IND VS WI ମ୍ୟାଚ୍ ପାଇଁ ଓଲିଉଡ ଷ୍ଟାର୍ କହିଲେ ଏପରି କଥା
Advertisement

IND VS WI ମ୍ୟାଚ୍ ପାଇଁ ଓଲିଉଡ ଷ୍ଟାର୍ କହିଲେ ଏପରି କଥା

ଓଡ଼ିଶାରେ ହେଉଥିବା କ୍ରିକେଟ୍ ମ୍ୟାଚକୁ କେତେ ଉପଭୋଗ କରନ୍ତି ଓଡ଼ିଆ ସେଲିବ୍ରିଟିମାନେ... ଜାଣନ୍ତୁ ସେ ବିଷୟରେ

IND VS WI ମ୍ୟାଚ୍ ପାଇଁ ଷ୍ଟାର୍ କହିଲେ ଏମିତି

ସୌଭାଗ୍ୟ ରଞ୍ଜନ ମିଶ୍ର, ଭୁବନେଶ୍ୱର: ରବିବାର କଟକରେ ଅନୁଷ୍ଠିତ ହେବ ଇଣ୍ଡିଆ ୱେଷ୍ଟ ଇଣ୍ଡିଜ୍ କ୍ରିକେଟ୍ ମ୍ୟାଚ୍ । ତେବେ ଓଡ଼ିଶାରେ ହେଉଥିବା କ୍ରିକେଟ୍ ମ୍ୟାଚକୁ କେତେ ଉପଭୋଗ କରନ୍ତି ଓଡ଼ିଆ ସେଲିବ୍ରିଟିମାନେ ଏନେଇ ଆମ ପ୍ରତିନିଧି ସୌଭାଗ୍ୟ ଆଲୋଚନା କରିଥିଲେ କିଛି କଳାକାରଙ୍କ ସହ ଆଉ ଉତ୍ତର ମିଳିଥିଲା କିଛି ଏମିତି।

ପୁପିନ୍ଦର- ଅଭିନେତା

ଏଥର ମ୍ୟାଚ୍ ଦେଖିବାକୁ ମତେ ଟିକେଟ୍ ମିଳିଥିଲା କିନ୍ତୁ ଗୋଟେ ଜରୁରୀ କାମରେ ବମ୍ୱେ ଆସିବାକୁ ପଡିଲା କିନ୍ତୁ ଦୂରରେ ଥାଇ ମଧ୍ୟ ଟିଭିରେ ପ୍ରତ୍ୟେକ ମୁହୁର୍ତ୍ତର ଅପଡେଟ୍ ନେବି 
ମୋ ପ୍ରିୟ ଖେଳାଳୀଙ୍କ କଥା କହିଲେ ଅନେକଜଣ ଲିଷ୍ଟରେ ଅଛନ୍ତି । ରୋହିତ୍ ଶର୍ମା, ବିରାଟ୍, କୁଳଦିପ୍, ଜାଡେଜା ସମସ୍ତଙ୍କର ସ୍ୱତନ୍ତ୍ରତା ରହିଛି, କିନ୍ତୁ ଯଦି ଜଣଙ୍କର ନାମ ପଚରାଯାଏ ତେବେ ମୁଁ ବିରାଟ୍ କୋହଲି କହିବି । ଖେଳ ଦେଖିବା ପାଇଁ ସବୁଠୁ ଅଧିକ ମଜା ଲାଗେ ବାରବାଟି ଷ୍ଟାଡିୟମରେ । ଏଠାରେ ମିଳୁଥିବା ସପୋର୍ଟ ଅନ୍ୟ କୌଣସି ଷ୍ଟାଡିୟମ୍ ରେ ମିଳେନି । ଇଣ୍ଡିଆ ଭଲ ଖେଳୁଥିବା ସମୟରେ ଦର୍ଶକମାନେ ଯେତିକି ଉତ୍ସାହିତ ହୋଇ ତାଳି ମାରନ୍ତି ବା ହୋହଲ୍ଲା କରନ୍ତି ଖରାପ୍ ପଦର୍ଶନ ସମୟରେ ସେତିକି ସାଇଲେଣ୍ଟ୍ ହୋଇଯାଆନ୍ତି । ବାରବାଟୀ ଷ୍ଟାଡିୟମ୍ ଆମ ଓଡ଼ିଶାର ଗର୍ବ । ମୋତେ ସବୁଠୁ ଅଧିକ ଭଲ ଲାଗିଥାଲା ଯେତେବେଳେ ପଞ୍ଜାବ ଟିମ୍ ଆଇପିଏଲ୍ ରେ ବାରବାଟିକୁ ହୋମ୍ ଗ୍ରାଉଣ୍ଡ କରିନେଇଥିଲେ ।
ନିକଟରେ ଟିମ୍ ଇଣ୍ଡିଆ ପ୍ରମାଣିତ କରିସାରିଛି ତାର ଶକ୍ତି , ଖୁବ୍ ଏନର୍ଜେଟିକ୍ ରହିଛି ଟିମ୍ ଇଣ୍ଡିଆ ତାଛଡ଼ା ବାରବାଟି ଷ୍ଟାଡିୟମ୍ ଟିମ୍ ଇଣ୍ଡିଆ ପାଇଁ ଖୁବ୍ ଲକି ପିଚ୍ ଏବଂ ଲୋକଙ୍କ ଜୋସ୍ ଟିମ୍ ଇଣ୍ଡିଆକୁ ସ୍ପିରିଟ୍ ଯୋଗାଇବ । ତେଣୁ ଇଣ୍ଡିଆ ଜିତୁ 
ଟିମ୍ ଇଣ୍ଡିଆକୁ ୱିସ୍ କରିବି ଟିକେ ସ୍ମାର୍ଟଲି ଖେଳନ୍ତୁ ବାରବାଟି ପିଚ୍ କୁ ଭଲ ଭାବରେ ଷ୍ଟଡି କରି ଖେଳନ୍ତୁ ଯଦି ପ୍ରଥମେ ବ୍ୟାଟିଂ କରୁଛନ୍ତି ତେବେ ପ୍ରଥମ ପାଞ୍ଚ ଓଭରର ଗୁରୁତ୍ୱ ଅଧିକ 

