ହୀରା ଖାଦାନରେ ଜୀବନ ଖୋଜା
Advertisement
Article Detail0/zeeodisha/odisha770174

ହୀରା ଖାଦାନରେ ଜୀବନ ଖୋଜା

କଳା ହୀରା କୋଇଲା। ଏହାକୁ ଇନ୍ଧନ ରୂପେ ଜାଳେଣି କରି କାହିଁ କେତେ ସ୍ଥାନକୁ ଆଲୋକିତ କରାଯାଉଛି। ହେଲେ ଏହା ବାହାରୁଥିବା ଖଣି ର ଅବସ୍ଥା ତଥା କୋଇଲାଖଣି ରେ ଜମି ହରାଇଥିବା ଲୋକ ଙ୍କ କଥା କଣ ଆପଣ ଜାଣିଛନ୍ତି?

ହୀରା ଖାଦାନରେ ଜୀବନ ଖୋଜା

ଝାରସୁଗୁଡ଼: କଳା ହୀରା କୋଇଲା। ଏହାକୁ ଇନ୍ଧନ ରୂପେ ଜାଳେଣି କରି କାହିଁ କେତେ ସ୍ଥାନକୁ ଆଲୋକିତ କରାଯାଉଛି। ହେଲେ ଏହା ବାହାରୁଥିବା ଖଣି ର ଅବସ୍ଥା ତଥା କୋଇଲାଖଣି ରେ ଜମି ହରାଇଥିବା ଲୋକ ଙ୍କ କଥା କଣ ଆପଣ ଜାଣିଛନ୍ତି? ସେମାନେ ଅନ୍ୟକୁ ଆଲୋକିତ କରୁଥିବା ବେଳେ ନିଜ ର ଉଚିତ ପ୍ରାପ୍ୟ, ଥାଇଥାନ ତଥା ନିଯୁକ୍ତି ନ ପାଇ ଦୈନିକ ଜୀବନ ମୃତ୍ୟୁ ସାଙ୍ଗରେ ସଂଗ୍ରାମ କରୁଛନ୍ତି। ବିଜୁଳି ନାହିଁ କି ପାଣି ନାହିଁ। କଣ କୋଇଲାଖଣି ରେ ଜମି ଦେବାର ଏତେ କଠୋର ପାଉଣା ମିଳେ? ତଥାପି ଆଶା ଅଛି କେହି ନ ଶୁଣିଲେ ଜିଲ୍ଲାପାଳ କରିବେ ତାଙ୍କର ନ୍ୟାୟ। ଜିଲ୍ଲାପାଳ ତ କୌଣସି ଖଣି କର୍ତ୍ତୃପକ୍ଷଙ୍କର ନୁହନ୍ତି। ସେ ଯେ ଜିଲ୍ଲାର ଜିଲ୍ଲାପାଳ। 

ସମଲେଶ୍ୱରୀ ଖୋଲାମୁହଁ କୋଇଲା ଖଣି ସମ୍ପ୍ରସାରଣ ଯୋଗୁଁ ଅନେକ ଗାଁ ଆଜି ଭଗ୍ନସ୍ତୁପରେ ପରିଣତ ହୋଇସାରିଛି । ସେହିପରି ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌର ପରିଷଦର ୧୪ ନମ୍ବର ୱାର୍ଡ଼ରେ ରହିଛି ଚିଙ୍ଗରିଗୁଡା ଗ୍ରାମ । ଦିନେ ଚିଙ୍ଗିରିଗୁଡ଼ାରେ ସବୁକିଛି ଥିଲା । ଏଠିକାର ଲୋକ ସଂସ୍କୃତି, ପରମ୍ପରା, ନୂଆଁଖାଇରେ ବିବିଧ କାର୍ଯ୍ୟକ୍ରମ ଦଶହରାରେ ବଏଲ ଯାତ୍ରା ଓ ସମଲେଇ ମନ୍ଦିର ଥିଲା ଗାଁ ର ସୌନ୍ଦର୍ଯ୍ୟ ବଢ଼ାଉଥିଲା । କିନ୍ତୁ ଏବେ କୋଇଲା ଖନନ ପାଇଁ ଚିଙ୍ଗିରିଗୁଡ଼ା ଗାଁ ଭଗ୍ନସ୍ତୁପରେ ପରିଣତ ହୋଇଯାଇଛି। 

