World Population: ଦିନକ ପରେ ୮ ଆରବରେ ପହଞ୍ଚିବ ବିଶ୍ୱ ଜନସଂଖ୍ୟା, ସର୍ଭେ ବଢାଇଲା ସର୍ବାଧିକ ଜନବହୁଳ ଦେଶର ଚିନ୍ତା
Advertisement

World Population: ଦିନକ ପରେ ୮ ଆରବରେ ପହଞ୍ଚିବ ବିଶ୍ୱ ଜନସଂଖ୍ୟା, ସର୍ଭେ ବଢାଇଲା ସର୍ବାଧିକ ଜନବହୁଳ ଦେଶର ଚିନ୍ତା

Population Decreasing of China:  ମିଳିତ ଜାତିସଂଘ  ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ଆସନ୍ତାକାଲି ଅର୍ଥାତ ୧୫ ନଭେମ୍ବରରେ ବିଶ୍ୱର ଜନସଂଖ୍ୟା ୮ ଆରବ ଅର୍ଥାତ ୮୦୦ କୋଟିରେ ପହଞ୍ଚିବ। ବିଶ୍ୱ ଜନସଂଖ୍ୟା ଆଶା ୨୦୨୨ ରିପୋର୍ଟ ଅନୁଯାୟୀ, ଆସନ୍ତା ୨୦୮୦ ବେଳକୁ ବିଶ୍ୱର ମୋଟ ଜନସଂଖ୍ୟା ଶିଖରରେ ପହଞ୍ଚିବ। 

World Population: ଦିନକ ପରେ ୮ ଆରବରେ ପହଞ୍ଚିବ ବିଶ୍ୱ ଜନସଂଖ୍ୟା, ସର୍ଭେ ବଢାଇଲା ସର୍ବାଧିକ ଜନବହୁଳ ଦେଶର ଚିନ୍ତା

China Population: ଗୋଟିଏ ପଟେ ବିଜ୍ଞାନ, ଅର୍ଥନୀତି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଚୀନ ନିଜର ଶକ୍ତି କ୍ରମାଗତ ଭାବେ ବଢାଇଚାଲିଛି। ହେଲେ ଏପରି କ୍ଷେତ୍ର ଅଛି ଯେଉଁଠାରେ ଚୀନ ଆଗକୁ ବଢିବା ପରିବର୍ତ୍ତେ ପଛକୁ ହଟୁଛି। ଏହି କ୍ଷେତ୍ରରେ ଭାରତ ଆଗକୁ ବଢୁଥିବାର ଜଣାପଡିଛି। ଚୀନ ପାଇଁ ଏହି ସମସ୍ୟା ଏବେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏହା ସହ ଜଡ଼ିତ ଏକ ରିପୋର୍ଟ ଚୀନକୁ ଅଶାନ୍ତ କରିଦେଇଛି। ନିକଟରେ ମିଳିତ ଜାତିସଂଘ ଜନସଂଖ୍ୟା ଉପରେ ଏକ ରିପୋର୍ଟ ପ୍ରକାଶ କରିଛି। ଏନେଇ ଆକଳନ କରାଯାଇଛି ଯେ  ଜନସଂଖ୍ୟା ମାମଲାରେ ଆସନ୍ତା ୨୦୨୩ ସୁଦ୍ଧା ଭାରତ ଚୀନକୁ ଅତିକ୍ରମ କରିବ। ଏହା ସହିତ ଏହି ସମୟ ମଧ୍ୟରେ ଚୀନରେ କମ୍ ପିଲା ଜନ୍ମ ହେବ ବୋଲି ଆକଳନ କରାଯାଇଛି। ଏହି କାରଣରୁ ଚୀନ ଲାଗି ସମସ୍ୟା ବଢିଯାଇଇଛି।

ମିଳିତ ଜାତିସଂଘ  ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ଆସନ୍ତାକାଲି ଅର୍ଥାତ ୧୫ ନଭେମ୍ବରରେ ବିଶ୍ୱର ଜନସଂଖ୍ୟା ୮ ଆରବ ଅର୍ଥାତ ୮୦୦ କୋଟିରେ ପହଞ୍ଚିବ। ବିଶ୍ୱ ଜନସଂଖ୍ୟା ଆଶା ୨୦୨୨ ରିପୋର୍ଟ ଅନୁଯାୟୀ, ଆସନ୍ତା ୨୦୮୦ ବେଳକୁ ବିଶ୍ୱର ମୋଟ ଜନସଂଖ୍ୟା ଶିଖରରେ ପହଞ୍ଚିବ। ଏହା ପରେ ଜନସଂଖ୍ୟା ୧୦.୪ ବିଲିୟନ ଅର୍ଥାତ ଏକ ୧୦୦୦ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।

