#PariMurdercase : SIT ନିକଟରେ ଅଛି ଏହି ସବୁ ପ୍ରମାଣ...
Advertisement

#PariMurdercase : SIT ନିକଟରେ ଅଛି ଏହି ସବୁ ପ୍ରମାଣ...

"୨୨ ବର୍ଷର ପୋଲିସ ଚାକିରିରେ ମୋ ପାଇଁ ଏହା ସବୁଠୁ ବଡ ବୀଭତ୍ସ ହତ୍ୟାକାଣ୍ଡ। ଅଭିଯୁକ୍ତ ସାନ ଭଉଣୀ ସହ ପରୀର ଭଲ ସଂପର୍କ ଥିଲା । ପରୀ ୧୩ ତାରିଖରେ ଜାମୁକୋଳି ଖାଇବାକୁ ସରୋଜଙ୍କ ଘରକୁ ଯାଇଥିଲା। ୧୪ ତାରିଖରେ ବି ପରୀ ତାଙ୍କ ଘରକୁ ଯାଇଥିଲା। କିନ୍ତୁ ସେଦିନ ପରୀ ସାଙ୍ଗମାନଙ୍କ ସହ ନ ଆସି ଏକା ଆସି ଥିଲା। ସବୁ ଦିନ ଭଳି ସେ ଦିନ ବି ସରୋଜର ମାଆ ଓ ଭଉଣୀ ଅଫିସ ଯାଇଥିଲେ। ସରୋଜ ଘରେ ଏକା ଥିଲା।"

#PariMurdercase : SIT ନିକଟରେ ଅଛି ଏହି ସବୁ ପ୍ରମାଣ...

ରାଜେଶ ସାମନ୍ତରାୟ, ଭୁବନେଶ୍ୱର: ପରୀ ହତ୍ୟାକାଣ୍ଡକୁ ନେଇ SIT ମୁଖ୍ୟ ଅରୁଣ ବୋଥ୍ରା ମଙ୍ଗଳାବାର କରିଥିବା ସାମ୍ବାଦିକ ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥ୍ୟ ଉପସ୍ଥାପନ କରିଛନ୍ତି। ଯାହାକୁ ଦେଖିଲେ ସରୋଜ ସେଠୀ ହିଁ ପରୀକୁ ହତ୍ୟା କରିଥିବା ସ୍ପଷ୍ଟ ହେଉଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାହା କୋର୍ଟରେ ସାବ୍ୟସ୍ତ ହୋଇନାହିଁ। ବିଭିନ୍ନ ଦିଗକୁ ନେଇ SIT ତଦନ୍ତ ଚଳାଇଛି। 

ସାମ୍ବାଦିକ ସମ୍ମିଳନୀ (press meet) ରେ SIT ମୁଖ୍ୟ ଅରୁଣ ବୋଥ୍ରା (Arun Bothra) କହିଛନ୍ତି, "୨୨ ବର୍ଷର ପୋଲିସ ଚାକିରିରେ ମୋ ପାଇଁ ଏହା ସବୁଠୁ ବଡ ବୀଭତ୍ସ ହତ୍ୟାକାଣ୍ଡ। ଅଭିଯୁକ୍ତ ସାନ ଭଉଣୀ ସହ ପରୀର ଭଲ ସଂପର୍କ ଥିଲା । ପରୀ ୧୩ ତାରିଖରେ ଜାମୁକୋଳି ଖାଇବାକୁ ସରୋଜଙ୍କ ଘରକୁ ଯାଇଥିଲା। ୧୪ ତାରିଖରେ ବି ପରୀ ତାଙ୍କ ଘରକୁ ଯାଇଥିଲା। କିନ୍ତୁ ସେଦିନ ପରୀ ସାଙ୍ଗମାନଙ୍କ ସହ ନ ଆସି ଏକା ଆସି ଥିଲା। ସବୁ ଦିନ ଭଳି ସେ ଦିନ ବି ସରୋଜର ମାଆ ଓ ଭଉଣୀ ଅଫିସ ଯାଇଥିଲେ। ସରୋଜ ଘରେ ଏକା ଥିଲା।"

