ପରୀ ହତ୍ୟାକାଣ୍ଡର କାରଣ ଯୌନ ନିର୍ଯାତନା, ଜେଲ୍ ଗଲା ସରୋଜ ସେଠୀ
Advertisement
Article Detail0/zeeodisha/odisha811844

ପରୀ ହତ୍ୟାକାଣ୍ଡର କାରଣ ଯୌନ ନିର୍ଯାତନା, ଜେଲ୍ ଗଲା ସରୋଜ ସେଠୀ

ସରୋଜକୁ ୪ ଦିନିଆ ରିମାଣ୍ଡରେ ନେବା ପାଇଁ SIT ଆବେଦନ କରିଥିଲା। କିନ୍ତୁ କୋର୍ଟ ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି।

ପରୀ ହତ୍ୟାକାଣ୍ଡର କାରଣ ଯୌନ ନିର୍ଯାତନା, ଜେଲ୍ ଗଲା ସରୋଜ ସେଠୀ

ଭୁବନେଶ୍ୱର: ରାଜ୍ୟର ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲା ଉପରୁ ହଟୁଛି ପରଦା। ଶେଷରେ ଜେଲ୍ ଗଲା ପ୍ରଥମ ଅଭିଯୁକ୍ତ ସରୋଜ ସେଠୀ। ସୋମବାର ପୋକ୍ସୋ କର୍ଟୋରେ ହାଜର ପରେ ତାଙ୍କୁ ନୟାଗଡ ଜେଲକୁ ପଠାଯାଇଛି। ସେପଟେ ପରୀ ହତ୍ୟାକାଣ୍ଡର କାରଣ ଯୌନ ନିର୍ଯାତନା ବୋଲି SIT ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି।

ପରୀ ହତ୍ୟାକାଣ୍ଡ (Pari murder case) ର ୯ ମାସ ପରେ ରବିବାର ପ୍ରଥମ ଅଭିଯୁକ୍ତଙ୍କୁ ନୟାଗଡ (Nayaghar) ଯୋଦୁପୁରରୁ ଗିରଫ କରାଯାଇଥିଲା। ତେବେ ନାବାଳକ ଦର୍ଶାଇ ଅଭିଯୁକ୍ତର ନାଁକୁ ଗୋପନୀୟ ରଖାଯାଇଥିଲା। କିନ୍ତୁ ସୋମବାର ଡାକ୍ତରୀ ପରୀକ୍ଷା (Medical test) ପରେ ସେ ସାବାଳକ ବୋଲି ସ୍ପଷ୍ଟ ହୋଇଛି। ଯାହାପରେ ଗିରଫ ବ୍ୟକ୍ତି ଜଣକ SIT ମୁଖ୍ୟ ଅରୁଣ ବୋଥ୍ରା (Arun Bothra) ଙ୍କ ବିରୁଦ୍ଧରେ ଲାଞ୍ଚ ଅଭିଯୋଗ ଆଣିଥିବା ସରୋଜ ସେଠୀ ବୋଲି ଜଣାପଡିଛି।

Also Read: ‘ପରୀ’ ହତ୍ୟାକାଣ୍ଡ; ପାଞ୍ଚ ମାସ ପରେ ପ୍ରଥମ ପିଶାଚ ଗିରଫ

ସରୋଜର ଡାକ୍ତରୀ ପରୀକ୍ଷା ପରେ SIT ନୟାଗଡ SDJM କୋର୍ଟରେ ହାରଜ କରିଥିଲା। ସେଠାରେ ସେ ସାବାଳକ ବୋଲି ପ୍ରମାଣିତ ହୋଇଛି। ସେପଟେ ସରୋଜକୁ ୪ ଦିନିଆ ରିମାଣ୍ଡରେ ନେବା ପାଇଁ SIT ଆବେଦନ କରିଥିଲା। କିନ୍ତୁ କୋର୍ଟ ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ସୋମବାର ସରୋଜକୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ବେଳେ ମଙ୍ଗଳବାରଠୁ SIT ରିମାଣ୍ଡରେ ନେଇ ଅଧିକ ପଚାରାଉଚୁରା କରିବ।

ମଙ୍ଗଳବାର ସରୋଜକୁ ଯଦୁପୁର ନେଇ କ୍ରାଇମବ୍ରାଞ୍ଚ (Crime Branch) ଡେମୋ କରିବା ସହ ବ୍ୟବହୃତ ହତ୍ୟାକାଣ୍ଡର ଅସ୍ତ୍ର ଖୋଜିବ ବୋଲି ସୂଚନା ମିଳିଛି। ତେବେ ରିମାଣ୍ଡ ସରିବା ପରେ ସରୋଜକୁ ନୟାଗଡ଼ ସବ୍‌ ଜେଲ୍‌ରେ ରଖାଯିବ। ସେପଟେ ଯୌନ ନିର୍ଯାତନା ହତ୍ୟାର ପ୍ରମୁଖ କାରଣ ଓ ତାଙ୍କୁ ବ୍ୟକ୍ତିଗତ ଭାବେ ବଦନାମ କରିବାକୁ ଯୋଜନା କରାଯାଉଥିବା SIT ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି।