ହଷ୍ଟେଲରେ ରଖେଇ ଦେଉନି ଭୂତ, ୭ ପରେ ଏବେ ପୁଣି ୨ ଛାତ୍ର ହେଲେ ଟାର୍ଗେଟ
Advertisement
Article Detail0/zeeodisha/odisha613546

ହଷ୍ଟେଲରେ ରଖେଇ ଦେଉନି ଭୂତ, ୭ ପରେ ଏବେ ପୁଣି ୨ ଛାତ୍ର ହେଲେ ଟାର୍ଗେଟ

ସ୍କୁଲରେ ୪୦ଜଣ ପିଲା ପାଠପଢ଼ୁଥିବା ବେଳେ ଏବେ ସ୍କୁଲ ପରିସର ଏକ ପ୍ରକାର ଶୂନଶାନ ହୋଇଯାଇଛି

ହଷ୍ଟେଲରେ ରଖେଇ ଦେଉନି ଭୂତ, ୭ ପରେ ଏବେ ପୁଣି ୨ ଛାତ୍ର ହେଲେ ଟାର୍ଗେଟ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଭଅଁରପୁର ପ୍ରାଥମିକ ବିଦ୍ୟାଳୟରେ ଥିବା ସ୍ୱଳ୍ପବ୍ୟୟ ଛାତ୍ରାବାସରେ ଏବେ ଭୂତ ଭୟ ଲାଗି ରହିଛି । କିଛି ଦିନ ତଳେ ଭୌତିକ କାଣ୍ଡ ଯୋଗୁ ୭ ଜଣ ଛାତ୍ରୀ ଚେତାଶୂନ୍ୟ ହୋଇଯାଇଥିବା ଖବର ପ୍ରସାରଣ ହୋଇଥିଲା । ସମ୍ପୃକ୍ତ ଛାତ୍ରୀମାନଙ୍କୁ  ହରିଚନ୍ଦନପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ  ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ଏହି ସ୍କୁଲରେ ୪୦ଜଣ ପିଲା ପାଠପଢ଼ୁଥିବା ବେଳେ ଏବେ ସ୍କୁଲ ପରିସର ଏକ ପ୍ରକାର ଶୂନଶାନ ହୋଇଯାଇଛି । ଭୟରେ ଅଭିଭାବକମାନେ ପିଲାଙ୍କୁ ଘରକୁ ନେଇଯାଇଥିଲେ । ପରେ କିଛିଦିନ ବ୍ୟବଧାନରେ  ଶିକ୍ଷା ବିଭାଗ ପକ୍ଷରୁ ପିଲାଙ୍କୁ  ଅଣାଯାଇ ହଷ୍ଟେଲରେ ରଖାଯାଇଥିଲେ ମଧ୍ୟ ପୁଣି ୨ ଜଣ ପିଲା ଅଚେତ ହୋଇଯାଇଥିଲେ । ଏବେ ଲୋକଙ୍କ ମନରେ ଭୟ ଦ୍ୱିଗୁଣିତ ହୋଇଯାଇଛି । ତେବେ ଘଟଣାର ଅନୁଧ୍ୟାନ ପାଇଁ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ସ୍କୁଲରେ ପହଞ୍ଚି ତଦନ୍ତ କରିଥିଲେ । ବାରମ୍ବାର ଘଟଣାର ପୁନରାବୃତ୍ତି ହେଉଥିବାରୁ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶେଷରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ପ୍ରଶାସନ ହଷ୍ଟେଲକୁ ବନ୍ଦ କରିବାକୁ  ନିଷ୍ପତ୍ତି ନେଇଛି ।

ଏହାସହ ହଷ୍ଟେଲକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହ ପୁରୁଣା ଘରକୁ ଭାଙ୍ଗିବା ପାଇଁ ସ୍କୁଲ କମିଟି ଓ ଗ୍ରାମବାସୀଙ୍କ ସହ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି । ଅନ୍ୟ ପଟେ ଅନେକ ପିଲା ଭୟରେ ସ୍କୁଲ ଆସୁନଥିବାରୁ ମାତ୍ର କେଇ ଜଣ ପିଲାଙ୍କୁ ନେଇ ପାଠ ପଢା ଚାଲିଛି । ତେବେ ସେ ଭୌତିକ କାଣ୍ଡରୁ ହେଉ ଅଥବା ଅନ୍ୟ କୌଣସି କାରଣରୁ, ଏହାର ତଦନ୍ତ କରି ଶିକ୍ଷା ବ୍ୟବସ୍ଥାକୁ ସ୍ୱାଭାବିକ କରିବା ପାଇଁ ସାଧାରଣରେ ଦାବି କରାଯାଇଛି ।

 

ଅଧିକ ପଢନ୍ତୁ: ସ୍କୁଲ ପରିଷରରେ ଭୌତିକ କାଣ୍ଡ, ଭୟରେ ହଷ୍ଟେଲ ଛାଡିଲେ ସମସ୍ତ ଛାତ୍ରଛାତ୍ରୀ