ଏମାନେ କ'ଣ କହୁଛନ୍ତି ?
Advertisement

ଏମାନେ କ'ଣ କହୁଛନ୍ତି ?

ଆଜି ସକାଳ ୯ରୁ ଦିନ ୧ଟା ପର୍ଯ୍ୟନ୍ତ ଘରେ ଘରେ ୪ ଘଣ୍ଟିଆ ଅନଶନ କରାଯାଇଛି ।

ଫଟୋ ସୌଜନ୍ୟ: ଜୀ ମିଡିଆ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ସ୍କୁଲ୍ ଫି' ଛାଡ଼ ଦାବିରେ ଅନଶନ । ବେସରକାରୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ସ୍କୁଲ ଫି ଛାଡ଼ କରିବା ଦାବିରେ ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ଏହି ଅନଶନ କରାଯାଇଥିଲା । 

ଆଜି ସକାଳ ୯ରୁ ଦିନ ୧ଟା ପର୍ଯ୍ୟନ୍ତ ଘରେ ଘରେ ୪ ଘଣ୍ଟିଆ ଅନଶନ କରାଯାଇଛି । ମୁଖ୍ୟମନ୍ତ୍ରୀ ପୂର୍ବରୁ ସମସ୍ତ ବେସରକାରୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟକୁ ୩ ମାସ ପାଇଁ ଫି ଛାଡ଼ କରିବାକୁ ଅନୁରୋଧ କରିଥିବା ବେଳେ ଏବେ ଅଗଷ୍ଟ ୩୧ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ସେପଟେ କୋରୋନା କଟକଣା ହେତୁ ସମସ୍ତ ଆୟ ଉତ୍ସ ହରାଇଛୁ ଏବଂ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଅଭିଭାବକମାନେ କହିଛନ୍ତି । ତେଣୁ ସାମ୍ପ୍ରତିକ ପରିସ୍ଥିତିରେ ଘରୋଇ ବିଦ୍ୟାଳୟ ଗୁଡିକରେ ୬ ମାସ ପର୍ଯ୍ୟନ୍ତ ସ୍କୁଲ ଫି' ଛାଡ଼ କରିବା ନେଇ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ‌।

fallback

ଏହାସହ ରାଜ୍ୟରେ ପିତାମାତାଙ୍କୁ ସୁରକ୍ଷା ଦେବା ପାଇଁ ଝାଡ଼ଖଣ୍ଡ ସରକାରଙ୍କ ପରି ଏକ ଆଦେଶ ଆଣିବା ପାଇଁ ଅନୁରୋଧ କରିଛନ୍ତି । ଏସବୁ ଦାବି ଲେଖି ପ୍ଲାକାର୍ଡ ଧରି ଧାରଣା ଦେଇଛନ୍ତି ଅଭିଭାବକ ।