ଖୋଲିଲା ଜଗା ଦୁଆର, ଭାବ ବିହ୍ୱଳ ଭକ୍ତ
Trending Photos
ପୁରୀ: କୋରୋନା ସଂକଟ (Corona Pandemic) କାରଣରୁ ଦୀର୍ଘ ୯ ମାସ ଧରି ବନ୍ଦ ରହିବା ପରେ ବୁଧବାର ଠାରୁ ଖୋଲିଛି ଶ୍ରୀମନ୍ଦିର (Srimandir)। ମନ୍ଦିର ଖୋଲିବାର ପ୍ରଥମ ୩ ଦିନ କେବଳ ସେବାୟତ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଦର୍ଶନ ସୁଯୋଗ ମିଳିବ। ସେମାନେ ଯେକୌଣସି ଦ୍ୱାରରେ ପ୍ରବେଶ କରି ଦର୍ଶନ କରିପାରିବେ। ସେହିପରି ଆସନ୍ତା ୨୬ ତାରିଖ ପରଠାରୁ ପୁରୀବାସୀଙ୍କ (Puri People) ପାଇଁ ଶ୍ରୀମନ୍ଦିର ଖୋଲା ରହିବ । ଏଥିଲାଗି ଏସଓପି ଜାରି କରାଯାଇଛି ।
ସୂଚନାମୁତାବକ ସକାଳ ପ୍ରାୟ ସାଢେ ୭ଟା ବେଳେ ମନ୍ଦିର ଦ୍ୱାର ଫିଟିଥିଲା । ତେବେ ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟତ ଓ ତାଙ୍କ ପରିବାର ସଦସ୍ୟ ପରିଚୟ ପତ୍ର ଦେଖାଇ ମନ୍ଦିରରେ ପ୍ରବେଶ କରିପାରିବେ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ମନ୍ଦିରରେ ପ୍ରବେଶ ସମୟରେ ହାତକୁ ସାନିଟାଇଜ କରିବାକୁ ବାଧ୍ୟତାମୂଳକ କରାଯାଇଛି । ସ୍ୱତନ୍ତ୍ର ବ୍ୟାରିକେଡ଼ ଦେଇ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା ମଧ୍ୟ ପ୍ରଶାସନ ପକ୍ଷରୁ କରାଯାଇଛି ।