ଭକ୍ତ ଶୂନ୍ୟ ପଦ୍ମବନ ପୀଠ, ଚାଲିଛି ସ୍ନାନ ଯାତ୍ରା
Advertisement
Article Detail0/zeeodisha/odisha691279

ଭକ୍ତ ଶୂନ୍ୟ ପଦ୍ମବନ ପୀଠ, ଚାଲିଛି ସ୍ନାନ ଯାତ୍ରା

କଡ଼ା ସୁରକ୍ଷାରେ ପୁରା ପୀଠକୁ ରଖାଯାଇଛି ।  

ଫଟୋ ସୌଜନ୍ୟ: ଜୀ ମିଡିଆ

ସାଲେପୁର: ୧୪୪ ଧାରା କଟକଣା ଭିତରେ ଓଡ଼ିଶାର ପ୍ରସିଦ୍ଧ ଓ ପ୍ରମୁଖ ସ୍ଥାନ କଟକ ନେମାଳ ଅଚ୍ୟୁତାନନ୍ଦଙ୍କ ପଦ୍ମ ବନ ପୀଠରେ ଦେବସ୍ନାନ ପୂର୍ଣ୍ଣିମା ଯାତ୍ରା ଅନୁଷ୍ଠିତ ହେଉଛି । ବିନା ଭକ୍ତରେ ଏଥର ସ୍ନାନଯାତ୍ରା ହେଉଛି । କଡ଼ା ସୁରକ୍ଷାରେ ପୁରା ପୀଠକୁ ରଖାଯାଇଛି ।  

ତେବେ ନୀତିକାନ୍ତିରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ସାମାଜିକ ଦୂରତା ରଖି କିଛି ସେବାୟତଙ୍କୁ ନେଇ ସମସ୍ତ ନୀତିକାନ୍ତି ହେବ ବୋଲି ପ୍ରଶାସନ ନିର୍ଦ୍ଦେଶ ଦେଇଛି । ତେବେ ଭୋର ୩ଟାରୁ ଦ୍ୱାର ଫିଟା, ମଙ୍ଗଳା ଆଳତି, ମହାସ୍ନାନ, ନିତ୍ୟଧୂପ ସକାଳୁ ସକାଳୁ ସରିଛି । ମଧ୍ୟାହ୍ନ ୧୨ ଟାରୁ ୧.୩୦ ମିନିଟ ପର୍ଯ୍ୟନ୍ତ କୋଠ ଭୋଗର ସମୟ ରଖାଯାଇଛି । ସନ୍ଧ୍ୟାରେ ସନ୍ଧ୍ୟା ଆଳତି ପରେ ରାତି ୯ ଟାରେ ଅଧରପଣା  ଓ ଭୋର ୪ଟାରେ ଅମୃତ ମଣୋହି ନୀତି ଅନୁଷ୍ଠିତ ହେବ ବୋଲି ପୀଠର ସେବାୟତ ସୂଚନା ଦେଇଛନ୍ତି ।