ନୟାଗଡ଼: ଯଦୁପୁର ପରୀ ହତ୍ୟା (Pari Murder Case) ଘଟଣାରେ ଏସଆଇଟି (SIT) ତଦନ୍ତ ପ୍ରକ୍ରିୟାରେ ଆଉ ଏକ ପାଦ ଆଗେଇଛି । ପରୀକୁ ହତ୍ୟା ମାମଲାର ତଦନ୍ତ କରୁଥିବା ଏସଆଇଟି ଟିମ ତାର ଲେଗିନ୍ସକୁ (Leggings)କୁ ମଙ୍ଗଳବାର ରାତିରେ ଜବତ କରିଛି । ଦିନ ତମାମ ପୋଖରୀ ଶୁଖା କାର୍ଯ୍ୟକ୍ରମ ପରେ ଏହି ଲେଗିନ୍ସକୁ ଜବତ କରିଛି । ତେବେ ଏହି ଲେଗିନ୍ସ ପରୀର କି ଆଉ କାହାର ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । 


COMMERCIAL BREAK
SCROLL TO CONTINUE READING

ଅଧିକ ପଢନ୍ତୁ: ପରୀ ହତ୍ୟା ମାମଲା: ପର୍ଦ୍ଦାଫାଶ କଲେ ଅରୁଣ


ଏସଆଇଟି ନିର୍ଦ୍ଦେଶ କ୍ରମେ ଓଡ୍ରାଫ (Odraf) ଓ ଅଗ୍ନିଶମ ବିଭାଗ (Fire Department) ପକ୍ଷରୁ ଏହି ପୋଖରୀକୁ (Pond) ଶୁଖାଇବା କାର୍ଯ୍ୟ କରିଥିଲେ । ସେପଟେ ସରୋଜକୁ (Saroj Sethi) ଗିରଫ ପରେ ଯଦୁପୁରକୁ (Jadupur) ନେଇ ଯାଇଥିଲେ । ଯଦୁପୁରରେ ଡେମୋ (Demo) ଦେଖାଇବାକୁ କୁହାଯାଇଥିଲା । ମାତ୍ର ତାହା ଦେଖାଇବାକୁ ସରୋଜ ସିଧାସଳଖ ମନା କରିଦେଇଥିଲା । 


ଅଧିକ ପଢନ୍ତୁ: ଖୋଲିଲା ଶ୍ରୀମନ୍ଦିର, ପ୍ରାଥମିକ ପର୍ଯ୍ୟାୟରେ ୫ ହଜାରଙ୍କୁ ଅନୁମତି


ଫଳରେ ଗତକାଲି ଦିନ ତମାମ ପୋଖରୀରୁ ଜଳ ନିଷ୍କାସନ କାର୍ଯ୍ୟ ଜାରି ରହିଥିଲା । ତେବେ ସେଠାରୁ ସନ୍ଧ୍ୟାରେ ଲେଗିନ୍ସକୁ ଜବତ କରିଥିବା ଜଣାପଡ଼ିଛି । ଏହାକୁ ନେଇ ପରୀର ବାପା ମା ସ୍ପଷ୍ଟିକରଣ ଦେବା ପରେ ଏହା ପରୀର କି ନାହିଁ ଜଣାପଡ଼ିବ । ସେପଟେ ଏସଆଇଟି ପକ୍ଷରୁ ଖୋଜାଯାଉଥିବା ଏହି ଲେଗିନ୍ସକୁ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ଖୋଜିପାଇବାରେ ସଫଳ ହୋଇଥିବା ନେଇ ଓଡ୍ରାଫ ଅଧିକାରୀ କହିଛନ୍ତି । ପୋଖରୀରୁ ଲେଗିନ୍ସ ଉଦ୍ଧାର ହେବା ପରେ ଘଟଣାସ୍ଥଳରେ ପହଞ୍ଚି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ପ୍ରତିକ୍ରିୟା ରଖିଛନ୍ତି ।