ସେ ପୁଣି କହିଛନ୍ତି, "ପରୀକୁ କୋଳି ଖାଇବାକୁ ଡାକି ସରୋଜ ଘରର ଶେଷ ରୁମକୁ ନେଇଥିଲା। ପ୍ରଥମେ ଫ୍ରକ୍ ପରେ ଲେଗିଙ୍ଗସ୍ ଖୋଲିବା ପାଇଁ ସେ ପ୍ରୟାସ କରିଥିଲା। ସେ ଚିତ୍କାର କରିବାରୁ ପରୀର ପାଟି ଓ ନାକ ଚାପି ଧରିଥିଲା। ପରୀ ମରି ଯିବାରୁ ତାକୁ ଘରେ ରଖି ମୃତଦେହ ସହ ବଳାତ୍କାର ଉଦ୍ୟମ କରିଥିଲା। ଏହି ସମୟରେ ତାର ଡିସଚାର୍ଜ ହୋଇଥିଲା। ପରେ ଏକ ଅଖାରେ ପରୀର ଉଲଗ୍ନ ଶରୀର ଭର୍ତ୍ତି କରି, ପରେ ସେଥିରେ ଫ୍ରକ୍ ପୁରାଇ ବାରି ପଛ ପଟ ପୋଖରୀ ଆଡେ ନେଇ ଯାଇଥିଲା। ପରେ ମନେ ପଡିଥିଲା ସେ ଘରେ ଲେଗିଙ୍ଗସ୍ ଛାଡି ଦେଇଛି। ପରେ ଲୋଚାକୋଚା କରି ପୋଖରୀରେ ଫୋପାଡି ଦେଇଛି।" ସେହି ପୋଖରୀ ମଙ୍ଗଳବାର ସନ୍ଧ୍ୟାରେ ପୋଖରୀରୁ ମିଳିଛି।

Also Read: #PariMurderCase : କାହାକୁ ବଞ୍ଚାଉଛନ୍ତି ଅରୁଣ ବୋଥ୍ରା?

ଏହା ବ୍ୟତୀତ ଅରୁଣ ବୋଥ୍ରା ଦୁଷ୍କର୍ମର କାରଣ ଓ ତାଙ୍କ ପାଖରେ ସରୋଜ ବିରୁଦ୍ଧରେ ଥିବା ପ୍ରମାଣ ବିଷୟରେ ବି କହିଛନ୍ତି। 

ଦୁଷ୍କର୍ମର କାରଣ :  

ସରୋଜ ବହୁତ ଅଶ୍ଳୀଳ ଭିଡିଓ ଭିଡିଓ ଦେଖେ। ସେ ଜେରାରେ ମାନିଛି ଯେ ମୃତଦେହ ସହିତ ବି ସେକ୍ସ କରାଯାଏ। ସରୋଜକୁ ଛୋଟ ପିଲାଙ୍କ ଅଶ୍ଳୀଳ ଭିଡିଓ ଦେଖିବା ପସନ୍ଦ। ସରୋଜର ନିଜ ମୋବାଇଲ ନାହିଁ।  ଭଉଣୀ ମୋବାଇଲରେ ସେ ଅଶ୍ଳୀଳ ଭିଡିଓ ଡାଉନଲୋଡ କରେ ଓ ଭିଡିଓ ଦେଖି ଡିଲିଟ କରେ। ସେ ଭଉଣୀ ମୋବାଇଲରେ ଏକ ଫୋଲଡର କରି ପାସୱର୍ଡ ଦେଇ ଲକ୍ କରିଥିଲା। 