ମିଡିଆ ରିପୋର୍ଟ ଅନୁଯାୟୀ ଅଧିକାଂଶ ଚୀନ ଦମ୍ପତି କେବଳ ଗୋଟିଏ ସନ୍ତାନ ଚାହୁଁଛନ୍ତି। ଏହା ବହୁ ବର୍ଷ ଧରି ଚାଲିଆସୁଛି। ସେଥିପାଇଁ ଚୀନ୍ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଅନ୍ୟପଟେ ଚୀନ ସରକାର ଉଦ୍ୟମ କରୁଛନ୍ତି ଲୋକେ ଅତି କମରେ ତିନୋଟି ସନ୍ତାନ ଜନ୍ମ କରନ୍ତୁ। ଚୀନ ଲୋକେ କମ୍ ସନ୍ତାନ ଜନ୍ମ କରିବାର କାରଣ ହେଉଛି ସେଠାରେ ସେମାନଙ୍କ ପାଇଁ ହେଉଥିବା ଖର୍ଚ୍ଚ। ଏହା ବ୍ୟତୀତ ଅନେକ ଚୀନ ଯୁବତୀ ଏବଂ ମହିଳା ବର୍ତ୍ତମାନ ବିଳମ୍ବରେ ବିବାହ କରୁଛନ୍ତି। ଯେଉଁ କାରଣରୁ ସେମାନଙ୍କର ଗର୍ଭଧାରଣ ସମ୍ଭାବନା କମ ରହୁଛି। ଏହା ବ୍ୟତୀତ ୧୯୮୦ ମସିହାରେ ବଢୁଥିବା ଜନସଂଖ୍ୟାକୁ ରୋକିବା ପାଇଁ ଚୀନ୍ ୨୦୧୫ ପର୍ଯ୍ୟନ୍ତ ଏକ କଠୋର ଶିଶୁ ଆଇନ ପ୍ରଣୟନ କରିଥିଲା। ବର୍ତ୍ତମାନ ସମୟରେ ଲୋକେ ଏହା ନିୟମ ଆଧାରରେ ଚାଲିବାକୁ ଚାହୁଁଛନ୍ତି।

ଜନସଂଖ୍ୟା ହ୍ରାସ ହେତୁ ଅସୁବିଧାରେ ପଡ଼ିଥିବା ଚୀନ୍ କ୍ରମାଗତ ଭାବରେ ଅଧିକ ପିଲା ଜନ୍ମ କରିବା ପାଇଁ ଦେଶର ନାଗରିକଙ୍କୁ ସଚେତନ କରାଉଛି। ତିନୋ ପିଲା ଜନ୍ମ କରିବାକୁ ଅନୁମତି ଦେବା ପାଇଁ ପୁରୁଣା ନିୟମକୁ ପରିବର୍ତ୍ତନ କରାଯାଇଛି। ଏହା ବ୍ୟତୀତ ଚୀନ୍ ସରକାରଙ୍କ ପାଇଁ ସବୁଠାରୁ ବଡ ସମସ୍ୟା ହେଉଛି ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବୃଦ୍ଧବୃଦ୍ଧାଙ୍କ ଜନସଂଖ୍ୟା। ଦେଶରେ ୬୫ ବର୍ଷ ବୟସ୍କ ଲୋକଙ୍କ ସଂଖ୍ୟା ଦେଶର ମୋଟ ଜନସଂଖ୍ୟାର ୧୩ ପ୍ରତିଶତ। 

ବିଶ୍ୱର ପ୍ରମୁଖ ଜନବହୁଳ ଦେଶ (According World Population Review Report)

  • ୧. ଚୀନ
  • ୨. ଭାରତ 
  • ୩. ଯୁକ୍ତରାଷ୍ଟ୍ର ଆମେରିକା
  • ୪.  ଇଣ୍ଡୋନେସିଆ
  • ୫. ପାକିସ୍ତାନ
  • ୬. ନାଇଜେରିଆ
  • ୭. ବ୍ରାଜିଲ 
  • ୮. ବାଂଲାଦେଶ
  • ୯. ଋଷିଆ
  • ୧୦.ମେକ୍ସିକୋ
  • ୧୧.ଜାପାନ 
  • ୧୨.ଇଥିଓପିଆ
  • ୧୩.ଫିଲିପାଇନ୍ସ
  • ୧୪.ଇଜିପ୍ଟ 
  • ୧୫.କଙ୍ଗୋ ସାଧାରଣତନ୍ତ୍ର ଗଣରାଜ୍ୟ 
  • ୧୬.ଭିଏତନାମ
  • ୧୭.ଇରାନ 
  • ୧୮.ତୁର୍କୀ
  • ୧୯.ଜର୍ମାନୀ 
  • ୨୦.ଥାଇଲ୍ୟାଣ୍ଡ