Digital payment: ଡିଜିଟାଲ ପେମେଣ୍ଟକୁ ଅଧିକ ସୁରକ୍ଷିତ କରିବେ ମୋଦି ସରକାର
Advertisement

Digital payment: ଡିଜିଟାଲ ପେମେଣ୍ଟକୁ ଅଧିକ ସୁରକ୍ଷିତ କରିବେ ମୋଦି ସରକାର

  ଗାଁ ଠୁ ସହର ପ୍ରତ୍ୟେକ ଲୋକ ଡିଜିଟାଲ ପେମେଣ୍ଟ କରୁଛନ୍ତି । ଫଳରେ ଅନେକ ଲୋକ ଠକାମୀର ମଧ୍ୟ ଶିକାର ହେଉଛନ୍ତି । କିନ୍ତୁ ଆଉ ଚିନ୍ତା କରିବାର ନାହିଁ । କାରଣ କେନ୍ଦ୍ର ସରକାର ଏଥିପାଇଁ ନୂଆ ଯୋଜନା ଚଳାଇଛନ୍ତି । କେମିତି ସ୍କାମରୁ ଲୋକ ମୁକ୍ତି ପାଇବେ ସେଥିପାଇଁ ଖୁବଶୀଘ୍ର ଉପାୟ ଆସିବାକୁ ଯାଉଛି । ପରିବା ଦୋକାନ ଠାରୁ ଆରମ

SOCIAL MEDIA

Digital payment: 

ଗାଁ ଠୁ ସହର ପ୍ରତ୍ୟେକ ଲୋକ ଡିଜିଟାଲ ପେମେଣ୍ଟ କରୁଛନ୍ତି । ଫଳରେ ଅନେକ ଲୋକ ଠକାମୀର ମଧ୍ୟ ଶିକାର ହେଉଛନ୍ତି । କିନ୍ତୁ ଆଉ ଚିନ୍ତା କରିବାର ନାହିଁ । କାରଣ କେନ୍ଦ୍ର ସରକାର ଏଥିପାଇଁ ନୂଆ ଯୋଜନା ଚଳାଇଛନ୍ତି । କେମିତି ସ୍କାମରୁ ଲୋକ ମୁକ୍ତି ପାଇବେ ସେଥିପାଇଁ ଖୁବଶୀଘ୍ର ଉପାୟ ଆସିବାକୁ ଯାଉଛି ।

ପରିବା ଦୋକାନ ଠାରୁ ଆରମ୍ଭ କରି ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ସମସ୍ତ ପେମେଣ୍ଟ ୟୁପିଆଇ ମାଧ୍ୟମରେ ହେଉଛି । କିନ୍ତୁ ସାଇବର ଠକ ମାନେ ଲୁଟିବାକୁ ଲାଗିଛନ୍ତି । କେତେବେଳେ କାହାକୁ ୟୁପିଆଇ ଆଇଡି ଲିଙ୍କ୍ ପଠାଇ ତ କାହାକୁ କ୍ୟୁ-ଆର କୋଡ଼ ମାଧ୍ୟମରେ ଲୁଟେରା ଠକିବାକୁ ଲାଗିଛନ୍ତି । ଏବେ ସରକାର ଏସବୁ ଠକାମିରୁ ସୁରକ୍ଷିତ ରହିବା ପାଇଁ ବିଚାର କରିଛନ୍ତି । ମାନେ ଏବେ ଆପଣଙ୍କ ଖାତାରୁ ଟଙ୍କା ଗାୟବ ହେବ ନାହିଁ ।

ଭାରତ ସରକାରଙ୍କ ବିତ୍ତ ମନ୍ତ୍ରାଳୟ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ବୈଦ୍ୟୁତିକ ଓ ସୂଚନା ପ୍ରଦ୍ୟୋଗ ମନ୍ତ୍ରାଳୟ ୟୁପିଆଇ ସର୍ଭିସ ଦେଉଥିବା ସରକାରୀ କମ୍ପାନୀ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ ସହ ଏନେଇ ଆଲୋଚନା କରିଛନ୍ତି ।

କେମିତି ହୁଏ ସ୍କାମ ?

