୨୪ ଘଣ୍ଟାରେ ଲଘୁଚାପ, କାଲିଠୁ ପ୍ରବଳ ବର୍ଷିବ
Advertisement
Article Detail0/zeeodisha/odisha722536

୨୪ ଘଣ୍ଟାରେ ଲଘୁଚାପ, କାଲିଠୁ ପ୍ରବଳ ବର୍ଷିବ

ଆସନ୍ତା ୨୪ ଘଣ୍ଟାରେ ଗଂଜାମ, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ମୟୂରଭଂଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଏବଂ ପୁରୀ, ଜଗତସିଂପୁର, କେନ୍ଦ୍ରପଡା, ଝାରସୁଗୁଡା, ସମ୍ବଲପୁର, ବରଗଡ, ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣିଂ ଜାରି କରିଛି କେନ୍ଦ୍ର ।

 ୨୪ ଘଣ୍ଟାରେ ଲଘୁଚାପ, କାଲିଠୁ ପ୍ରବଳ ବର୍ଷିବ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ୨୪ ଘଣ୍ଟାରେ ଲଘୁଚାପ, କାଲିଠୁ ପ୍ରବଳ ବର୍ଷିବ । ଉତ୍ତରପୂର୍ବ ବଙ୍ଗୋପସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହା ଆସନ୍ତାକାଲି ୪ ତାରିଖ ସୁଦ୍ଧା ଏକ ଲଘୁଚାପରେ ପରିଣତ ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାସହ ମୌସୁମୀ ଜନିତ ଟ୍ରଫଲାଇନ ସକ୍ରିୟ ରହିଛି । ଏସବୁ ପ୍ରଭାବରେ ପାଂଚ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ଭାବେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି କେନ୍ଦ୍ର ।

ଆସନ୍ତା ୨୪ ଘଣ୍ଟାରେ ଗଂଜାମ, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ମୟୂରଭଂଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଏବଂ ପୁରୀ, ଜଗତସିଂପୁର, କେନ୍ଦ୍ରପଡା, ଝାରସୁଗୁଡା, ସମ୍ବଲପୁର, ବରଗଡ, ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣିଂ ଜାରି କରିଛି କେନ୍ଦ୍ର । ଏହାସହ ଆସନ୍ତାକାଲି ବର୍ଷାର ପରିମାଣ ବୃଦ୍ଧି ହେବା ସହ ବାଲେଶ୍ବର, ଭଦ୍ରକ, ମୟୂରଭଂଜ, ଯାଜପୁର, ଅନୁଗୁଳ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଅଂରେଜ ୱାର୍ଣ୍ଣିଂ ଜାରି କରିଯାଇଛି । 

ସେହିପରି କଳାହାଣ୍ଡି, ବଲାଙ୍ଗିର, ସୋନପୁର, ସମ୍ବଲୁପର, ଦେଓଗଡ, କେଉଁଝର ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । ତେବେ ଲଘୁଚାପ ପ୍ରଭାବରେ ଉତ୍ତର ବଙ୍ଗୋପସାଗରରେ ପବନର ବେଗ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ବହିବାକୁ ଥିବାରୁ ଆସନ୍ତା ୪ ତାରିଖରୁ ୬ ତାରିଖ ଯାଏଁ ସମୁଦ୍ର ପ୍ରବେଶ ନେଇ ମତ୍ସଜୀବୀଙ୍କୁ ବାରଣ କରାଯାଇଛି ।