ଆକାଶ- ଅଭିନେତା

ମୋର ସବୁଠୁ ପ୍ରିୟ ଖେଳ ହେଉଛି କ୍ରିକେଟ୍ । ସମୟ ମିଳିଲେ ସାଙ୍ଗସାଥୀଙ୍କ ସହ ମିଶି ଖେଳିଥାଏ, କାଲି ଖେଳ ମୁଁ ନିଶ୍ଚେ ଦେଖିବି ହୁଏତ ବାରବାଟି ଷ୍ଟାଡିୟମରେ ନ ହେଇପାରେ କିନ୍ତୁ ଘରେ ନିଶ୍ଚୟ ଦେଖିବି । 
ମୋ ପସନ୍ଦର ଖେଳାଳୀ ଏମ ଏସ୍ ଧୋନୀ ମୁଁ ତାଙ୍କର ଖୁବ୍ ବଡ ଫ୍ୟାନ୍, ବର୍ତ୍ତମାନ ସମୟରେ ବିରାଟ୍ କୋହଲି ମଧ୍ୟ ମୋର ବହୁତ ପସନ୍ଦ । ବାରବାଟି ଷ୍ଟାଡିୟମରେ ଭଲ ଖରାପ୍ ଏମିତି ଅନେକ ଅନୁଭୂତି ରହିଛି । ମୋ କଲେଜ୍ ପଢିବା ସମୟରୁ ପ୍ରାୟ ସବୁ ମ୍ୟାଚ୍ ସେଠାରେ ଦେଖିଛି , ଥରେ ସୌରଭ ଗାଙ୍ଗୁଲୀଙ୍କ ସହ ଏୟାରପୋର୍ଟରେ ଦେଖା ହେଇଥିଲା କିନ୍ତୁ ଏହା ବ୍ୟତୀତ ଅନ୍ୟ କୌଣସି କ୍ରିକେଟରଙ୍କ ସହ ଦେଖା ହୋଇନି । ଇଛା ରହିଛି ଯଦି ପାଖରୁ ଦେଖିବାର ସୁଯୋଗ ମିଳେ ମୋ ପ୍ରିୟ ଖେଳାଳୀଙ୍କ ସହ ଫଟୋ ଉଠାଇବି ଏବଂ ସମୟ କଟାଇବି । ଏତିକି କହିବି ଉଭୟ ଟିମ୍ ଙ୍କୁ ମୋର ଶୁଭେଛା ଯିଏ ଭଲ ଖେଳିବ ସିଏ ଯିତିବ କିନ୍ତୁ ସାରା ଭାରତବାସୀଙ୍କ ଶୁଭେଛା ଇଣ୍ଡିଆ ଟିମ୍ ସହ ରହିଛି ଓ ମୁଁ ମଧ୍ୟ ଜଣେ ଭାରତୀୟ ହିସାବରେ ଚାହୁଁଛି ଇଣ୍ଡିଆ ଜିତୁ

ଶ୍ରୀତମ୍ ଦାସ- ଅଭିନେତା

ଗର୍ବ ଲାଗେ ଯେଉଁ ପଡିଆରେ ମୁଁ କ୍ରିକେଟ୍ ଖେଳିଛି ସେହି ପଡ଼ିଆରେ ଏତେ ବଡ଼ ଖେଳ ହେଉଛି, ଏବଂ ମୋ ପ୍ରିୟ ଖେଳାଳୀମାନେ ଖେଳୁଛନ୍ତି । ଟିମ୍ ରେ ବଛା ବଛା ଖେଳାଳୀ ଥିଲେ ବି ମତେ ରହିତ୍ ଶର୍ମା ଓ କୋହଲି ଟିକେ ଅଧିକ ଭଲ ଲାଗନ୍ତି । ମୁଁ କ୍ରିକେଟପ୍ରେମୀ କିନ୍ତୁ ଦୀର୍ଘ ସମୟ ଧରି ଗୋଟେ ସ୍ଥାନରେ ବସି ରହି ଖେଳ ଦେଖିବା ସମ୍ଭବ ହୁଏନି । ଗତଥର ମଧ୍ୟ ଖେଳ ଦେଖିବାକୁ ଯାଇଥିଲି ,ଯେହେତୁ ବାରବାଟି ଷ୍ଟାଡିୟମ୍ ନିକଟରେ ମୋ ଘର ମୁଁ କୋଳାହଳ ପରିସ୍ଥିତି ଦେଖି ଖୁସି ହୋଇଥାଏ  ଏହା ସହ ମୁଁ ଓସିଏ କ୍ଲବ୍ ର ମଧ୍ୟ ମେମ୍ୱର ତେଣୁ ମୁଁ ଦର୍ଶକଙ୍କୁ ଏତିକି ଅନୁରୋଧ କରିବି କୌଣସୀ ପ୍ରକାରର ବିଶୃଙ୍ଖଳା ସୃଷ୍ଟି ନ କରି ଖେଳକୁ ଉପଭୋଗ କରନ୍ତୁ । ମୁଁ ଭାବୁଛି ଇଣ୍ଡିଆ ଯଦି ପ୍ରଥମ ବ୍ୟାଟିଂ କରିବ ତାହାଲେ ୩୦୦ ରୁ ୩୩୦ ପର୍ଯ୍ୟନ୍ତ ରନ୍ କରିପାରିବ । କାଲିର ଖେଳରେ ନିଶ୍ଚିତଭାବେ କୋହଲି ବାହିନୀ ଜିତିବ ବୋଲି ମୋର ଆଶା ଓ ବିଶ୍ୱାସ ।

ଭୂମିକା - ଅଭିନେତ୍ରୀ

ପିଲାବେଳେ କ୍ରିକେଟ୍ ଖେଳୁଥିବା ସମୟରେ ଥରେ ବଲ୍ ବାଜି ଆହତ ହୋଇଥିଲି କିନ୍ତୁ ତଥାପି କ୍ରିକେଟ୍ ପ୍ରତି ଏକ ଅନନ୍ୟ ଆକର୍ଷଣ । କୌଣସି ଷ୍ଟାଡିୟମ୍ ରେ ବସି ମ୍ୟାଚ୍ ଦେଖିବାର ସୁଯୋଗ ମିଳି ନ ଥିଲେ ମଧ୍ୟ ଟିଭିରେ ଖେଳ ଦେଖିବାକୁ ମୁଁ ଆଦୌ ଭୁଲେ ନାହିଁ । ଥରେ ଟିକେଟ୍ କରି ମଧ୍ୟ ବାରବାଟୀରେ ଖେଳ ଦେଖିପାରି ନ ଥିଲି । ଇଛା ରହିଛି ମନରେ ଖେଳ ଦେଖିବାକୁ କିନ୍ତୁ ଭିଡ଼କୁ ଡର ଲାଗେ । ମୁଁ ବିରାଟ୍ କୋହଲିଙ୍କର ଖୁବ୍ ବଡ଼ ଫ୍ୟାନ୍ । ତାଙ୍କର ବ୍ୟାଟିଂ ହେଉ କି ଡିସିସନ୍ ମତେ ଖୁବ୍ ଭଲ ଲାଗେ ।
ଖେଳରେ ଯୋ ଜିତା ଓ୍ୱ ହି ସିକନ୍ଦର । ଯେଉଁ ଟିମ୍ ଭଲ ଖେଳିବ ସିଏ ଜିତିବ କିନ୍ତୁ ଜଣେ ଭାରତୀୟ ନାଗରିକ ତଥା ଇଣ୍ଡିଆନ୍ କ୍ରିକେଟ୍ ଟିମ୍ ର ଫ୍ୟାନ୍ ଯେହେତୁ ଚାହୁଁଛି ଆମ ଟିମ୍ ଜିତୁ । ମ୍ୟାଚ୍ କଥା କିଛି କହି ହୁଏନି କିଛି ବି ଓଲଟ ପାଲଟ୍ ହେଇଯାଇପାରେ କିନ୍ତୁ ଇଣ୍ଡିଆ ଟିମ୍ କୁ ଏତିକି କହିବି ଭାବିଚିନ୍ତି ସଠିକ୍ ଡିସିସନ୍ ନେଲେ ନିଶ୍ଚେ ଜିତିବେ 