କୋଇଲା ଖନନ ପାଇଁ ଏହି ଗାଁକୁ ଏମସିଏଲ ଅକ୍ତିଆର  କଲାପରେ ଏମସିଏଲ ପକ୍ଷରୁ ନିଯୁକ୍ତି ଓ ଟଙ୍କା ପାଇ ଗ୍ରାମବାସୀମାନେ ଏବେ ଧୀରେଧୀରେ ଗାଁ ଛାଡୁଛନ୍ତି । ସମସ୍ତ ଗ୍ରାମବାସୀମାନେ ଗାଁ ଛାଡିଲା ପରେ ଚିଙ୍ଗରିଗୁଡା ଗାଁ ମାନଚିତ୍ରରୁ ହଜିଯାଇ କୋଇଲା ଖଣିର ଗର୍ଭରେ ଲୀନ ହୋଇଯିବ । ଏଠିକାର ସମସ୍ତ  ଅଧିବାସୀମାନେ  ଘରଛାଡ଼ି ଅନ୍ୟତ୍ର ଚାଲି ଗଲେଣି, କେବଳ  ଗ୍ରାମରେ ରହି ଯାଇଛନ୍ତି  ୮ ଟି ପରିବାର ଅଛନ୍ତି । ଗ୍ରାମର ମାତ୍ର ୧୦୦ ମିଟରର ଦୁରରେ ଚାଲିଛି କୋଇଲା ଖନନ । 

ବଡ ବଡ ବ୍ଲାଷ୍ଟିଙ୍ଗ ଯୋଗୁଁ ଥରି ଉଠୁଛି ଗାଁ । ବିରାଟ ପଥର ଖଣ୍ଡ ଉଡି ଆସି ଘର ଉପରେ ପଡୁଛି । କେତେବେଳେ ଯେ, କାହା ମୁଣ୍ଡରେ ପଡି ଏହା ଜନଜୀବନ ହାନୀ କରିବ ତାହା ଜଣା ନାହିଁ। ଏହାସହ ୪ ମାସ ହେଲାଣି ଗ୍ରାମର ଟ୍ରାନ୍ସଫରମର ଖରାପ ହୋଇ ଯାଇଛି। ତେଣୁ ବିଜୁଳି ନାହିଁ।  ସେହିପରି ୮ଟି ପରିବାର କୁ ଛାଡି ଅନ୍ୟ ଗ୍ରାମବାସୀ ଗାଁ ଛାଡି ଯିବା ପରେ ଏମସିଏଲ ପକ୍ଷରୁ ଗ୍ରାମକୁ ପଠାଯାଉଥିବା ପାଣି ଟେଙ୍କର ମଧ୍ୟ ଆସୁନାହିଁ । ଫଳରେ ପାଣି, ବିଜୁଳି ବିନା ଅତି ଦୁଃଖ କଷ୍ଟରେ ଜୀବନ ବିତୁଥିଲେ ମଧ୍ୟ ଏମସିଏଲ ପକ୍ଷରୁ ନିଯୁକ୍ତି, ଥଇଥାନ ଓ ଉପଯୁକ୍ତ କ୍ଷତି ପୂରଣ ନ ହେବାରୁ ଗାଁ ଛାଡି ପାରୁ ନାହାନ୍ତି ଏହି  ପରିବାର । 

