ରାହୁଲ ଗାନ୍ଧୀଙ୍କ ଜାତକରୁ ଜାଣନ୍ତୁ ୨୦୨୪ରେ କିପରି ରହିବ କଂଗ୍ରେସର ପ୍ରଦର୍ଶନ
Advertisement

ରାହୁଲ ଗାନ୍ଧୀଙ୍କ ଜାତକରୁ ଜାଣନ୍ତୁ ୨୦୨୪ରେ କିପରି ରହିବ କଂଗ୍ରେସର ପ୍ରଦର୍ଶନ

Rahul Gandhi Horoscope: ରାହୁଲ ଗାନ୍ଧୀ ୧୯ ଜୁନ୍ ୧୯୭୦ରେ ଦିନ ୨.୨୮ ମିନିଟରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ଏପରି ପରିସ୍ଥିତିରେ ସେହି ସମୟରେ ତାଙ୍କ ଜାତକରେ ତୁଳା ଲଗ୍ନ ୨ ଅଂଶରେ ଓ ବୃହସ୍ପତି ମଧ୍ୟ ତୁଳାରେ ୨ ଅଂଶରେ ଉଦିତ ରହିଥିଲା । 

ରାହୁଲ ଗାନ୍ଧୀଙ୍କ ଜାତକରୁ ଜାଣନ୍ତୁ ୨୦୨୪ରେ କିପରି ରହିବ କଂଗ୍ରେସର ପ୍ରଦର୍ଶନ

ନୂଆଦିଲ୍ଲୀ: Rahul Gandhi Horoscope: ରାହୁଲ ଗାନ୍ଧୀ (Rahul Gandhi) କଂଗ୍ରେସର ଅଧ୍ୟକ୍ଷ (Congress President) ହେବାକୁ ମନା କରିଦେଇଛନ୍ତି, ତେଣୁ ଦଳ ଅନ୍ୟ ସମ୍ଭାବନା ଉପରେ ମଧ୍ୟ ବିଚାର କରୁଛି । ବାସ୍ତବରେ ୨୦୧୪ ମସିହାରୁ ଦଳର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଆସିଛି । ଲୋକସଭା ଠାରୁ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ କଂଗ୍ରେସ ନିଜର ଅସ୍ତିତ୍ୱ ବଞ୍ଚାଇବା ପାଇଁ ସଂଘର୍ଷ କରୁଛି । ଏହାସହ ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ଅନେକ ଥର ପ୍ରଶ୍ନ ଉଠାଯାଇଛି । ଏଭଳି ପରିସ୍ଥିତିରେ ରାହୁଲ ଗାନ୍ଧୀଙ୍କ ୨୦୨୪ ଲୋକସଭା ନିର୍ବାଚନକୁ ନେଇ ଚିନ୍ତା କରିବା ସ୍ୱାଭାବିକ କଥା । ଆସନ୍ତୁ ଜାଣିବା ରାହୁଲ ଗାନ୍ଧୀଙ୍କ ଜାତକରୁ କଂଗ୍ରେସ ଓ ରାହୁଲଙ୍କ ପାଇଁ ଆଗାମୀ ସମୟ କିପରି ରହିବ?

ରାହୁଲ ଗାନ୍ଧୀ ୧୯ ଜୁନ୍ ୧୯୭୦ରେ ଦିନ ୨.୨୮ ମିନିଟରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ଏପରି ପରିସ୍ଥିତିରେ ସେହି ସମୟରେ ତାଙ୍କ ଜାତକରେ ତୁଳା ଲଗ୍ନ ୨ ଅଂଶରେ ଓ ବୃହସ୍ପତି ମଧ୍ୟ ତୁଳାରେ ୨ ଅଂଶରେ ଉଦିତ ରହିଥିଲା । ଯଦି ଆପଣ ତାଙ୍କ ଜାତକରେ ଥିବା ପ୍ଲସ୍ ପଏଣ୍ଟକୁ ଦେଖିବେ, ତେବେ ଲଗ୍ନ ହେଉଛି ବର୍ଗୋତ୍ତମ୍ ଓ ବୃହସ୍ପତି ମଧ୍ୟ ବର୍ଗୋତ୍ତମ । ସପ୍ତମ ଘରେ ଅର୍ଥାତ୍ ରାଶିଫଳର ସପ୍ତମ ଘରେ ଯୋଗକାରକ ଶନି ଅଛନ୍ତି ଓ ଲଗ୍ନର ସ୍ୱାମୀ ଶୁକ୍ର ଦଶମ ଘରେ ବସିଛନ୍ତି । ଏହି ଶୁଭ ସ୍ଥିତି ତାଙ୍କୁ ଏକ ଉତ୍ତମ ଓ ରାଜ ପରିବାର ପରି ଏକ ସମୃଦ୍ଧ ପରିବାର ପ୍ରଦାନ କରିଛି ।

