ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ହୋଇଛି ଭୟଙ୍କର 'ସେରେବ୍ରାଲ୍ ଆନିୟର୍ସମ୍' ରୋଗ! ଜାଣନ୍ତୁ ଏହି ରୋଗର କାରଣ ଓ ଲକ୍ଷଣ
Advertisement

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ହୋଇଛି ଭୟଙ୍କର 'ସେରେବ୍ରାଲ୍ ଆନିୟର୍ସମ୍' ରୋଗ! ଜାଣନ୍ତୁ ଏହି ରୋଗର କାରଣ ଓ ଲକ୍ଷଣ

Chinese President Xi Jinping, Cerebral Aneurysm: ଏହା ବ୍ୟତୀତ ୨୦୨୦ରେ ଶେନଝେନରେ ଏକ ରାଲିରେ ସମ୍ବୋଧିତ କରୁଥିବା ସମୟରେ କାଶୁ ଥିବାର ଦେଖିବାକୁ ମିଳିଥିଲା ।​ ସେହି ରାଲିରେ ସେ ଧୀର ସ୍ୱରରେ ଭାଷଣ ଦେଉଥିବାବେଳେ ସେଦିନ ବିଳମ୍ବରେ ମଞ୍ଚରେ ପହଞ୍ଚିଥିଲେ । ଏପରି ଅନେକ କାରଣ ରହିଛି ଯାହା ତାଙ୍କ ଖରାପ ସ୍ୱାସ୍ଥ୍ୟ ଦିଗକୁ ଇଙ୍ଗିତ କରିଥାଏ ।

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ହୋଇଛି ଭୟଙ୍କର 'ସେରେବ୍ରାଲ୍ ଆନିୟର୍ସମ୍' ରୋଗ! ଜାଣନ୍ତୁ ଏହି ରୋଗର କାରଣ ଓ ଲକ୍ଷଣ

ବେଜିଂ: Chinese President Xi Jinping, Cerebral Aneurysm: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ (Chinese President Xi Jinping) ଭୟଙ୍କର ମସ୍ତିଷ୍କ ରୋଗରେ ପୀଡ଼ିତ ଅଛନ୍ତି । ଗଣମାଧ୍ୟମ ରିପୋର୍ଟରେ କୁହାଯାଉଛି ଯେ, ସି ଜିନପିଙ୍ଗ (Xi Jinping) ବର୍ତ୍ତମାନ ମସ୍ତିଷ୍କର ଗୁରୁତର ରୋଗ (Brain Disease) ସେରେବ୍ରାଲ୍ ଆନିୟର୍ସମ୍ (Cerebral Aneurysm) ରେ ପୀଡ଼ିତ ଅଛନ୍ତି । କୁହାଯାଉଛି ଯେ ଏହି ରୋଗରୁ ମୁକ୍ତି ପାଇବା ପାଇଁ ତାଙ୍କୁ ଡାକ୍ତରମାନେ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଥିଲେ, କିନ୍ତୁ ଜିନପିଙ୍ଗ କେବଳ ଚୀନର ପାରମ୍ପାରିକ ଔଷଧ ସହିତ ନିଜର ଚିକିତ୍ସା କରୁଛନ୍ତି ।

ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ସି ଜିନପିଙ୍ଗ (Xi Jinping) ଗତ କିଛି ମାସ ହେବ ଏହି ରୋଗରେ ପୀଡ଼ିତ ଥିଲେ । ଏହି କାରଣରୁ ତାଙ୍କୁ ଡିସେମ୍ବର ୨୦୨୧ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସି ଜିନପିଙ୍ଗଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ଖବର ଅନେକ ଥର ସାମ୍ନାକୁ ଆସିଛି । ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୂର୍ବରୁ ଅନେକ ଥର କଳ୍ପନାଜଳ୍ପନା କରାଯାଇସାରିଛି । ଏହି କଳ୍ପନାଜଳ୍ପନା ଆହୁରି ତୀବ୍ର ହୋଇଥିଲା, ଯେତେବେଳେ ରାଷ୍ଟ୍ରପତି ବେଜିଂରେ ହୋଇଥିବା ଶୀତକାଳୀନ ଅଲିମ୍ପିକ୍ସ ପର୍ଯ୍ୟନ୍ତ କୌଣସି ବିଦେଶୀ ନେତାଙ୍କ ସହ ସାକ୍ଷାତ କରିବାକୁ ମନା କରିଦେଇଥିଲେ ।

