କୋର୍ଟଙ୍କ ସୁରକ୍ଷା ହଟିଲା ପରେ ବିପଦରେ ବୈଜୟନ୍ତ ପଣ୍ଡା
Advertisement
Article Detail0/zeeodisha/odisha792510

କୋର୍ଟଙ୍କ ସୁରକ୍ଷା ହଟିଲା ପରେ ବିପଦରେ ବୈଜୟନ୍ତ ପଣ୍ଡା

ମଙ୍ଗଳବାର ଟ୍ୱିଟରରେ JAYPANDA MUSTBE ARRESTED ଟ୍ରେଣ୍ଡ କରୁଛି। ବୈଜୟନ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ହଜାରେରୁ ଊର୍ଦ୍ଧ୍ୱ ୟୁଜର୍ସ ଦାବି କରିଛନ୍ତି। 

 ବିପଦରେ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ: ବନ୍ଧା ହେବେ କି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା? ହାଇକୋର୍ଟରେ ଅନ୍ତରୀଣ ସୁରକ୍ଷା ପିଟିସନ ଖାରଜ ପରେ ଚାରିଆଡୁ ହେଉଛି ଆକ୍ରମଣ। ମଙ୍ଗଳବାର ଟ୍ୱିଟରରେ JAYPANDA MUSTBE ARRESTED ଟ୍ରେଣ୍ଡ କରୁଛି। ବୈଜୟନ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ହଜାରେରୁ ଊର୍ଦ୍ଧ୍ୱ ୟୁଜର୍ସ ଦାବି କରିଛନ୍ତି। 

ସରୁଆ ଜମି ଦୁର୍ନୀତି ମାମଲାରେ ବୈଜୟନ୍ତଙ୍କୁ ଗିରଫ ଦାବି ନେଇ ଟ୍ୱିଟରରେ ଚାଲିଛି ଅଭିଯାନ। ହାଜାର ହଜାର ୟୁଜର୍ସ ଏହି ବିଜେପି ନେତାଙ୍କୁ ଯଥାଶୀଘ୍ର ଗିରଫ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି। ୨ ଦିନ ତଳେ ହାଇକୋର୍ଟରେ ବୈଜୟନ୍ତ ପଣ୍ଡା ଏବଂ ତାଙ୍କ ପତ୍ନୀ ଜାଗିମଙ୍ଗତ ପଣ୍ଡାଙ୍କ ଅନ୍ତରୀଣ ସୁରକ୍ଷା ପଟିସନ ଖାରଜ ହୋଇଛି। ସେବେ ଠାରୁ ପଣ୍ଡା ଦମ୍ପତିଙ୍କ ବିପଦ  ବଢିବାରେ ଲାଗିଛି।

fallback

ହାଇକୋର୍ଟରେ ସୁରକ୍ଷା ପ୍ରତ୍ୟାହାର ପରେ ପଣ୍ଡା ଦମ୍ପତିଙ୍କୁ ପ୍ରଥମେ ବିଜେଡି ସାଂସଦ ଅନୁଭବ ମହାନ୍ତି ଟାର୍ଗେଟ କରିଥିଲେ। ଜାଗିଙ୍କ ଟିଭି ଚ୍ୟାନେଲ ସବୁ ଜାଣିଶୁଣି ଚୁପ ରହିଥିବା ସେ ଅଭିଯୋଗ ଆଣିଥିଲେ। ଏବା ବ୍ୟତୀତ ଗିରଫ ଦାବିରେ ବୈଜନ୍ତ ଓ ଜାଗି ଆତ୍ମଗୋପନ କରିଛନ୍ତି ବୋଲି ମଧ୍ୟ ଅନୁଭବ କହିଥିଲେ।

ଏହି କ୍ରମରେ ମଙ୍ଗଳବାର ଟ୍ୱିଟରେ JAYPANDA MUSTBE ARRESTED ଅଭିଯାନ ଆରମ୍ଭ ହୋଇଛି। ବୈଜୟନ୍ତ ପଣ୍ଡା ତାଙ୍କ କ୍ଷମତା ବଳରେ ସରୁଆରେ ଗରିବ ଦଳିତଙ୍କ ଜମି ହଡପ କରିଛନ୍ତି। ତେଣୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ୟୁଜର୍ସ କହିଛନ୍ତି। ସେହିପରି କିଛି ଲୋକ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଆଇନ ଆଗରେ ସମସ୍ତେ ସମାନ ବୋଲି କହିଛନ୍ତି।

fallback

ସୂଚନାଯୋଗ୍ୟ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ନିର୍ଦ୍ଧିଷ୍ଟ ଏକ ଟିଭି ଚ୍ୟାନେଲର ମାଲିକ। ଓଡିଶା ଇନଫ୍ରାଟେକ ପ୍ର. ଲିଃ ନାମକ କମ୍ପାନୀରେ ସେମାନେ ପ୍ରମୂଖ ଷ୍ଟେକହୋଲ୍ଡର ସହ ପ୍ରମୋଟର ଅଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲା ସରୁଆ ଗ୍ରାମରେ ଏହି କମ୍ପାନୀମାନ ଦଳିତଙ୍କ ଜମି ହଡପ କରିଥିବା ନେଇ ଅଭିଯୋଗ ହୋଇଛି। ୭ ଏକରରୁ ଊର୍ଦ୍ଧ୍ୱ ଜମିକୁ ବେଆଇନ ଭାବେ ମାଡିବସିଥିବା କୁହାଯାଉଛି।