• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha Khabar
  • /ଲକ୍ ଡାଉନ ସମୟରେ ସାହା ଭିଡିଓ କଲ୍ ଚିକିତ୍ସା

ଲକ୍ ଡାଉନ ସମୟରେ ସାହା 'ଭିଡିଓ କଲ୍ ଚିକିତ୍ସା'

ଅସହାୟ ଲୋକଙ୍କୁ ଭିଡିଓ କଲ ମାଧ୍ୟମରେ ଚିକିତ୍ସା ।

Written ByJAGANNATH PATROEdited ByZee Odisha Desk
Published: Apr 15, 2020, 06:48 PM IST|Updated: Apr 15, 2020, 06:48 PM IST
joinshare
ଲକ୍ ଡାଉନ ସମୟରେ ସାହା 'ଭିଡିଓ କଲ୍ ଚିକିତ୍ସା'

About the Author

    JAGANNATH PATRO

    JAGANNATH PATRO

    Trending

    • News
    • Photos
    • Videos
    ପତାକା ଉତ୍ତୋଳନ ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ମୃତ

    ପତାକା ଉତ୍ତୋଳନ ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ମୃତ

    2

    Rain Alert: ଆସୁଛି ଆଉ ଏକ ଲଘୁଚାପ! ସତର୍କ ରୁହନ୍ତୁ ଏହିସବୁ ଜିଲ୍ଲାବାସୀ

    3

    Independence Day: ସ୍ୱାଧୀନତା ଦିବସ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

    4

    ସ୍ବାଧୀନତା ଦିବସରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍

    5

    Independence Day: ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କଲେ ମୋଦୀ,କହିଲେ ଭାରତ ପରମାଣୁ ଶକ୍ତି...

    ଜଗନ୍ନାଥ ପାତ୍ର, କଟକ: ଅସହାୟ ଲୋକଙ୍କୁ ଭିଡିଓ କଲ ମାଧ୍ୟମରେ ଚିକିତ୍ସା । ଲକ୍‌ ଡାଉନ ସମୟରେ ଅସାହ୍ୟ ରୋଗୀଙ୍କ ପାଖରେ ଚିକିତ୍ସା ପହଞ୍ଚାଇବା ପାଇଁ ନୂଆ ମାଧ୍ୟମ ଆପଣାଇଛନ୍ତି କଟକ ତେଲଙ୍ଗାପେଣ୍ଠର ଯୁବଗୋଷ୍ଠୀ । ଚିକିତ୍ସାର ନୂଆ ମାଧ୍ୟମ ହେଉଛି ଭିଡିଓକଲ । ଡାକ୍ତରଙ୍କୁ ଭିଡିଓ କଲ ମାଧ୍ୟମରେ ରୋଗୀଙ୍କୁ ଦେଖାଇବା ପରେ କେବଳ ଆଶୁ ଚିକିତ୍ସା ସଂମ୍ପର୍କୀତ ଚିକିତ୍ସା କରିଥାନ୍ତି । ଏହାପରେ ଅଧିକ ଆବଶ୍ୟକ ପଡିଲେ ମେଡିକାଲ ନେବା ପାଇଁ ମଧ୍ୟ ବ୍ୟବସ୍ଥା କରୁଛନ୍ତି ଯୁବକ ମାନେ । 

    ମୋବାଇଲରେ ଭିଡଓ କଲରେ ରହୁଛନ୍ତି ଡାକ୍ତର । ଏଥିରେ ରୋଗୀଙ୍କ ସମସ୍ତ ଅସୁବିଧାକୁ ପ୍ରଥମେ ଅନୁଧ୍ୟାନ କରାଯାଉଛି । ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ହେଉଛି ଚିକିତ୍ସା । ଲକ୍‌ ଡାଉନ ସମୟରେ ଆସହାୟ ଲୋକଙ୍କ ପାଖରେ ଏ ଭଳି ଚିକିତ୍ସା ପହଞ୍ଚାଯାଉଛି ।  ଲକ୍‌ ଡାଉନ ପାଇଁ ସାରା ରାଜ୍ୟ ଠପ୍‌ । ଏହି ସମୟରେ ଏହି ମାନଙ୍କ ପାଖରେ ଚିକିତ୍ସା ପହଞ୍ଚାଇବା ଅତ୍ୟନ୍ତ ଗୁରୁତ୍ୱପୃର୍ଣ୍ଣ । ତେବେ ଏହି ଭିଡିଓକଲ ମାଧ୍ୟମରେ କେବଳ ଆଶୁ ଚିକିତ୍ସା ପ୍ରଦାନ କରାଯାଉଥିବା ବେଳେ ଅଧିକ କିଛି ଚିକିତ୍ସା ଆବଶ୍ୟକ ପଡିଲେ ଏସ ସି ବି ନେବା ଲାଗି ମଧ୍ୟ ବ୍ୟବସ୍ଥା କରୁଛନ୍ତି ଏହି ଯୁବଗୋଷ୍ଠୀ ମାନେ ।
                                
    ସେ ଭଳି କୌଣସି ପ୍ରକାର ଗୁରୁତ୍ୱପୃର୍ଣ୍ଣ ନ ଥିଲେ ଏହି ସମୟରେ ମେଡିକାଲ ଭଳି ସ୍ଥାନକୁ ନ ଯିବା ଲାଗି ପରାମର୍ଶ ଦିଆଯାଉଛି । ତେଣୁ ଏହି କୋରନା ସମୟରେ ତେଲଙ୍ଗାପେଣ୍ଠ ଅଞ୍ଚଳର ୧୫ ଜଣିଆ ଯୁବଗୋଷ୍ଠୀ ଆସାହ୍ୟ ଲୋକଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ନୂଆ ମାଧ୍ୟମ ଚିନ୍ତା କରିଥିଲେ । ଏଥିସହିତ ଆସାହ୍ୟ ଲୋକଙ୍କ ସହିତ ଦୁର୍ଘଟଣାର ଶିକାର ହେଉଥିବା ଗୋରୁ ଗାଇ ଓ ପଶୁ ମାନଙ୍କର ମଧ୍ୟ ଚିକିତ୍ସା କରୁଛନ୍ତି । ବିଭିନ୍ନ ବର୍ଗର ଡାକ୍ତରଙ୍କ ସହିତ ପୂର୍ବରୁ ଯୋଗୋଯୋଗ କରିବା ପରେ ଟେକନଲୋଜିର ବ୍ୟବହାର କରି କେଉଁଠି ଲ୍ୟାପଟପ ହେଉ ବା ମୋବାଇଲ ମାଧ୍ୟମରେ ଭିଡିଓ କଲ କରି ଆଶୁ ଚିକିତ୍ସା ଯୋଗାଉଛନ୍ତି  । 

    Add Zee News as a Preferred Source
    TAGS:
    Cuttack
    Cuttack news