ଏହାପୂର୍ବରୁ ମାର୍ଚ୍ଚ ୨୦୧୯ରେ ସି ଜିନପିଙ୍ଗଙ୍କ ଇଟାଲୀ ଗସ୍ତ ସମୟରେ ତାଙ୍କୁ ଚାଲିବାରେ ଅସୁବିଧା ହେଉଥିଲା । ତାଙ୍କର ଚାଲିବାର ଶୈଳୀ ଅସାମାନ୍ୟ ଦେଖାଯାଉଥିଲା । ପରେ ଫ୍ରାନ୍ସ ଗସ୍ତରେ ତାଙ୍କୁ ଚାଲିବାରେ ଅସୁବିଧା ହୋଇଥିଲା । ସେହି ସମୟରେ ତାଙ୍କୁ ବସିବା ପାଇଁ ସାହାର୍ଯ୍ୟର ଆବଶ୍ୟକତା ହେଉଥିଲା ।

ଏହା ବ୍ୟତୀତ ୨୦୨୦ରେ ଶେନଝେନରେ ଏକ ରାଲିରେ ସମ୍ବୋଧିତ କରୁଥିବା ସମୟରେ କାଶୁ ଥିବାର ଦେଖିବାକୁ ମିଳିଥିଲା ।​ ସେହି ରାଲିରେ ସେ ଧୀର ସ୍ୱରରେ ଭାଷଣ ଦେଉଥିବାବେଳେ ସେଦିନ ବିଳମ୍ବରେ ମଞ୍ଚରେ ପହଞ୍ଚିଥିଲେ । ଏପରି ଅନେକ କାରଣ ରହିଛି ଯାହା ତାଙ୍କ ଖରାପ ସ୍ୱାସ୍ଥ୍ୟ ଦିଗକୁ ଇଙ୍ଗିତ କରିଥାଏ ।

ଏହା ବି ପଢ଼ନ୍ତୁ:-ପିଏମ ମୋଦିଙ୍କ ଉପରେ କୁହନ୍ତୁ ୫ଟି ଲାଇନ୍? ଜାଣନ୍ତୁ କ'ଣ କହିଲେ ପ୍ରଶାନ୍ତ କିଶୋର

ଏହା ବି ପଢ଼ନ୍ତୁ:-୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବ ବିଜେପି, ଜାଣନ୍ତୁ କେଉଁ କେଉଁ ନାଁକୁ ନେଇ ଚାଲିଛି ଚର୍ଚ୍ଚା

ଏହା ବି ପଢ଼ନ୍ତୁ:-ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପାଇଁ କିଣାଯାଉଛି ୧୨୫ କୋଟିର ନୂଆ ବିମାନ

 

ଜାଣନ୍ତୁ କ'ଣ ସେରେବ୍ରାଲ୍ ବା ବ୍ରେନ ଆନିୟର୍ସମ୍

ମସ୍ତିଷ୍କରେ ଥିବା ରକ୍ତ ବାହିକା ଗୋଟିଏ ପାର୍ଶ୍ୱରୁ ଦୁର୍ବଳତା ହୋଇ ବେଲୁନ୍ ପରି ଫୁଲି ଯିବାକୁ  ସେରେବ୍ରାଲ୍ ବା ବ୍ରେନ ଆନିୟର୍ସମ୍ କୁହାଯାଏ । ଏହି ରୋଗ ମସ୍ତିଷ୍କର ଯେକୌଣସି ଅଂଶରେ ହୋଇପାରେ । ଏହି ରୋଗ ଯେକୌଣସି ବୟସର ବ୍ୟକ୍ତିଙ୍କୁ ମଧ୍ୟ ହୋଇପାରେ । ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ପ୍ରଭାବିତ କରିଥାଏ । ବିଶେଷକରି ଯେଉଁମାନଙ୍କର ଉଚ୍ଚ ରକ୍ତଚାପ, ଜେନେଟିକ୍ ଦୁର୍ବଳ ସ୍ନାୟୁ, ସଂକ୍ରମଣ, ଆଘାତ ଏବଂ ମସ୍ତିଷ୍କର କ୍ଷତି କିମ୍ବା ଟ୍ୟୁମର୍ ଅଧିକ ଥାଏ ସେମାନେ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।