SBI ପରିବର୍ତ୍ତନ କରିଛି ATM ସମ୍ବନ୍ଧୀୟ ନିୟମ? ୪ ଥରରୁ ଅଧିକ ଟଙ୍କା ଉଠାଇଲେ ଲାଗିବ ୧୭୩ ଟଙ୍କାର ଚାର୍ଜ!
Advertisement

SBI ପରିବର୍ତ୍ତନ କରିଛି ATM ସମ୍ବନ୍ଧୀୟ ନିୟମ? ୪ ଥରରୁ ଅଧିକ ଟଙ୍କା ଉଠାଇଲେ ଲାଗିବ ୧୭୩ ଟଙ୍କାର ଚାର୍ଜ!

 SBI ATM Rules: ସୋସିଆଲ ମିଡିଆରେ ଏକ ଭାଇରାଲ ମେସେଜରେ ଦାବି କରାଯାଇଛି ଯେ, ସଞ୍ଚୟ ଆକାଉଣ୍ଟରେ ଗୋଟିଏ ବର୍ଷରେ ୪୦ରୁ ଅଧିକ କାରବାର ବା transactions ହେଲେ ଜମା ରାଶିରୁ ପ୍ରତ୍ୟେକ ଟ୍ରାଞ୍ଜେକଶନରେ ୫୭.୫ ଟଙ୍କା କଟାଯିବ ଓ ଏଟିଏମରୁ ୪ ଥରରୁ ଅଧିକ ଟଙ୍କା ଉଠାଇଲେ ୧୭୩ ଟଙ୍କାର ଟାର୍ଜ କଟାଯିବ । 

SBI ପରିବର୍ତ୍ତନ କରିଛି ATM ସମ୍ବନ୍ଧୀୟ ନିୟମ? ୪ ଥରରୁ ଅଧିକ ଟଙ୍କା ଉଠାଇଲେ ଲାଗିବ ୧୭୩ ଟଙ୍କାର ଚାର୍ଜ!

ନୂଆଦିଲ୍ଲୀ: SBI ATM Rules: ଆଜିକାଲି ଅଧିକାଂଶ ଲୋକ ଏଟିଏମ୍ (ATM) ବ୍ୟବହାର କରନ୍ତି । ଏଟିଏମ୍ ସାହାଯ୍ୟରେ ଆପଣ ଯେକୌଣସି ସହରରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ । ଆଜିକାଲି ସୋସିଆଲ ମିଡିଆରେ ଏକ ମେସେଜ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରାଯାଇଛି ଯେ ଯଦି ଏସବିଆଇ ଏଟିଏମ (SBI ATM) ରୁ ୪ ଥରରୁ ଅଧିକ ଟଙ୍କା ଉଠାଇଲେ  ୧୭୩ ଟଙ୍କା ଚାର୍ଜ ଦେବାକୁ ପଡିବ । ଆସନ୍ତୁ ଜାଣିବା ଏହି ମେସେଜର ସତ୍ୟତା କ'ଣ ରହିଛି । ଆପଣଙ୍କୁ କହି ରଖୁଛୁ ଏହି ଖବରଟି ସଂପୂର୍ଣ୍ଣ ଭାବେ ମିଛ ବା ଫେକ୍ । ଏହାର କୌଣସି ସତ୍ୟତା ନାହିଁ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ଏପରି କୌଣସି ନିୟମ ଜାରି କରିନାହିଁ ।

