ଲକ୍ ଡାଉନ ସମୟରେ ସାହା 'ଭିଡିଓ କଲ୍ ଚିକିତ୍ସା'
Advertisement

ଲକ୍ ଡାଉନ ସମୟରେ ସାହା 'ଭିଡିଓ କଲ୍ ଚିକିତ୍ସା'

ଅସହାୟ ଲୋକଙ୍କୁ ଭିଡିଓ କଲ ମାଧ୍ୟମରେ ଚିକିତ୍ସା ।

ଲକ୍ ଡାଉନ ସମୟରେ ସାହା 'ଭିଡିଓ କଲ୍ ଚିକିତ୍ସା'

ଜଗନ୍ନାଥ ପାତ୍ର, କଟକ: ଅସହାୟ ଲୋକଙ୍କୁ ଭିଡିଓ କଲ ମାଧ୍ୟମରେ ଚିକିତ୍ସା । ଲକ୍‌ ଡାଉନ ସମୟରେ ଅସାହ୍ୟ ରୋଗୀଙ୍କ ପାଖରେ ଚିକିତ୍ସା ପହଞ୍ଚାଇବା ପାଇଁ ନୂଆ ମାଧ୍ୟମ ଆପଣାଇଛନ୍ତି କଟକ ତେଲଙ୍ଗାପେଣ୍ଠର ଯୁବଗୋଷ୍ଠୀ । ଚିକିତ୍ସାର ନୂଆ ମାଧ୍ୟମ ହେଉଛି ଭିଡିଓକଲ । ଡାକ୍ତରଙ୍କୁ ଭିଡିଓ କଲ ମାଧ୍ୟମରେ ରୋଗୀଙ୍କୁ ଦେଖାଇବା ପରେ କେବଳ ଆଶୁ ଚିକିତ୍ସା ସଂମ୍ପର୍କୀତ ଚିକିତ୍ସା କରିଥାନ୍ତି । ଏହାପରେ ଅଧିକ ଆବଶ୍ୟକ ପଡିଲେ ମେଡିକାଲ ନେବା ପାଇଁ ମଧ୍ୟ ବ୍ୟବସ୍ଥା କରୁଛନ୍ତି ଯୁବକ ମାନେ । 

ମୋବାଇଲରେ ଭିଡଓ କଲରେ ରହୁଛନ୍ତି ଡାକ୍ତର । ଏଥିରେ ରୋଗୀଙ୍କ ସମସ୍ତ ଅସୁବିଧାକୁ ପ୍ରଥମେ ଅନୁଧ୍ୟାନ କରାଯାଉଛି । ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ହେଉଛି ଚିକିତ୍ସା । ଲକ୍‌ ଡାଉନ ସମୟରେ ଆସହାୟ ଲୋକଙ୍କ ପାଖରେ ଏ ଭଳି ଚିକିତ୍ସା ପହଞ୍ଚାଯାଉଛି ।  ଲକ୍‌ ଡାଉନ ପାଇଁ ସାରା ରାଜ୍ୟ ଠପ୍‌ । ଏହି ସମୟରେ ଏହି ମାନଙ୍କ ପାଖରେ ଚିକିତ୍ସା ପହଞ୍ଚାଇବା ଅତ୍ୟନ୍ତ ଗୁରୁତ୍ୱପୃର୍ଣ୍ଣ । ତେବେ ଏହି ଭିଡିଓକଲ ମାଧ୍ୟମରେ କେବଳ ଆଶୁ ଚିକିତ୍ସା ପ୍ରଦାନ କରାଯାଉଥିବା ବେଳେ ଅଧିକ କିଛି ଚିକିତ୍ସା ଆବଶ୍ୟକ ପଡିଲେ ଏସ ସି ବି ନେବା ଲାଗି ମଧ୍ୟ ବ୍ୟବସ୍ଥା କରୁଛନ୍ତି ଏହି ଯୁବଗୋଷ୍ଠୀ ମାନେ ।
                            
ସେ ଭଳି କୌଣସି ପ୍ରକାର ଗୁରୁତ୍ୱପୃର୍ଣ୍ଣ ନ ଥିଲେ ଏହି ସମୟରେ ମେଡିକାଲ ଭଳି ସ୍ଥାନକୁ ନ ଯିବା ଲାଗି ପରାମର୍ଶ ଦିଆଯାଉଛି । ତେଣୁ ଏହି କୋରନା ସମୟରେ ତେଲଙ୍ଗାପେଣ୍ଠ ଅଞ୍ଚଳର ୧୫ ଜଣିଆ ଯୁବଗୋଷ୍ଠୀ ଆସାହ୍ୟ ଲୋକଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ନୂଆ ମାଧ୍ୟମ ଚିନ୍ତା କରିଥିଲେ । ଏଥିସହିତ ଆସାହ୍ୟ ଲୋକଙ୍କ ସହିତ ଦୁର୍ଘଟଣାର ଶିକାର ହେଉଥିବା ଗୋରୁ ଗାଇ ଓ ପଶୁ ମାନଙ୍କର ମଧ୍ୟ ଚିକିତ୍ସା କରୁଛନ୍ତି । ବିଭିନ୍ନ ବର୍ଗର ଡାକ୍ତରଙ୍କ ସହିତ ପୂର୍ବରୁ ଯୋଗୋଯୋଗ କରିବା ପରେ ଟେକନଲୋଜିର ବ୍ୟବହାର କରି କେଉଁଠି ଲ୍ୟାପଟପ ହେଉ ବା ମୋବାଇଲ ମାଧ୍ୟମରେ ଭିଡିଓ କଲ କରି ଆଶୁ ଚିକିତ୍ସା ଯୋଗାଉଛନ୍ତି  ।