନୂଆ ପୁସ୍ତକରେ କିଛି ମୁଖ୍ୟ ପାକିସ୍ତାନୀଙ୍କ ସମ୍ପର୍କରେ ଉଲ୍ଲେଖ କରିଛି। ଏମାନେ ୯/୧୧ ପରେ ପାକିସ୍ତାନରେ ଅଲ-କାଏଦା ପାଇଁ ମୁଖ୍ୟ ଭୂମିକା ତୁଲାଇଥିଲେ। ଏଥିରେ କମାଣ୍ଡର
ଇଲିୟାସ୍ କଶ୍ମୀରୀ, ଉସ୍ତାଦ ଅହମ୍ମଦ ଫାରୁଖ, କାରୀ ଇମ୍ରାନ, ଡାକ୍ତର ଅବୁ ଖାଲିଦ, ଶୈଖ ଉମର ଆସିମ୍ ଏବଂ ହୁସେନ୍ ନାମୀ ପାକିସ୍ତାନ ସାମିଲ ଥିଲେ।
ଅଲ-କାଏଦାର ଉଦ୍ଦେଶ୍ୟ:
ଓସାମା ବିନ ଲାଡେନ ଏବଂ ସଂଗଠନର ଅନ୍ୟ ସଂସ୍ଥାପକଙ୍କ ମାନନ୍ତି କି ଅଲ-କାଏଦାର ସ୍ଥାପନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ବିଶ୍ୱରେ ଏମିତି ଏକ ଜିହାଦୀ ମଞ୍ଚ ସୃଷ୍ଟି କରିବା, ଯାହା ସଶସ୍ତ୍ର ଜିହାଦୀ ଆନ୍ଦୋଳନକୁ ପ୍ରୋତ୍ସାହିତ କରୁ। ଆଉ ତାହା କରିବାରେ ସଫଳ ହୋଇଥିଲେ ଜିହାଦୀ। ଅଲ-କାଏଦା ଅନେକ ସମୟରେ ସ୍ପଷ୍ଟ କରିଥିଲା କି, ଆମେରିକା ଉପରେ ବିନାଶକାରୀ ହମଲାର ଅସଲ ଉଦ୍ଦେଶ୍ୟ ଥିଲା କି, ତାକୁ ଏମିତି ଏକ ଯୁଦ୍ଧକୁ ଟଣାଯାଉ, ଯାହକୁ ସୋଭିୟତ ସଂଘ ଭଳି, ସୈନ୍ୟ ଏବଂ ଆର୍ଥିକ କ୍ଷତି ମାଧ୍ୟମରେ ନଷ୍ଟ କରିହେବ। ଆମେରିକାକୁ ପ୍ରାୟ ୧୫ ବର୍ଷ ଯାଏ ଏମିତି ଏକ ଯୁଦ୍ଧକୁ ଅଣାଯାଉ, ଯେମିତି କି ସେ ଦେବାଳିଆ ହୋଇଯିବ, ଆଉ ଏହା ହିଁ ଥିଲା ଲାଡେନର ଉଦ୍ଦେଶ୍ୟ। ହେଲେ ଅଲ-କାଏଦା ଏହି ଯୁଦ୍ଧରେ ବିଫଳ ହୋଇଥିଲା। କାରଣ ୨୦ ବର୍ଷର ଯୁଦ୍ଧ ପରେ ମଧ୍ୟ ଆମେରିକା ଉପରେ କୌଣସି ପ୍ରଭାବ ପଡ଼ିନଥିଲା।
ଆମେରିକା, ଅଲ-କାଏଦା ପ୍ରମୁଖ ଓସାମା ବିନ୍ ଲାଡେନ ସହ ସଂଗଠନର ମୁଖ୍ୟ ନେତାଙ୍କୁ ମାରି ସଫା କରିସାରିଛି। ହେଲେ ଏହା ସ୍ପଷ୍ଟ ଭାବେ କହି ହେବ ନାହିଁ କି ସଂଗଠନ ଧ୍ୱଂସ ହୋଇସାରିଛି। ଆମେରିକା ହମଲା, ୨୦୦୫ ଲଣ୍ଡନ ଆକ୍ରମଣ ପରେ ଅଲ-କାଏଦା ଅନ୍ୟ କୌଣସି ଆକ୍ରମଣରେ ସଫଳ ହୋଇପାରି ନାହିଁ। ତଥାପି ବିଶ୍ୱସ୍ତରରେ ନିଜ ଜିହାଦୀ ଉଦ୍ଦେଶ୍ୟ ପ୍ରସାର କରିବାରେ ସଫଳ ଅଲ-କାଏଦା ହୋଇପାରିଛି। ଆମେରିକା ମଧ୍ୟ ନିଜ ଯୋଜନାରେ ବିଫଳ ହୋଇଛି, ଯେଉଁ ଉଦ୍ଦେଶ୍ୟ ନେଇ ସେ ଆଫଗାନିସ୍ତାନ ଉପରେ ହମଲା କରିଥିଲା। ତାଲିବାନ ଏବେ ଯେମିତି ନଜ ସାଂଗଠନିକ ବ୍ୟବସ୍ଥା ଆରମ୍ଭ କରିଛି, ତାକୁ ଦେଖି ଯଦି ଅଲ-କାଏଦା ପୁଣି ଥରେ ଆଫଗାନିସ୍ତାନର ନିଜ ସ୍ଥିତି ଜାହିର ପାଇଁ ପ୍ରୟାସ କରିବ, ତେବେ ବିଫଳତା ଛଡ଼ା ଆଉ କିଛି ମିଳିବ ନାହିଁ।