ଠକ ମାନେ ଠକାମି କରିବା ପାଇଁ ଅନେକ ଉପାୟ ଆପଣାଇଥାନ୍ତି । ସାଧାରଣତଃ ଲଟେରୀ ଲାଗିବା ବା ଅଧିକ ଟଙ୍କା ପାଇବା ଭଳି ଏସଏମଏସ ପଠାନ୍ତି । ଯେଉଁଥିରେ ପେମେଣ୍ଟର ଲିଙ୍କ ଥାଏ ଆଉ ସେଠି ଆପଣ କ୍ଲିକ କରିବା ମାତ୍ରେ ଆକାଉଣ୍ଟ ହ୍ୟାକ ହୁଏ । ତାପରେ ଆକାଉଣ୍ଟରୁ ଟଙ୍କା ଖାଲି ହୋଇଯାଏ । ଖାଲି ଏତିକି ନୁହେଁ କ୍ୟୁ-ଆର କୋଡ଼ ମାଧ୍ୟମରେ ମଧ୍ୟ ଠକେଇ ହୁଏ । ଲୋକ ଆପଣଙ୍କୁ କ୍ୟୁ-ଆର କୋଡ଼ ପଠାଇ ତାକୁ ସ୍କାନ କରିବା ପାଇଁ ଲୋଭ ଦେଖାନ୍ତି । ଯେମିତି ଆପଣ ସ୍କାନ କରିବେ ଆପଣଙ୍କ ଆକାଉଣ୍ଟ ଡ଼ିଟେଲ୍ସ ସେମାନଙ୍କ ପାଖରେ ପହଂଚିଯାଏ । ଆଉ ତାପରେ ଟଙ୍କା ଗାଏବ ।

ସ୍କାମର୍ସଙ୍କ ଅକଲ ଗୁଡମ୍ ହେବ

ସାଇବର ଠକଙ୍କୁ ଧରିବା ପାଇଁ ସବୁ ସରକାରୀ ଏଜେନ୍ସି ମିଶି କାମ କରୁଛନ୍ତି । ଯଦି କେହି ଅଧିକ ଟଙ୍କା ଡିଜିଟାଲ ପେମେଣ୍ଟ ମାଧ୍ୟମରେ କରୁଛନ୍ତି ତାହେଲେ ସେମାନଙ୍କ ପାଖରେ ଗୋଟିଏ ଏକ୍ସଟ୍ରା ସେଫ୍ଟି ସ୍ତର ରହିବ । ଏବେ ପେମେଣ୍ଟ କରିବା ସମୟରେ କେବଳ ଆପଣଙ୍କ ପିନ୍ ଦେବାକୁ ପଡ଼ୁଛି କିନ୍ତୁ ଏହାପରେ ଏମିତି ହେବ ଯେ ଯଦି ଆପଣ ନିଶ୍ଚିନ୍ତ ରାଶି ଠାରୁ ଅଧିକ ଟଙ୍କା ପେମେଣ୍ଟ କରୁଛନ୍ତି ତାହେଲେ ଆପଣଙ୍କୁ ଓଟିପି ମଧ୍ୟ ଦେବାକୁ ପଡ଼ିବ । ଯେମିତି ଏଟିଏମରେ ଟଙ୍କା ଉଠାଇବା ସମୟରେ ପିନ ସହ ଓଟିପି ମଧ୍ୟ ଦେବାକୁ ପଡ଼ୁଛି ।

ଖାଲି ଏତିକି ନୁହେଁ ସରକାର ଏକଥା ମଧ୍ୟ ଚିନ୍ତା କରୁଛନ୍ତି ଯେ ଡିଜିଟାଲ ପେମେଣ୍ଟ ଆପରେ ଏମିତି ଫିଚର୍ସ ଯୋଡ଼ାଯିବ ଯେଉଁଥିରେ ସିମ୍ କ୍ଲୋନିଂ ଏବଂ ନକଲି କ୍ୟୁ-ଆର କୋଡ଼କୁ ଜାଣିହେବ ।