ରାହୁଲ ଗାନ୍ଧୀଙ୍କ ଜାତକରେ ଥିବା ମାଇନସ୍ ପଏଣ୍ଟ ବିଷୟରେ କହିବାକୁ ଗଲେ ଚନ୍ଦ୍ର ତାଙ୍କ ରାଶିରେ କେମନ୍ଦୁମ ଯୋଗରେ ଫସି ରହିଛନ୍ତି । ଏହି ଯୋଗ ହେତୁ ଏହା ସମ୍ଭବ ଯେ ବେଳେବେଳେ ସେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୁଅନ୍ତି ଓ ନିଜର ଦୂରଦୃଷ୍ଟିର ବ୍ୟବହାର କରିବାରେ ଅସମର୍ଥ ହୁଅନ୍ତି, ଯେଉଁଥିପାଇଁ ତାଙ୍କର କ୍ଷତି ହୁଏ । ବୁଧ ଗ୍ରହ ହେଉଛି ବୃଦ୍ଧି, ପରିପକ୍ୱତା ଏବଂ ନିର୍ଣ୍ଣୟର ଗ୍ରହ, ଏହା ତାଙ୍କ ଜାତକରେ ଅଷ୍ଟମ ଘରେ ବସିଛି । କେବଳ ଏତିକି ନୁହେଁ ବୁଧ ତାଙ୍କ ଜାତକରେ ସୂର୍ଯ୍ୟ ଓ ଶନିଙ୍କ ମଧ୍ୟରେ ଫସି ରହିଛନ୍ତି । ଏହି କାରଣରୁ ତାଙ୍କୁ ବେଳେବେଳେ ଠୋସ୍ ନିଷ୍ପତ୍ତି ନେବାରେ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ । ବିରୋଧୀମାନେ ଏହାର ଫାଇଦା ଉଠାନ୍ତି । ତେଣୁ, ତାଙ୍କୁ ଅତି ସତର୍କତାର ସହିତ ଯେକୌଣସି ନିଷ୍ପତ୍ତିରେ ପହଞ୍ଚିବା ଆବଶ୍ୟକ, ଶତ୍ରୁର ସ୍ୱାର୍ଥ ପ୍ରତି ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ଅଛି ।

ଏହା ବି ପଢ଼ନ୍ତୁ:-ସର୍ଭେ: ପ୍ରଧାନମନ୍ତ୍ରୀ ଭାବରେ କେତେ ଲୋକଙ୍କ ପସନ୍ଦ କେଜ୍ରିୱାଲ, ଜାଣନ୍ତୁ ମୋଦିଙ୍କୁ କିଏ ଦେଉଛନ୍ତି ଟକ୍କର

ଏହା ବି ପଢ଼ନ୍ତୁ:-ଶସ୍ତା ସୁନା କିଣିବାର ସୁବର୍ଣ୍ଣ ସୁଯୋଗ, ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଏହି ସ୍କିମ୍; ଜାଣନ୍ତୁ କିଏ ଓ କିପରି କିଣିପାରିବେ ଗୋଲ୍ଡ

ଏହା ବି ପଢ଼ନ୍ତୁ:-ଇମ୍ରାନ ଖାନ ଫେରାର; ଜାମିନ ପାଇଁ କଲେ ନାହିଁ ଅପେକ୍ଷା, ପ୍ରଦର୍ଶନ ପାଇଁ ପ୍ରସ୍ତୁତ ସମର୍ଥକ

ରାହୁଲ ଗାନ୍ଧୀଙ୍କର ଜାତକରେ ଶନି ତଳ ରାଶିରେ ଅଛନ୍ତି ଓ ବିବାହିତ ଜୀବନରେ ସୁଖର କାରଣ ଗ୍ରହ ଶୁକ୍ର ପାପ ଗ୍ରହ ମଧ୍ୟରେ ଫସି ରହିଛନ୍ତି । ତେଣୁ, ତାଙ୍କ ଜୀବନରେ ଗୃହସ୍ଥୀ ସୁଖର ଅଭାବ ଦେଖାଯାଏ । ଏହା ସହିତ ରାହୁଲ ଗାନ୍ଧୀଙ୍କ ଜାତକରେ ଗ୍ରହମାନଙ୍କର ସ୍ଥିତି ଦର୍ଶାଉଛି ଯେ ଦେଶର ପ୍ରଧାନମନ୍ତ୍ରୀ ଗାଦି ଯାଏ ପହଞ୍ଚିବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇପାରେ । ରାହୁଲଙ୍କ ଜାତକରୁ ସାମ୍ପ୍ରତିକ ପରିସ୍ଥିତି ବିଷୟରେ କହିବାକୁ ଗଲେ, ଡିସେମ୍ବର ୨୦୨୧ରୁ ମେ ୨୦୨୪ ପର୍ଯ୍ୟନ୍ତ ରାହୁରେ ଗୁରୁ ଦଶା ଚାଲୁଛି, ଯାହା ଭଲ ନୁହେଁ । ଏହି ଦଶା ଯୋଗୁଁ ସେ ନିର୍ଣ୍ଣୟ ନେବା ଅବସ୍ଥାରେ ରହିବେ ନାହିଁ ଓ ଅନେକ ଥର ଭୁଲ ନିଷ୍ପତ୍ତି ନେଇ ସେ ନିଜର କ୍ଷତି ପହଞ୍ଚାଇବେ । ଏଥିରେ ଅକ୍ଟୋବର ୧୫ରୁ ଯେତେବେଳେ ସୂର୍ଯ୍ୟ ତୁଳାରେ ପ୍ରବେଶ କରିବେ ଓ କେତୁ ସହ ଯୋଗଦେବେ, ସେତେବେଳେ ତାଙ୍କର ସମସ୍ୟା ଆହୁରି ବୃଦ୍ଧି ପାଇବ । ଏପରିକି ୨୦୨୪ ମସିହାରେ ଯେତେବେଳେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ, ସେତେବେଳେ ରାହୁଲ ଗାନ୍ଧୀଙ୍କ ଜାତକରେ ରାହୁରେ ଗୁରୁ ଦଶା ଚାଲୁଥିବ । ଯେଉଁ କାରଣରୁ ୨୦୨୪ ମସିହାରେ ମଧ୍ୟ ତାଙ୍କ ଦଳ ଅଧିକ ଲାଭ ପାଇବ ନାହିଁ ବୋଲି ଅନୁମାନ କରାଯାଉଛି ।