ସୂର୍ଯ୍ୟମୟୀ- ଅଭିନେତ୍ରୀ

ରବିବାରର ଖେଳ ପାଇଁ ଖୁବ୍ ଏକ୍ସସାଇଟେଡ୍ ଅଛି । ସବୁବେଳେ ବାରବାଟୀ ସାମ୍ନାକୁ ଚାହା,କଫି ପିଇବାକୁ ଯାଏ । ଏତେ ସୁନ୍ଦର ସଜା ହୋଇଛି ଷ୍ଟାଡିୟମ୍ ବାହାର ଓ ଭିତର ଦେଖିକି ଖୁସି ଲାଗୁଛି ଗତଥର ମୁଁ ଷ୍ଟାଡିୟମ୍ ରେ ଖେଳ ଦେଖିଥିଲି କିନ୍ତୁ ଏଥର ଘରେ ବସି ଫ୍ୟାମିଲି ସହ ଟିଭିରେ ଖେଳ ଦେଖିବି ଏବଂ ବିରାଟ୍ କୋହଲିଙ୍କର ମୁଁ ସବୁଠୁ ବଡ ଫ୍ୟାନ୍ କାରଣ ତାଙ୍କ ପାଇଁ ଆମ ଟିମ୍ କୁ ମାଇଲେଜ୍ ମିଳୁଛି ଓ ତାଙ୍କ ବ୍ୟକ୍ତିତ୍ୱଙ୍କଠୁ ଆରମ୍ଭ କରି ସବୁକିଛି ମତେ ଖୁବ୍ ଭଲ ଲାଗେ । ପୂର୍ବ ମ୍ୟାଚ୍ କୁ କମ୍ପେୟାର୍ କଲେ ମୁଁ ଭାବୁଛି ଇଣ୍ଡିଆ ହିଁ ଜିତିବ ଏବଂ ଏଥିପାଇଁ ମୁଁ ଭଗବାନଙ୍କୁ ପ୍ରାର୍ଥନା ବି କରୁଛି ।

 