ପ୍ରମାଣ : 
ପରୀ ହତ୍ୟାକାଣ୍ଡର କେହି ପ୍ରତ୍ୟକ୍ଷଦର୍ଶୀ ନାହାନ୍ତି। ୫ଟି ଦିଗକୁ ନେଇ ପ୍ରମାଣ ପର୍ଯ୍ୟବେଶିତ। ସବୁ ହେଉଛି ବୈଜ୍ଞାନିକ ଦିଗ। 
୧. ସାଇଣ୍ଟିଫିକ୍ ପ୍ରମାଣ ଯୋଗାଡ ଚାଲିଛି। 
୨. CCMB ବା centre for cellular malucular biology,  ଏବଂ  NIPGR ବା National Institute of Plant Genome Research ରେ ପ୍ଲାଣ୍ଟର ଟେଷ୍ଟ ହେବ। ଏଠାରେ ଗଛ ଅଂଶର DNAଟେଷ୍ଟ କାରାଯାଏ। ନଡିଆ ବାହୁଙ୍ଗିର DNA test କରାଯିବ। 
୩. ଦ୍ବିତୀୟ ଥର ସରୋଜ ସେଠୀର ସଫଳ ପଲିଗ୍ରାଫ୍ ଟେଷ୍ଟ  ହୋଇଛି। ସେ ଶହେ ପ୍ରତିଶତ ମିଛ କହିଛି।
୪. ୨ ଜଣଙ୍କ ଆଗରେ ସରୋଜ ଘଟଣା ମାନିଛି। ସୌଭାଗ୍ୟ ବଶତଃ ଜଣେ ସାକ୍ଷୀ ନିଜ ସିଷ୍ଟମରେ ତାକୁ ରେକର୍ଡ କରିଛନ୍ତି। ତାକୁ କୋର୍ଟରେ ଉପସ୍ଥାପନା କରାଯିବ।
୫. ଗୁଗୁଲକୁ ଡାଟା ରିକଭର ପାଇଁ ଚିଠି ଲେଖା ଯାଇଛି। ଆମଲେଟ ମାଧ୍ୟମରେ ଚିଠି ଲେଖା ଯାଇଛି। 

Also Read: ପରୀ ହତ୍ୟା ମାମଲା: ପର୍ଦ୍ଦାଫାଶ କଲେ ଅରୁଣ

 

ପୋଷ୍ଟମର୍ଟମ୍ ରିପୋର୍ଟ:

ଡେଡ୍ ବଡି ଯେଉଁ ପରିସ୍ଥିତିରେ ମିଳିଲା ତାହା ପୋଷ୍ଟମର୍ଟମରେ ଜଣା ପଡିବ ନାହିଁ।

କେମିତି ଅଭିଯୁକ୍ତ ପାଖରେ ପହଞ୍ଚିଲା SIT?

ପରୀ ହତ୍ୟାକାଣ୍ଡ (Pari Murder case) କୁ ସମସ୍ତେ ଅଂଗ ତସ୍କରୀ କଥା କହୁଥିଲେ। କିନ୍ତୁ ଲକଡାଉନ ବେଳେ ଏହା ସମ୍ଭବ ନ ଥିଲା। କି ତଦନ୍ତ ବେଳେ ପୋଲିସକୁ ପ୍ରମାଣ ମିଳିଲା ନାହିଁ। ସରୋଜକୁ ନୟାଗଡ ପୋଲିସ ଜେରା କରି ଥିଲା। ପ୍ରଥମ ଦିନରୁ ସେ ପୋଲିସର ସନ୍ଦେହରେ ଥିଲା। ଗାଁର ସମସ୍ତଙ୍କର ଲାଏ ଡିଟେକ୍ସନ ପାଇଁ ରାଜି ହୋଇଥିଲେ କିନ୍ତୁ ସରୋଜ ହୋଇ ନ ଥିଲା। ଘଟଣା ଦିନ ଗାଁର ସମସ୍ତଙ୍କ ପରିବାରରେ ଏକାଧିକ ଲୋକ ଥିଲେ, ହେଲେ ସରୋଜ ଘରେ ଏକା ଥିଲା। ସେ ବ୍ୟବହାର କରୁଥିବା ମୋବାଇଲରୁ ପର୍ଣ୍ଣ ସର୍ଚ୍ଚ ଡାଟା ଓ ଫୋଲଡର ମିଳିଛି। ସେ ସର୍ଚ୍ଚ ହିଷ୍ଟ୍ରି ଡିଲିଟ କରିଛି। ଫୋଲଡର ପାସୱାର୍ଡ ଲକ୍ କରିଛି। ଯାହାକୁ ସେ ଖୋଲିବା ପାଇଁ ମନା କଲା।  ତଦନ୍ତ ବେଳେ ତା ମୋବାଇଲରେ ରେପ୍ ନ୍ୟୁଜ୍ ପପ୍ ଅପ୍ ହେଲା। ତେଣୁ ସନ୍ଦେହ ଦୃଢିଭୂତ ହେଲା ବୋଲି SIT ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି।