ମହିଳା ପୋଲିସ ଇନ୍ସପେକ୍ଟରଙ୍କୁ ଆକ୍ରମଣ ଘଟଣା, ଗିରଫ ହେଲେ ହୋଟେଲ ମାଲିକ
Advertisement

ମହିଳା ପୋଲିସ ଇନ୍ସପେକ୍ଟରଙ୍କୁ ଆକ୍ରମଣ ଘଟଣା, ଗିରଫ ହେଲେ ହୋଟେଲ ମାଲିକ

ଅଭିଯୁକ୍ତ ହୋଟେଲ ମାଲିକଙ୍କୁ ଶନିବାର କୋର୍ଟ ଚାଲାଣ ମଧ୍ୟ କରାଯାଇଛି । ତେବେ ଅନ୍ୟତମ ଅଭିଯୁକ୍ତ କାର୍‌ ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି ।  

ଫାଇଲ ଫଟୋ

ସରୋଜ ବେହେରା, ଭୁବନେଶ୍ୱର: ରାୟଗଡ଼ାର ଜଣେ ମହିଳା ପୋଲିସ ଇନ୍ସପେକ୍ଟରଙ୍କୁ ଭୁବନେଶ୍ୱର ଖଣ୍ଡଗିରିରେ ଆକ୍ରମଣ ଓ ଅସଦାଚରଣ ଘଟଣାରେ ହୋଟେଲ ମାଲିକଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଖଣ୍ଡଗିରି ଗେଷ୍ଟ ହାଉସ୍ ମାଲିକ ସୌରଭ ଦାସ ।  ମହିଳା ପୋଲିସ ଇନ୍ସପେକ୍ଟର ଆଶ୍ରିତା ଖାଲ୍‌କେଙ୍କୁ ସେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ଅଭିଯୁକ୍ତ ହୋଟେଲ ମାଲିକଙ୍କୁ ଶନିବାର କୋର୍ଟ ଚାଲାଣ ମଧ୍ୟ କରାଯାଇଛି । ତେବେ ଅନ୍ୟତମ ଅଭିଯୁକ୍ତ କାର୍‌ ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି ।  

ଅଭିଯୋଗ ମୁତାବକ ପୁରା ଘଟଣା ଥିଲା କିଛି ଏପରି । ମହିଳା ପୋଲିସ ଇନ୍ସପେକ୍ଟର ଆଶ୍ରିତା ଖାଲ୍‌କେ ଅସୁସ୍ଥ ସ୍ୱାମୀଙ୍କୁ ଧରି ଏମସ୍ ଯାଇଥିଲେ । ତେବେ କାମ ନ ସରିବାରୁ ସେ ଖଣ୍ଡଗିରି ବାରଭୂଜା ଗେଷ୍ଟ ହାଉସରେ ରହିଥିଲେ । ଶୁକ୍ରବାର ସକାଳୁ ସ୍ୱାମୀଙ୍କ ସହ କାରରେ ଏମ୍ସ ହସ୍ପିଟାଲ ଯାଉଥିଲେ । ଗେଷ୍ଟହାଉସରୁ ବାହାରିବା ବେଳେ ରଙ୍ଗ ରୁଟରୁ ଏକ କାର୍ ଆସି ତାଙ୍କ ଗାଡିକୁ ଧକ୍କା ଦେଇଥିଲା । ଏହାକୁ ନେଇ ମହିଳା ଇନ୍ସପେକ୍ଟରଙ୍କ ସ୍ୱାମୀ ଓ ସମ୍ପୃକ୍ତ ଗାଡ଼ି ଚାଳକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । 

ଏହି ଘଟଣା ଖଣ୍ଡଗିରି ଗେଷ୍ଟ ହାଉସ ସାମ୍ନାରେ ଘଟିଥିଲା । ସାମ୍ନାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ ହୋ ହଲ୍ଲା ହେଉଥିଲା । ଏଣୁ ଗେଷ୍ଟ ହାଉସ୍‌ ମାଲିକ ସୌରଭ ଦାସ ଆସି ଉଭୟଙ୍କୁ ଗାଳି କରିଥିଲେ ।