7th Pay Commission: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍; ଏହି ଦିନ ବଢ଼ିବ ମହଙ୍ଗା ଭତ୍ତା, ୪ ପ୍ରତିଶତ ହେବ ବୃଦ୍ଧି!
Advertisement

7th Pay Commission: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍; ଏହି ଦିନ ବଢ଼ିବ ମହଙ୍ଗା ଭତ୍ତା, ୪ ପ୍ରତିଶତ ହେବ ବୃଦ୍ଧି!

7th Pay Commissionମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି କରିବା ପରେ କେନ୍ଦ୍ର କର୍ମଚାରୀଙ୍କ ମୋଟ ମହଙ୍ଗା ଭତ୍ତା ୩୮ ପ୍ରତିଶତରେ ପହଞ୍ଚିବ । ସେପ୍ଟେମ୍ବର ୨୦୨୨ର ବେତନରେ ନୂତନ ଡିଏ ପ୍ରଦାନ କରାଯିବ । ଏଥିରେ ଜୁଲାଇ ଓ ଅଗଷ୍ଟ ଦୁଇ ମାସର ବକେୟା ଟଙ୍କା ମଧ୍ୟ ଆସିବ । 

7th Pay Commission: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍; ଏହି ଦିନ ବଢ଼ିବ ମହଙ୍ଗା ଭତ୍ତା, ୪ ପ୍ରତିଶତ ହେବ ବୃଦ୍ଧି!

ନୂଆଦିଲ୍ଲୀ: 7th Pay Commission, DA Hike: ମହଙ୍ଗା ଭତ୍ତା (Dearness Allowance) ର ଅପେକ୍ଷା ଶେଷ ହୋଇଛି । ଶୀଘ୍ର ମହଙ୍ଗା ଭତ୍ତା (DA) ଜାରି କରାଯିବ । ଏହାର ତାରିଖ ମଧ୍ୟ ସ୍ଥିର ହୋଇସାରିଛି । ମହଙ୍ଗା ଭତ୍ତାର ଆଧିକାରୀକ ଘୋଷଣା ସେପ୍ଟେମ୍ବର ୨୮ ଅର୍ଥାତ୍ ତୃତୀୟ ନବରାତ୍ରୀ ଅବସରରେ କରାଯିବ । କେନ୍ଦ୍ର କର୍ମଚାରୀମାନେ ନବରାତ୍ରିରେ ମହଙ୍ଗା ଭତ୍ତାର ଉପହାର ପାଇବେ । ସେପ୍ଟେମ୍ବର ମାସର ଦରମା ସହିତ ଏହା ପ୍ରଦାନ କରାଯିବ । ଅର୍ଥାତ୍ ଅକ୍ଟୋବର ୧ରୁ ମହଙ୍ଗା ଭତ୍ତା (DA Hike) ୩୮ ପ୍ରତିଶତକୁ ବୃଦ୍ଧି ପାଇବ । ଏହି ସମୟରେ କେନ୍ଦ୍ର କର୍ମଚାରୀମାନଙ୍କୁ ଦୁଇ ମାସର ଡିଏ ବକେୟା (DA Arrear) ଲାଭ ମଧ୍ୟ ମିଳିବ । 

AICPI-IW (All India Consumer Price Index- Industrial Worker) ର ପ୍ରଥମ ଛଅ ମାସର ତଥ୍ୟ ପ୍ରକାଶ କରିଥିଲା । ଏଥିରେ ସୂଚକାଙ୍କ ୦.୨ ପଏଣ୍ଟ ବୃଦ୍ଧି ପାଇ ୧୨୯.୯ରେ ପହଞ୍ଚିଛି । କର୍ମଚାରୀଙ୍କ ମହଙ୍ଗା ଭତ୍ତା ସ୍ଥିର କରିବାକୁ ସରକାର ଏହି ସୂଚୀର ତଥ୍ୟ ବ୍ୟବହାର କରନ୍ତି । ସୂଚକାଙ୍କ ବୃଦ୍ଧି ଯୋଗୁଁ ଡିଏରେ ୪ ପ୍ରତିଶତ ବୃଦ୍ଧି ଘଟିଛି । ବିଶେଷଜ୍ଞମାନେ ଦାବି କରୁଛନ୍ତି ଯେ, ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରାଯିବ । ଯାହା ଫଳରେ ଏକ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀ ଏହାର ଲାଭ ପାଇବେ ।

ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି କରିବା ପରେ କେନ୍ଦ୍ର କର୍ମଚାରୀଙ୍କ ମୋଟ ମହଙ୍ଗା ଭତ୍ତା ୩୮ ପ୍ରତିଶତରେ ପହଞ୍ଚିବ । ସେପ୍ଟେମ୍ବର ୨୦୨୨ର ବେତନରେ ନୂତନ ଡିଏ ପ୍ରଦାନ କରାଯିବ । ଏଥିରେ ଜୁଲାଇ ଓ ଅଗଷ୍ଟ ଦୁଇ ମାସର ବକେୟା ଟଙ୍କା ମଧ୍ୟ ଆସିବ । ଜୁଲାଇ ୧, ୨୦୨୨ରୁ ନୂତନ ମହଙ୍ଗା ଭତ୍ତା ଲାଗୁ ବୋଲି ମନେ କରାଯିବ । ମୋଟାମୋଟି ଭାବେ ନବରାତ୍ରୀ ସମୟରେ ସରକାର ଏହାକୁ ପ୍ରଦାନ କରିବେ । ଏହା କର୍ମଚାରୀଙ୍କୁ ବଡ଼ ରିହାତି ପ୍ରଦାନ କରିବ । ଏହା ଦ୍ୱାରା ସେମାନଙ୍କୁ ମୋଟା ଅଙ୍କର ଦରମା ମଧ୍ୟ ମିଳିବ ।

ଏଠାରେ କହି ରଖୁଛୁ ଯେ, ସପ୍ତମ ବେତନ ଆୟୋଗର ସର୍ବନିମ୍ନ ବେସିକ ଦରମା ହେଉଛି ୧୮,୦୦୦ ଟଙ୍କା ଓ କ୍ୟାବିନେଟ ସଚିବ ସ୍ତରରେ ୫୬,୯୦୦ ଟଙ୍କା ହୋଇଥାଏ । ୩୮ ପ୍ରତିଶତ ଅନୁଯାୟୀ, ୧୮୦୦୦ ଟଙ୍କା ବେତନ ଉପରେ ବାର୍ଷିକ ଡିଏର ମୋଟ ବୃଦ୍ଧି ୬,୮୪୦ ଟଙ୍କା ମିଳିବ । ମୋଟ ଡିଏ ମାସକୁ ୭୨୦ ଟଙ୍କା ବୃଦ୍ଧି ପାଇବ । ସର୍ବାଧିକ ବେସିକ ବେତନ ବ୍ରାକେଟ୍ ଉପରେ ୫୬,୯୦୦ ଟଙ୍କା ଉପରେ ବାର୍ଷିକ ମହଙ୍ଗା ଭତ୍ତାର ମୋଟ ବୃଦ୍ଧି ୨୭,୩୧୨ ଟଙ୍କା ହେବ । ୩୪ ପ୍ରତିଶତ ତୁଳନାରେ ଏହି ବେତନ ତାଲିକାରେ ଥିବା ବ୍ୟକ୍ତିମାନେ ୨,୨୭୬ ଟଙ୍କା ଅଧିକ ପାଇବେ ।

ଏହା ବି ପଢ଼ନ୍ତୁ:-ମୋଦି ଓ କେଜ୍ରିୱାଲ କଂଗ୍ରେସକୁ କାହିଁକି କରନ୍ତି ଆକ୍ରମଣ? ଗଣିତ ବୁଝାଇଲେ ଦଳର ଏହି ବରିଷ୍ଠ ନେତା

ଏହା ବି ପଢ଼ନ୍ତୁ:-ବିଜେପି ଓ ଏକନାଥ ସିନ୍ଦେ ଗୋଷ୍ଠୀରେ ଫାଟ, ପୁଣି ଭାଙ୍ଗିବ ସରକାର!

ଏହା ବି ପଢ଼ନ୍ତୁ:-ଆଫଗାନିସ୍ତାନରେ ପୁଣି ଦେଖାଦେବ ସଙ୍କଟ! ଜାତିସଂଘର ସୁରକ୍ଷା ପରିଷଦକୁ ଧମକ ଦେଲା ତାଲିବାନ, ଜାଣନ୍ତୁ କ'ଣ ରହିଛି କାରଣ

 

ସୂଚନାଯୋଗ୍ୟ, ବିଗତ ମାର୍ଚ୍ଚ ମାସରେ ମୋଦି ସରକାର କର୍ମଚାରୀଙ୍କ ଡିଏକୁ ତିନି ପ୍ରତିଶତ ବୃଦ୍ଧି କରିଥିଲେ । ଏହି ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଡିଏ ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ତ୍ତମାନ ଅନୁମାନ କରାଯାଉଛି ଯେ ପୁଣି ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ହୋଇପାରେ । ଯଦି ଏଥିରେ ୪ ପ୍ରତିଶତ ବୃଦ୍ଧି ହୁଏ, ତେବେ କେନ୍ଦ୍ର କର୍ମଚାରୀଙ୍କ ଡିଏ ୩୪ ପ୍ରତିଶତରୁ ୩୮ ପ୍ରତିଶତକୁ ବୃଦ୍ଧି ପାଇବ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ୪୭ ଲକ୍ଷ କର୍ମଚାରୀ ଓ ୬୮ ଲକ୍ଷ ପେନସନଭୋଗୀଙ୍କୁ ଲାଭ ପହଞ୍ଚାଇବ ।