Vikash Encounter: ଯୋଗୀଙ୍କୁ ପ୍ରଶଂସା କଲେ ସହିଦଙ୍କ ଭାଇ
Advertisement
Article Detail0/zeeodisha/odisha709149

Vikash Encounter: ଯୋଗୀଙ୍କୁ ପ୍ରଶଂସା କଲେ ସହିଦଙ୍କ ଭାଇ

ଯୋଗୀଙ୍କୁ ଭରପୁର ପ୍ରଶଂସା କଲେ ସହିଦଙ୍କ ଭାଇ

Vikash Encounter: ଯୋଗୀଙ୍କୁ ପ୍ରଶଂସା କଲେ ସହିଦଙ୍କ ଭାଇ

ନୂଆଦିଲ୍ଲୀ: କାନପୁରର ଦୁର୍ଦ୍ଦାନ୍ତ ଅପରାଧି ବିକାଶ ଦୁବେ ପୋଲିସ ଏନକାଉଣ୍ଟରରେ ମୃତ୍ୟୁବରଣ କରିଛି। ପୋଲିସର ଏହି ଏନକାଉଣ୍ଟରକୁ ନେଇ ବିଭିନ୍ନ ମତ ସାମ୍ନାକୁ ଆସିବାରେ ଲାଗିଛି। ଏପରିକି ଏହାକୁ ନେଇ ରାଜନୀତି ମଧ୍ୟ ମୁଣ୍ଡ ଟେକିସାରିଲାଣି। ତେବେ ଏହାରି ମଧ୍ୟରେ ସହିଦ ହୋଇଥିବା ଜଣେ ପୋଲିସ କର୍ମୀଙ୍କ ଭାଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଛନ୍ତି। 

ସହିଦଙ୍କ ଭାଇ କମଳାକାନ୍ତ କହିଛନ୍ତି କି, ଯୋଗୀ ହେଉଛନ୍ତି ରୂଦ୍ର ଅବତାର। ଦୁର୍ଦାନ୍ତ ଅପରାଧି ବିକାଶର ଏନକାଉଣ୍ଟର ପାଇଁ ସମସ୍ତ ଶ୍ରେୟ ଯୋଗୀ ଆଦିତ୍ୟନାଥଙ୍କୁ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ମୁଁ ଯୋଗୀଙ୍କ ଭଳି ସନ୍ୟାସ। ସମାଜର ସମସ୍ୟାକୁ ଆମେ ବୁଝି ପାରୁଛି ବୋଲି ସେ କହିଥିଲେ। 

କମଲକାନ୍ତ କହିଛନ୍ତି, ରୁଦ୍ର ଅବତାରଙ୍କ ପରି ସେ (ଯୋଗୀ) ନିଜ ସ୍ତରରେ ସବୁକିଛି କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ କେବଳ ଜଣେ ବ୍ୟକ୍ତି ସବୁକିଛି ଠିକ୍ କରିପାରିବେ ନାହିଁ। ' କମଲକାନ୍ତ ଦୁବେ ଆହୁରି କହିଛନ୍ତି ଯେ ବିକାଶ ଦୁବେଙ୍କ ମୃତ୍ୟୁରେ ପରିବାରରେ ମାତ୍ର 10 ପ୍ରତିଶତ ସନ୍ତୁଷ୍ଟ ଅଛନ୍ତି । ବାକିଗୁଡ଼ିକ ଉପରେ କାର୍ଯ୍ୟ କରିବା ଉଚିତ୍ ।