ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା ଶୀତ; ନଭେମ୍ବରରୁ କମ୍ପୁଛି ରାଷ୍ଟ୍ରୀୟ ରାଜଧାନୀ
Advertisement

ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା ଶୀତ; ନଭେମ୍ବରରୁ କମ୍ପୁଛି ରାଷ୍ଟ୍ରୀୟ ରାଜଧାନୀ

ଚଳିତ ନଭେମ୍ବରରେ ଦିଲ୍ଲୀକୁ ଥରାଉଥିବା କାଠୁଆ ଜାଡ ସାଧାରଣତଃ ଡିସେମ୍ବରରେ ଅନୁଭୂତ ହୋଇଥାଏ। ବର୍ତ୍ତମାନ ଶୀତ ସାଙ୍ଗକୁ ଘନ କୁହୁଡି ଲୋକେ ସଂଘର୍ଷ କରୁଛନ୍ତି।

ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା ଶୀତ; ନଭେମ୍ବରରୁ କମ୍ପୁଛି ରାଷ୍ଟ୍ରୀୟ ରାଜଧାନୀ

ନୂଆଦିଲ୍ଲୀ: ଚଳିତ ବର୍ଷ ନଭେମ୍ବରରୁ କାଠୁଆ ଜାଡରେ (Cold Wave)ଥରିଉଠୁଛି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ (National Capital Delhi)। ଏ ବର୍ଷର ଶୀତ ବିଗତ ୧୪ ବର୍ଷର ରେକର୍ଡ ଭାଙ୍ଗିଛି। ରାଜଧାନୀ ନୂଆଦିଲ୍ଲୀରେ ଅନୁଭୂତ ହେଉଥିବା ଥଣ୍ଡାକୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି।

ଚଳିତ ନଭେମ୍ବରରେ ଦିଲ୍ଲୀକୁ ଥରାଉଥିବା କାଠୁଆ ଜାଡ ସାଧାରଣତଃ ଡିସେମ୍ବରରେ ଅନୁଭୂତ ହୋଇଥାଏ। ବର୍ତ୍ତମାନ ଶୀତ ସାଙ୍ଗକୁ ଘନ କୁହୁଡି ଲୋକେ ସଂଘର୍ଷ କରୁଛନ୍ତି। ଏନେଇ ପାଣିପାଗ ବିଭାଗ ଅନୁସାରେ  ରାଷ୍ଟ୍ରୀୟ ରାଜଧାନୀକୁ ଥରାଉଥିବା ଶୀତ ବିଗତ କେତେ ବର୍ଷର ରେକର୍ଡ ଭାଙ୍ଗିପାରେ। 
        
ଚଳିତ ବର୍ଷ ପାଣିପାଗ ଜନିତ ଅନେକ ଅଦ୍ଭୂତ ଘଟଣା ଘଟିବାରେ ଲାଗିଛି। ଯାହା ପାଣିପାଗ ବିଭାଗ ଦ୍ୱାରା କରାଯାଇଥିବା ପୂର୍ବାନୁମାନର ଠିକ ବିପରୀତ। ଏଥର ଅକ୍ଟୋବର ମାସରେ ବିଗତ ୫୮ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହୋଇଥିଲା ଯାହା ଏକ ନିଆରା ରେକର୍ଡ। ସେହି ମାସରେ ହାରାହାରି ସର୍ବନିମ୍ନ ତାପମାତ୍ରା ୧୭.୨ ଡିଗ୍ରୀ ସେଲସିୟସ୍ ରହିଥିବାବେଳେ ସାଧରଣତଃ ଏହି ସମୟରେ ସର୍ବନିମ୍ନ ତାପମାତ୍ରା ୧୯.୧ ଡିଗ୍ରୀ ସେଲସିୟସ ରହିଥାଏ।

ଏଠାରେ ଉଲ୍ଲେଖଯୋଗ୍ୟ ୧୯୬୨ ମସିହା ଅକ୍ଟୋବର ମାସରେ ଚଳିତ ବର୍ଷ ଅପେକ୍ଷା ଅଧିକ ଥଣ୍ଡା ଅନୁଭୂତ ହୋଇଥିଲା। ସେହି ବର୍ଷ ଅକ୍ଟୋବରରେ ହାରାହାରି ସର୍ବନିମ୍ନ ତାପମାତ୍ରା ୧୬.୯ ଡିଗ୍ରୀ ସେଲସିୟସ୍ ରହିଥିଲା।

ପାଣିପାଗ ବିଜ୍ଞାନୀଙ୍କ (Weather Expert)କହିବା ଅନୁସାରେ ବର୍ତ୍ତମାନ ସମୟରେ ଦିଲ୍ଲୀରେ ଅନୁଭୂତ ହେଉଥିବା ଏଠାକାର ବାସିନ୍ଦାଙ୍କ ଲାଗି ସମସ୍ୟା ସୃଷ୍ଟି କରିପାରେ। ସାଧାରଣତଃ ଡିସେମ୍ବର-ଜାନୁଆରୀ ମାସରେ ଦିଲ୍ଲୀରେ ଶୀତ ଲହରୀ ଜାରି ରହିଥାଏ ହେଲେ ଏଥର ନଭେମ୍ବରରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି।

ଦିଲ୍ଲୀ ଆଞ୍ଚଳିକ ପାଣିପାଗ ପୂର୍ବାନୁମାନ କେନ୍ଦ୍ର (Delhi Metrological Office)ମୁଖ୍ୟ ଡକ୍ଟର କୁଲଦୀପ ଶ୍ରୀବାସ୍ତବ କହିଛନ୍ତି ସେପ୍ଟେମ୍ବରରୁ ଏଥର ଆକାଶ ସଫା ହୋଇଯାଇଛି। ଏହି କାରଣରୁ ଦିନର ଉତ୍ତାପ ବାୟୁମଣ୍ଡଳରୁ ବାହାରିବା କାରଣରୁ ରାତି ଥଣ୍ଡା ହେବାରେ ଲାଗିଛି। ଅନ୍ୟପଟେ ହିମାଳୟ ଅଞ୍ଚଳରେ ତୁଷାରପାତ (Snow Fall)ଆରମ୍ଭ ହୋଇଯାଇଛି। ଏହି ସମୟରେ ପବନ ସମାନ ଦିଗରୁ ଆସୁଛି, ଯାହା ଫଳରେ ଥଣ୍ଡା ଆହୁରି ବଢିବାରେ ଲାଗିଛି।