Supremecourt to Ramdev: ନୂଆଦିଲ୍ଲୀ: ଏବେ କିଛି ନା କିଛି ପ୍ରସଂଗରେ ପତଞ୍ଜଳିର (Patanjali) ପ୍ରତିଷ୍ଠାତା ତଥା ଯୋଗଗୁରୁ ରାମଦେବ (Baba Ramdev) ଚର୍ଚ୍ଚାରେ ରହି ଆସୁଛନ୍ତି। ନିଜର ବୟାନବାଜି ପାଇଁ ମଧ୍ୟ ସେ ଅଧିକାଂଶ ସମୟରେ ବିବାଦକୁ ଠେଲି ହୋଇ ଯାଉଛନ୍ତି। ତେବେ ନିକଟରେ ଔଷଧକୁ (Medicine) ନେଇ ଦେଇଥିବା ମନ୍ତବ୍ୟ ପାଇଁ ବର୍ତ୍ତମାନ ସେ ବିବାଦରେ ରହିଛନ୍ତି। ଯୋଗ ଗୁରୁ ବାବା ରାମଦେବଙ୍କୁ ଏଲୋପାଥି ଔଷଧର (Allopathic Medicine) ପରିହାସ କରୁଥିବା ଅଭିଯୋଗରେ ସୁପ୍ରିମକୋର୍ଟ (Supremecourt) ଏକ ବଡ଼ ପ୍ରଶ୍ନ କରିଛନ୍ତି। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ଅଭିଯୋଗ କରିଛି ଯେ ଦେଶରେ କରୋନା (Corona) ଟୀକାକରଣ (Vaccination) ଅଭିଯାନ ଏବଂ ଆଧୁନିକ ଏଲୋପାଥିକ ଔଷଧ (Allopathic) ବିରୋଧରେ ଦେଶରେ ଏକ ଅଭିଯାନ ଚାଲିଛି।


COMMERCIAL BREAK
SCROLL TO CONTINUE READING

ଏହି ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି (Chief Justice) ଏନ.ଭି ରମନ୍ନା (N V Rammana) ପ୍ରଶ୍ନ କରିଛନ୍ତି ଯେ ବାବା ରାମଦେବ କାହିଁକି ଏଲୋପାଥିକ ଡାକ୍ତରଙ୍କ ଉପରେ ଅଭିଯୋଗ କରୁଛନ୍ତି? ସେ କହିଛନ୍ତି ଯେ ରାମଦେବ ଯୋଗକୁ ଲୋକପ୍ରିୟ କରିଛନ୍ତି। ଏହା ଏକ ଭଲ କଥା କିନ୍ତୁ ସେମାନେ ଅନ୍ୟ ଚିକିତ୍ସା ବ୍ୟବସ୍ଥାକୁ ସମାଲୋଚନା କରିବା ଉଚିତ୍ ନୁହେଁ ।


ଜଷ୍ଟିସ ରାମନା ଆହୁରି କହିଛନ୍ତି ଯେ ବାବା ରାମଦେବ ତାଙ୍କୁ ଅନୁସରଣ କରୁଥିବା ବ୍ୟକ୍ତିଙ୍କର ସମସ୍ତ ରୋଗରୁ ମୁକ୍ତି ପାଇବେ ବୋଲି ଗ୍ୟାରେଣ୍ଟି କ’ଣ? ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି ଯେ ବାବା ରାମଦେବ କାହିଁକି ଏହି ବ୍ୟବସ୍ଥାକୁ ସମାଲୋଚନା କରୁଛନ୍ତି? ଏହି ମାମଲାର ଶୁଣାଣିରେ ଜଡିତ ଅନ୍ୟ ଜଣେ ଜଜ୍ ଜଷ୍ଟିସ୍ ସିଟି ରବିକୁମାର କହିଛନ୍ତି ଯେ ଏଲୋପାଥିକୁ ପରିହାସ କରାଯାଉଥିବା ପରି ମନେ ହେଉଛି। ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଅନ୍ୟମାନଙ୍କୁ ନୋଟିସ ଜାରି କରି ଏ ସମ୍ପର୍କରେ ଉତ୍ତର ମାଗିଛନ୍ତି।


କରୋନା କାଳରେ ବାବା ରାମଦେବ କରୋନିଲ ନାମକ ଏକ ଔଷଧ ଆରମ୍ଭ କରିଥିଲେ ଏବଂ ଦାବି କରିଥିଲେ ଯେ ରୋଗୀ ଏହି ସଂକ୍ରାମକ ରୋଗରୁ ଉପଶମ ପାଇ ଆରୋଗ୍ୟ ଲାଭ କରିବେ। ଏହା ସହିତ ସେ ସେହି ସମୟରେ ଔଷଧର ଏଲୋପ୍ୟାଥିକ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି। ବାବା ରାମଦେବଙ୍କ ଏହି ଦାବି ପରେ ଏକ ହଙ୍ଗାମା ସୃଷ୍ଟି ହୋଇଥିଲା । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ବାବା ରାମଦେବଙ୍କୁ ସମାଲୋଚନା କରି ତାଙ୍କ ବିରୋଧରେ ମାମଲା ଦାୟର କରିଥିଲା।


ଅଧିକ ପଢନ୍ତୁ: SBI ପରିବର୍ତ୍ତନ କରିଛି ATM ସମ୍ବନ୍ଧୀୟ ନିୟମ? ୪ ଥରରୁ ଅଧିକ ଟଙ୍କା ଉଠାଇଲେ ଲାଗିବ ୧୭୩ ଟଙ୍କାର ଚାର୍ଜ!


ଅଧିକ ପଢନ୍ତୁ: 7th Pay Commission: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍; ଏହି ଦିନ ବଢ଼ିବ ମହଙ୍ଗା ଭତ୍ତା, ୪ ପ୍ରତିଶତ ହେବ ବୃଦ୍ଧି! 


ଅଧିକ ପଢନ୍ତୁ: ରାହୁଲ ଗାନ୍ଧୀଙ୍କ ଜାତକରୁ ଜାଣନ୍ତୁ ୨୦୨୪ରେ କିପରି ରହିବ କଂଗ୍ରେସର ପ୍ରଦର୍ଶନ


ଅଧିକ ପଢନ୍ତୁ: ଆଫଗାନିସ୍ତାନରେ ପୁଣି ଦେଖାଦେବ ସଙ୍କଟ! ଜାତିସଂଘର ସୁରକ୍ଷା ପରିଷଦକୁ ଧମକ ଦେଲା ତାଲିବାନ, ଜାଣନ୍ତୁ କ'ଣ ରହିଛି କାରଣ