ମାର୍ଚ୍ଚରେ ୧୮ ଲକ୍ଷରୁ ଅଧିକ ଭାରତୀୟ WhatsApp ଆକାଉଣ୍ଟ ବ୍ୟାନ୍​
Advertisement

ମାର୍ଚ୍ଚରେ ୧୮ ଲକ୍ଷରୁ ଅଧିକ ଭାରତୀୟ WhatsApp ଆକାଉଣ୍ଟ ବ୍ୟାନ୍​

ମେସେଜିଂ ପ୍ଲାଟଫର୍ମ WhatsApp ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, କମ୍ପାନୀ ମାର୍ଚ୍ଚ ମାସରେ ୧୮.୦୫ ଲକ୍ଷ ଭାରତୀୟ ଆକାଉଣ୍ଟ ବ୍ୟାନ କରିଛି।

ମାର୍ଚ୍ଚରେ ୧୮ ଲକ୍ଷରୁ ଅଧିକ ଭାରତୀୟ WhatsApp ଆକାଉଣ୍ଟ ବ୍ୟାନ୍​

ସନ୍ଦିଗ୍ଧ WhatsApp ଆକାଉଣ୍ଟ ବିରୋଧରେ Meta ପକ୍ଷରୁ କାର୍ଯ୍ୟାନୁଷ୍ଠାନ। କେବଳ ମାର୍ଚ୍ଚ ମାସରେ ୧୮ ଲକ୍ଷ ଭାରତୀୟ WhatsApp ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି କମ୍ପାନି। ଉପଭୋକ୍ତାଙ୍କ ଠାରୁ ପ୍ରାପ୍ତ ଅଭିଯୋଗ ଆଧାରରେ ଏବଂ ସନ୍ଦିଗ୍ଧ କାର୍ଯ୍ୟକଳାପ ରୋକିବା ଉଦ୍ଦେଶ୍ୟରେ କମ୍ପାନି ପ୍ରତି ମାସରେ ଏପରି ଆକାଉଣ୍ଟ ଚିହ୍ନଟ କରିବା ସହିତ ବ୍ୟାନ ଘୋଷଣା କରୁଛି। ଗତ ଏପ୍ରିଲରେ ମଧ୍ୟ ୮ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟ ବ୍ୟାନ କରିଥିଲା କମ୍ପାନୀ। ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟଫର୍ମ WhatsApp ଫେବୃଆରୀ ମାସରେ ୧୪.୨୬ ଲକ୍ଷ ଭାରତୀୟ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଥିଲା।

ମେସେଜିଂ ପ୍ଲାଟଫର୍ମ WhatsApp ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, କମ୍ପାନୀ ମାର୍ଚ୍ଚ ମାସରେ ୧୮.୦୫ ଲକ୍ଷ ଭାରତୀୟ ଆକାଉଣ୍ଟ ବ୍ୟାନ କରିଛି। ଭାରତରେ ଗତବର୍ଷ ଲାଗୁ ହୋଇଥିବା ନୂଆ IT ନିୟମ ଅନୁଯାୟୀ ପ୍ରତି ମାସରେ ଅନୁପାଳନ ରିପୋର୍ଟ ପ୍ରକାଶ କରୁଛି କମ୍ପାନୀ। ନିୟମ ଅନୁସାରେ ଯେଉଁ ଡିଜିଟାଲ୍‌ ପ୍ଲାଟଫର୍ମର ୫୦ ଲକ୍ଷରୁ ଅଧିକ ଉପଭୋକ୍ତା ଥିବେ, ସେହି କମ୍ପାନି ପ୍ରତି ମାସରେ ନିଜର ଅନୁପାଳନ ନେଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। ଏଥିରେ ପ୍ରାପ୍ତ ଅଭିଯୋଗର ବିବରଣୀ ସହିତ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ତଥ୍ୟ ଉଲ୍ଲେଖ ରହିବା ବାଧ୍ୟତାମୂଳକ।

ସଦ୍ୟ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ୧ରୁ ୩୧ ମଧ୍ୟରେ ୧୮.୦୫ ଲକ୍ଷ ଭାରତୀୟ ଆକାଉଣ୍ଟରେ ଅପବ୍ୟବହାର ହେଉଥିବା ଚିହ୍ନଟ ହୋଇଥିଲା। ଉପଭୋକ୍ତାଙ୍କଠାରୁ ପ୍ରାପ୍ତ ହୋଇଥିବା ନକାରାତ୍ମକ ମତାମତ ଆଧାରରେ କମ୍ପାନି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହାସହିତ ଉପଭୋକ୍ତାଙ୍କ ନିରାପତ୍ତା ପାଇଁ କମ୍ପାନି ଏହି ନିଷ୍ପତ୍ତି ଗ୍ରହଣ କରିଥିବା କମ୍ପାନି ମୁଖପାତ୍ର ସ୍ପଷ୍ଟ କରିଛନ୍ତି ।

ଆଗକୁ ମଧ୍ୟ ଏପରି କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି କମ୍ପାନି ସୂଚନା ଦେଇଛି। WhatsApp ପୋର୍ଟାଲରେ କୌଣସି ସନ୍ଦିଗ୍ଧ ଆକାଉଣ୍ଟ ବିରୋଧରେ ଅଭିଯୋଗ ଦାଖଲ କରିବାକୁ କମ୍ପାନୀ ଅପିଲ କରିଛି। ଅଭିଯୋଗ ପରେ କମ୍ପାନୀ ସମ୍ପୃକ୍ତ ଆକାଉଣ୍ଟ ଭେରିଫାଏ କରିବା ସହିତ ପୂର୍ବରୁ ସେହି ଆକାଉଣ୍ଟରେ ହୋଇଥିବା ବାର୍ତ୍ତାଳାପ, ଚାଟର ଯାଞ୍ଚ କରିଥାଏ। ଆକାଉଣ୍ଟରେ କୌଣସି ସନ୍ଦିଗ୍ଧ, ବେଆଇନ କାର୍ଯ୍ୟ ହୋଇଥିବା ପ୍ରମାଣ ମିଳିଲେ ପରବର୍ତ୍ତୀ ମାସରେ ସେହି ଆକାଉଣ୍ଟକୁ ବ୍ୟାନ ଘୋଷଣା କରାଯାଇଥାଏ।