ଏହି ଗାଁକୁ ୧୯୮୪ ମସିହା ଠାରୁ କୋଇଲା ଖଣି କରିବା ପାଇଁ ଏମସିଏଲ ନୋଟିସ କରିଥିଲା ଏବଂ ୨୬ ବର୍ଷପରେ ଗତ କିଛିମାସ ପୂର୍ବରୁ ହିଁ ଚିଙ୍ଗିରିଗୁଡ଼ା ଗ୍ରାମବାସୀଙ୍କୁ ଏମସିଏଲ ଓ ଜିଲ୍ଲା ପ୍ରଶାସନ ବିସ୍ଥାପିତ କରିଛି । ସେମାନଙ୍କୁ ଚାଷଜମି ସହିତ ଘରଡ଼ିହ ଅନୁସାରେ ଏମସିଏଲର ଆରଓଆର ପଲିସି ଅନୁସାରେ ବିସ୍ଥାପିତ କରାଯାଇ କ୍ଷତିପୁରଣ ଦିଆଯାଇଥିବା କଥା ହେଲେ ଆଜି ଭି ୮ଟି ପରିବାର ଏବେ ଜୀବନ ମୃତ୍ୟୁ ସଂଗେ ସଂଘର୍ଷ କରୁଛନ୍ତି ଏହି ଗାଁରେ । ସେହିପରି ଗାଁରେ ପିଢ଼ିପିଢ଼ି ଧରି ରହିଆସୁଥିବା ଭୂମୀହୀନଙ୍କୁ ମଧ୍ୟ ଘର ପାଇଁ ୮ ଲକ୍ଷ ଟଙ୍କା ଓ ଥଇଥାନ ପାଇଁ ୪ ଡ଼ିସିମିଲ ଜମି ମଧ୍ୟ ପ୍ରଦାନ କରାଯିବ ବୋଲି ଆରପିଡ଼ିଏସି ବୈଠକ ନିଷ୍ପତି ନିଯାଇଥିଲା। 

ଯେଉଁମାନେ ଉପଯୁକ୍ତ କ୍ଷତିପୂରଣ, ନିଯୁକ୍ତି ପାଇଛନ୍ତି ସେମାନେ ଗ୍ରାମ ଛାଡି ସାରିଲେଣି । ହେଲେ ଗାଁର ଏବେ ମଧ୍ୟ ରହିଥିବା ୮ଟି ପରିବାରକୁ ଏମିସଏଲ ଏଯାଏଁ କ୍ଷତିପୁରଣ ଟଙ୍କା, ଘରଡ଼ିହ ଓ ନିଯୁକ୍ତି ଦେଇନଥିବାରୁ ପ୍ରତିଦିନ ମୃତ୍ୟୁସହ ସଂଗ୍ରମ କରୁଥିଲେ ହେଁ ଗାଁ ଛାଡ଼ି ଯାଇପାରୁନାହୁଁ ବୋଲି କହିଛନ୍ତି ଗ୍ରାମର କିଛି ମହିଳା । କୋଇଲାଖଣି ରେ ୭ ଏକଡ଼ ୩୫ ଡ଼ିସମିଲ ଜମି ଯାଇଥିଲେ ସୁଦ୍ଧା ଟଙ୍କା କି ନିଯୁକ୍ତି ମିଳି ନାହିଁ ବୋଲି ଏହି ଗ୍ରାମର ଜଣେ ବୃଦ୍ଧା କହିଛନ୍ତି। ସେହିପରି ଏହି ଗାଁରେ ଥିବା ସମସ୍ତ  ସୁଖବାସୀ ମାନଙ୍କୁ ମଧ୍ୟ ନିୟମ ଅନୁସାରେ କ୍ଷତିପୁରଣ ମିଳିବା କଥା । କିନ୍ତୁ ତାହା ଏମସିଏଲ ପ୍ରଦାନ ନ କରି ଟାଳଟୁଳ ନୀତି ଅବଳମ୍ବନ କରୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି ନିଯୁକ୍ତି ଓ ଉପଯୁକ୍ତ କ୍ଷତିପୂରଣ ନ ମିଳିଲେ ସେମାନେ ମରିଯିବେ ହେଲେ ଭିଟାମାଟି ଛାଡିବେ ନାହିଁ । 

କୋଇଲାଖଣି ବିସ୍ଥାପିତ ଙ୍କର କରୁଣ ଚିତ୍କାର ଯେ କୋଇଲାଖଣି ଅଧିକାରୀ ପାଖ କୁ ନ ପହଞ୍ଚୁ ସେଥିପାଇଁ ବୋଧେ ଝାରସୁଗୁଡା ରୁ ବହୁ ଦୂରରେ କୋଇଲାଖଣି ଅଧିକାରୀ ଙ୍କର କାର୍ଯ୍ୟାଳୟ, ବୋଲି ବିସ୍ଥାପିତ ମାନେ କହିଛନ୍ତି। ଏହି ଘଟଣା ରେ ଉପଜିଲାପାଳ କହିଛନ୍ତି ଯେ ତାଙ୍କ ପାଖକୁ ଅଭିଯୋଗ ଆସିଲେ ପ୍ରଶାସନ ତରଫରୁ ଉଚିତ ପଦକ୍ଷେପ ନିଆଯିବ।