New NCF Draft: ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ଲିଖିତ ପରୀକ୍ଷା ଦେବେନି ପିଲା, ମୂଲ୍ୟାଙ୍କନ ଚାପ ନେଇ NCFର ବଡ଼ ପ୍ରସ୍ତାବ
Advertisement
Article Detail0/zeeodisha/odisha1644227

New NCF Draft: ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ଲିଖିତ ପରୀକ୍ଷା ଦେବେନି ପିଲା, ମୂଲ୍ୟାଙ୍କନ ଚାପ ନେଇ NCFର ବଡ଼ ପ୍ରସ୍ତାବ

New NCF Draft: ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ କୌଣସି ଲିଖିତ ପରୀକ୍ଷା ହେବା ଉଚିତ୍ ନୁହେଁ ବୋଲି ଇସ୍ରୋର ପୂର୍ବତନ ମୁଖ୍ୟ କେ କସ୍ତୁରୀରଙ୍ଗନଙ୍କ ନେତୃତ୍ୱରେ ଏକ ପ୍ୟାନେଲ ଦ୍ୱାରା ପ୍ରସ୍ତୁତ ଡ୍ରାଫ୍ଟରେ (Draft) ସୂଚନା ଦିଆଯାଇଛି। 

ସୌ(ସୋସିଆଲ ମିଡିଆ)

New NCF Draft: ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ କୌଣସି ଲିଖିତ ପରୀକ୍ଷା ହେବା ଉଚିତ୍ ନୁହେଁ ବୋଲି ଇସ୍ରୋର ପୂର୍ବତନ ମୁଖ୍ୟ କେ କସ୍ତୁରୀରଙ୍ଗନଙ୍କ ନେତୃତ୍ୱରେ ଏକ ପ୍ୟାନେଲ ଦ୍ୱାରା ପ୍ରସ୍ତୁତ ଡ୍ରାଫ୍ଟରେ (Draft) ସୂଚନା ଦିଆଯାଇଛି। ବର୍ତ୍ତମାନର ମୂଲ୍ୟାଙ୍କନ ଓ ପରୀକ୍ଷା ବ୍ୟବସ୍ଥା ଏହିପରି ଛୋଟ ପିଲାମାନଙ୍କର ଶିକ୍ଷଣ କ୍ଷମତାକୁ ଆକଳନ କରିବା ପାଇଁ ଉପଯୁକ୍ତ ନୁହେଁ। ତେଣୁ ଶିକ୍ଷା ମନ୍ତ୍ରଣାଳୟ ବିଦ୍ୟାଳୟ ଶିକ୍ଷା ପାଇଁ ଏନସିଏଫର ପ୍ରି-ଡ୍ରାଫ୍ଟ ପ୍ରକାଶ କରି ଛାତ୍ର, ଅଭିଭାବକ, ଶିକ୍ଷକ ମାନଙ୍କୁ ଏଥିଲାଗି ମତବ୍ୟକ୍ତି କରିବା ପାଇଁ ସେ ନିବେଦନ କରିଛନ୍ତି।

ନ୍ୟାସନାଲ ପାଠ୍ୟକ୍ରମ ଫ୍ରେମୱାର୍କର( National Curriculum Framework) ଡ୍ରାଫ୍ଟରେ କମିଟି କହିଛି ଯେ, ଲିଖିତ ପରୀକ୍ଷା (Exam) ମାଧ୍ୟମରେ ମୂଲ୍ୟାଙ୍କନ ପ୍ରକ୍ରିୟା ତୃତୀୟ ଶ୍ରେଣୀରୁ ଆରମ୍ଭ ହେବା ଉଚିତ୍। ଛୋଟ ଶିଶୁଙ୍କ ଉପରେ ବୋଝ ନ ପକାଇବା ପରି ମୂଲ୍ୟାଙ୍କନ ପଦ୍ଧତି ପ୍ରସ୍ତୁତ କରିବା ପାଇଁ କମିଟି ପରାମର୍ଶ ଦେଇଛି। ନୂତନ ଜାତୀୟ ଶିକ୍ଷା ନୀତି (NEP) ର ଧାଡିରେ ବିକଶିତ ହୋଇଥିବା ଢାଞ୍ଚାରେ ସୂଚିତ କରେ ଯେ, ମୂଲ୍ୟାଙ୍କନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦ୍ଧତି ଅଛି ଯାହା ମୂଳ ପର୍ଯ୍ୟାୟ ପାଇଁ ଉପଯୁକ୍ତ ଅଟେ। ଏଥିରେ ପିଲାମାନଙ୍କ ପାଇଁ ଶିକ୍ଷଣ କଳାକୃତିଗୁଡ଼ିକୁ ବିଶ୍ଳେଷଣ କରେ। ଡ୍ରାଫ୍ଟରେ କୁହାଯାଇଛି ଯେ, ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ଦ୍ୱିତୀୟ ଶ୍ରେଣୀର (Class 2)  ଭିତ୍ତିପ୍ରସ୍ତର ପାଇଁ ଲେଖକ ପରୀକ୍ଷା ଏକ ଅନୁପଯୁକ୍ତ ମୂଲ୍ୟାଙ୍କନ ଅଟେ।   ପିଲାମାନଙ୍କର ଶିକ୍ଷାର ମୂଲ୍ୟାଙ୍କନରେ ବିଭିନ୍ନତା ରହିବା ଉଚିତ୍। ପିଲାମାନେ ବିଭିନ୍ନ ଉପାୟରେ ଶିଖନ୍ତି ଓ ସେମାନେ ଶିଖିଥିବା ଜିନିଷକୁ ବିଭିନ୍ନ ଉପାୟରେ ପରିପ୍ରକାଶ କରଥାଆନ୍ତି। ଏକ ଶିକ୍ଷଣ ଫଳାଫଳ ବା ଦକ୍ଷତାର ଆକଳନ କରିବାର ଅନେକ ଉପାୟ ହୋଇପାରେ।  ମୂଲ୍ୟାଙ୍କନ ଗୁଡିକର ରେକର୍ଡିଂ କରାଯିବା ଉଚିତ୍ ଓ ଏଗୁଡିକର ବ୍ୟବସ୍ଥିତ ସଂଗ୍ରହ ମାଧ୍ୟମରେ ପିଲାମାନଙ୍କର ଅଗ୍ରଗତି ସମ୍ପର୍କରେ ବିଶ୍ଳେଷଣ କରାଯିବା ଉଚିତ୍ । ପ୍ରିପେଡ୍ କ୍ଲାସ୍ (Prepaid Class)  ଯଥା ପ୍ରସ୍ତୁତି ପର୍ଯ୍ୟାୟ କ୍ଲାସ୍ ଜୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୂଲ୍ୟାଙ୍କନରେ ଏକ ଲିଖିତ ପରୀକ୍ଷାର (written Exam) ପ୍ରବର୍ତ୍ତନ କରାଯିବା ଉଚିତ ବୋଲି ଡ୍ରାଫ୍ଟରେ ସୁପାରିଶ  କରାଯାଇଛି।

ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୂଲ୍ୟାଙ୍କନ କିପରି କରାଯିବା ଉଚିତ୍?

ମଧ୍ୟମ ପର୍ଯ୍ୟାୟ ପାଠ୍ୟକ୍ରମ ଯଥା ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢାର ପ୍ରଣାଳୀ, ବୈଚାରିକ ବୁଝାମଣା ଓ ଉଚ୍ଚ ସ୍ତରର ଦକ୍ଷତା ଉପରେ ଆଧାରିତ ହେବା ଉଚିତ୍ | ଏଥି ସହିତ, ଶ୍ରେଣୀଗୃହର ମୂଲ୍ୟାଙ୍କନ କୌଶଳ ଯେପରିକି ପ୍ରକଳ୍ପ, ବିତର୍କ, ଉପସ୍ଥାପନା, ବ୍ୟବହାରିକ, ଅନୁସନ୍ଧାନ, ଭୂମିକା ନାଟକ, ପତ୍ରିକା ଓ ପୋର୍ଟଫୋଲିଓ ଶିକ୍ଷଣର ମୂଲ୍ୟାଙ୍କନ ପାଇଁ ବ୍ୟବହୃତ ହେବା ଉଚିତ | ଏକାଧିକ ହବିକଳ୍ପ ଥିବା ପ୍ରଶ୍ନ ସହ କ୍ଷୁଦ୍ର ଓ ଲମ୍ବା ଉତ୍ତର ପାଇଁ ପ୍ରସ୍ତୁତ ପ୍ରଶ୍ନଗୁଡିକର ମୂଲ୍ୟାଙ୍କନ ଗୁଡିକ ମଝିରେ ମଝିରେ ଉପଯୋଗ କରାଯିବା ଉଚିତ। 

ନବମଠାରୁ ଦ୍ବାଦଶ ଶ୍ରେଣୀ ପାଇଁ ମୂଲ୍ୟାଙ୍କନ ପ୍ରକ୍ରିୟା

ମାଧ୍ୟମିକ ସ୍ତରରେ ଯଥା ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅର୍ଥପୂର୍ଣ୍ଣ ଶିକ୍ଷଣ ଓ ଗଠନମୂଳକ ମତାମତକୁ ସୁଗମ କରିବା ପାଇଁ ବିସ୍ତୃତ ଶ୍ରେଣୀ ଗୃହର ମୂଲ୍ୟାଙ୍କନ ପ୍ରଭାବଶାଳୀ ଭାବରେ ଅଭ୍ୟାସ କରାଯିବା ଉଚିତ ବୋଲି ଏହି ଟିମ୍‌ ପରାମର୍ଶ ଦେଇଛି। ଦକ୍ଷତା ବିରୁଦ୍ଧରେ ଶିକ୍ଷାର୍ଥୀମାନଙ୍କୁ ରେକର୍ଡ କରିବା ପାଇଁ  ନିୟମିତ ସମନ୍ୱିତ ମୂଲ୍ୟାଙ୍କନ କରାଯିବା ଉଚିତ।  ଏହି ପର୍ଯ୍ୟାୟରେ ଛାତ୍ର  ମାନଙ୍କର ଶିକ୍ଷଣରେ ଆତ୍ମ ମୂଲ୍ୟାଙ୍କନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।