ଅଭିଜିତ୍ ମଜୁମଦାର- ସଙ୍ଗୀତ ନିର୍ଦ୍ଦେଶକ

କାଲି ଯଦି ଖେଳ ଦେଖିବାର ସୌଭାଗ୍ୟ ମିଳେ ମୁଁ ମୋ ପୁଅ ସହ ଖେଳ ଦେଖିବାକୁ ଯିବି । କାରଣ ମୋ ପୁଅ ବିରାଟଙ୍କର ଖୁବ୍ ବଡ ଫ୍ୟାନ୍ । କିନ୍ତୁ ଏବେ ନ ଖେଳୁଥିଲେ ମଧ୍ୟ ମୁଁ ଧୋନୀଙ୍କର ଖୁବ୍ ବଡ ଫ୍ୟାନ୍ । ଏବେ ଟିମ୍ ଭିତରେ ରୋହିତ୍ ଶର୍ମା ମତେ ଖୁବ୍ ଭଲ ଲାଗନ୍ତି କାରଣ ସେ ଇଣ୍ଡିଆକୁ ବହୁତ ଥର ବଞ୍ଚାଇଛନ୍ତି ସେ ନିଜ ପାଇଁ ନୂହେଁ ଟିମ୍ ପାଇଁ ଖେଳନ୍ତି । କ୍ରିକେଟକୁ ନେଇ ବାରବାଟିରେ ଥିବା ଅନୁଭୁତିକୁ ନେଇ ଖୁବ୍ ଗର୍ବ ଲାଗେ କାରଣ ବିଶ୍ୱବାସୀଙ୍କୁ ଏକାଠି କରୁଛି ଆମ ଭାଇଚାରାର ସହର କଟକ । କାଳିର ମ୍ୟାଚରେ ଆମକୁ ଜିତିବାକୁ ପଡିବ ଏବଂ କାଲି ଟିଭି ସାମ୍ନାରେ ବସି ବାଦାମ ଭଜା ଖାଇ ଟିମ୍ ଇଣ୍ଡିଆକୁ ଜୋସ୍ ଦେବାକୁ ପଡିବ । ଯେହେତୁ ଭଲ ଭଲ ଖେଳାଳୀ ଅଛନ୍ତି ଆମ ଟିମ୍ ଶତ ପ୍ରତିଶତ ପକ୍କା ଜିତିବ । କପିଲ୍ ଦେବ ଓ ଧୋନୀ ଯେଉଁ ରେକର୍ଡ କରିଥିଲେ ସେହିପରି ରେକର୍ଡ ଆମେ ପୁଣି ତିଆରି କରି ୱାଲଡ୍ କପ୍ ହାତେଇବା ବୋଲି ଆଶା ।

ଏଲିନା- ଅଭିନେତ୍ରୀ

ଅନ୍ୟକାମରେ ବ୍ୟସ୍ତ ଥିବାରୁ ବାରବାଟୀ ଯାଇପାରୁନି କିନ୍ତୁ ପ୍ରତି ମୁହୁର୍ତ୍ତର ଅପଡେଟ୍ ମୋ ପାଖରେ ନିଶ୍ଚେ ରହିବ । ଏହି ସିରିଜ୍ ରେ ରୋହିତ୍ ଶର୍ମା ଏବଂ ବିରାଟ୍ କୋହଲି ମୋର ଖୁବ୍ ପସନ୍ଦ ଏହାଛଡା ରାହୁଲ୍ ଙ୍କର ମଧ୍ୟ ଖୁବ୍ ଭଲ ସପୋର୍ଟ ରହିଛି । ମୋ ଭାଇ ବିରାଟଙ୍କର ଖୁବ୍ ବଡ଼ ଫ୍ୟାନ୍ ଏବଂ କ୍ରିକେଟ ମ୍ୟାଚ୍ ଦେଖିବାରେ ସେ ମୋ ପାର୍ଟନର । କ୍ରିକେଟ୍ ଦେଖିବା ଏବଂ ଖେଳିବାକୁ ମତେ ଭାରି ଭଲ ଲାଗେ କାରଣ ମୁଁ ଗୋଟେ କ୍ରିକେଟ୍ ଫ୍ୟାନ୍ । ମନରେ ବହୁତ ଇଛା ବାରବାଟୀରେ ଖେଳ ଦେଖିବାକୁ କିନ୍ତୁ କେବେ ସୁଯୋଗ ମିଳୁନି । ବାରବାଟୀର ସାଜସଜ୍ଜା ଖୁବ୍ ଭଲ ହୋଇଛି ଏବଂ ଉଭୟ କ୍ରିକେଟ୍ ଟିମ୍ ବାରବାଟିରୁ ଏକ ନିଆରା ଏକ୍ସପିରିଏନ୍ସ ନେଇକି ଯିବେ । ରେଭେନ୍ସାରେ ପଢ଼ିବା ସମୟରେ ଗୋଟିଏ ମ୍ୟାଚ୍ ହୋଇଥିଲା କିନ୍ତୁ ସେ ସମୟରେ ମୁଁ କଟକରେ ନ ଥିଲି ଯାହା ମତେ ଖୁବ୍ ଦୁଃଖ ଦେଇଥିଲା । ଜଣେ ଇଣ୍ଡିଆନ୍ ହିସାବରେ ମୁଁ ଚାହୁଁଛି ଇଣ୍ଡିଆ ଜିତୁ । ଆମ ଟିମ୍ ସମ୍ପୂର୍ଣ୍ଣ ସିରିଜ୍ ଖୁବ୍ ଭଲ ଖେଳିଛନ୍ତି ତେଣୁ ଖୁବ୍ ଆଗକୁ ବଢିବ ଆମ ଟିମ୍ ।