ସୋସିଆଲ ମିଡିଆରେ ଏକ ଭାଇରାଲ ମେସେଜରେ ଦାବି କରାଯାଇଛି ଯେ, ସଞ୍ଚୟ ଆକାଉଣ୍ଟରେ ଗୋଟିଏ ବର୍ଷରେ ୪୦ରୁ ଅଧିକ କାରବାର ବା transactions ହେଲେ ଜମା ରାଶିରୁ ପ୍ରତ୍ୟେକ ଟ୍ରାଞ୍ଜେକଶନରେ ୫୭.୫ ଟଙ୍କା କଟାଯିବ ଓ ଏଟିଏମରୁ ୪ ଥରରୁ ଅଧିକ ଟଙ୍କା ଉଠାଇଲେ ୧୭୩ ଟଙ୍କାର ଟାର୍ଜ କଟାଯିବ । ଏହି ଦାବିକୁ PIB ଫ୍ୟାକ୍ଟ ଚେକ୍ (PIB Fact Check) ଦ୍ୱାରା ମିଛ ବୋଲି କୁହାଯାଇଛି, ଏହା ଫ୍ୟାକ୍ଟ ଚେକରେ ମିଳିଛି ​​ଯେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) କାରବାର ସମ୍ବନ୍ଧୀୟ ନିୟମରେ କୌଣସି ପରିବର୍ତ୍ତନ କରିନାହିଁ ।

ଅନ୍ୟ ଏକ ଭାଇରାଲ ମେସେଜରେ ମଧ୍ୟ ଏସବିଆଇ ଏଟିଏମ ବିଷୟରେ ଦାବି କରାଯାଇଛି ଯେ ଏଟିଏମରୁ ୪ ଥରରୁ ଅଧିକ ଟଙ୍କା ଉଠାଇଲେ ୧୫୦ ଟଙ୍କା ଓ ୨୩  ଟଙ୍କାର ସର୍ଭିସ ଚାର୍ଜ ସହିତ ମୋଟ ୧୭୩ ଟଙ୍କା କଟାଯିବ । ଫେକ୍ ମେସେଜରେ ଦାବି କରାଯାଇଛି ଯେ, ଏହି ନିୟମ ଜୁନ୍ ୧ରୁ ଲାଗୁ କରାଯାଇସାରିଛି ।

ଏହା ବି ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍; ଏହି ଦିନ ବଢ଼ିବ ମହଙ୍ଗା ଭତ୍ତା, ୪ ପ୍ରତିଶତ ହେବ ବୃଦ୍ଧି!

ଏହା ବି ପଢ଼ନ୍ତୁ:-ମୋଦି ଓ କେଜ୍ରିୱାଲ କଂଗ୍ରେସକୁ କାହିଁକି କରନ୍ତି ଆକ୍ରମଣ? ଗଣିତ ବୁଝାଇଲେ ଦଳର ଏହି ବରିଷ୍ଠ ନେତା

ଏହା ବି ପଢ଼ନ୍ତୁ:-ବିଜେପି ଓ ଏକନାଥ ସିନ୍ଦେ ଗୋଷ୍ଠୀରେ ଫାଟ, ପୁଣି ଭାଙ୍ଗିବ ସରକାର!

PIB ଫ୍ୟାକ୍ଟ ଚେକ୍ ଏହି ଦାବିକୁ ମିଛ ବୋଲି କହିଛି । ଆପଣଙ୍କୁ କହି ରଖୁଛୁ ଯେ ଏଟିଏମ୍ ସମ୍ବନ୍ଧରେ ସେପରି କୌଣସି ନିୟମ ନାହିଁ । ଆରବିଆଇ ୱେବସାଇଟ୍ ଅନୁଯାୟୀ, ଆପଣ ପ୍ରତିମାସରେ ଆପଣଙ୍କ ବ୍ୟାଙ୍କର ଏଟିଏମରୁ ୫ଟି ମାଗଣା କାରବାର କରିପାରିବେ । ଏହା ପରେ ପ୍ରତି କାରବାର ପାଇଁ ସର୍ବାଧିକ ୨୧ ଟଙ୍କା କିମ୍ବା କୌଣସି ଟ୍ୟାକ୍ସ ହେବାରୁ ଏହାକୁ ପୃଥକ ଭାବରେ ଦେବାକୁ ପଡିବ ।