ଖସୁଛି ପାରଦ, ବଢିବ ଶୀତ...ଥରିବ ଏହିସବୁ ଜିଲ୍ଲା
Advertisement

ଖସୁଛି ପାରଦ, ବଢିବ ଶୀତ...ଥରିବ ଏହିସବୁ ଜିଲ୍ଲା

ରାଜ୍ୟରେ ଧିରେ ଧିରେ ପାରଦ ତଳମୁହାଁ ହେଉଛି

ସୌଜନ୍ୟ: ସୋସିଆଲ ମିଡିଆ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଖସୁଛି ପାରଦ, ବଢିବ ଶୀତ । ରାଜ୍ୟରେ ଧିରେ ଧିରେ ପାରଦ ତଳମୁହାଁ ହେଉଛି । ଗତ ୨୪ ଘଣ୍ଟାରେ ହଠାତ୍ ବାଲେଶ୍ୱରରେ ସର୍ବାଧିକ ୪ ଦଶମିକ ୯ ଡିଗ୍ରୀ ତାପାମାତ୍ରା ହ୍ରାସ ପାଇଛି । ଏହାସହ ୯ଟି ସ୍ଥାନରେ ତାପମାତ୍ରା ୧୨ ଡିଗ୍ରୀ ତଳେ ରେକର୍ଡ ହୋଇଛି । ତେବେ ଆସନ୍ତା ପାଞ୍ଚଦିନ ରାଜ୍ୟରେ ଶୁଖିଲା ପାଗ ରହିବା ସହ ତିନି ଦିନ ମଧ୍ୟରେ ତିନି ଡିଗ୍ରୀ ପର୍ଯ୍ୟନ୍ତ ଆହୁରି ତାପମାତ୍ରା କମିବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ବିଶେଷ କରି ଉତ୍ତର ଓଡ଼ିଶା ଓ ଅନ୍ୟାନ୍ୟ ସ୍ଥାନ ବାଲେଶ୍ୱର, ଭଦ୍ରକ, ଚାନ୍ଦବାଲି, ଅନୁଗୁଳ, ବାରିପଦା, ଝାରସୁଗୁଡା, କେଉଁଝର, ସମ୍ବଲପୁର ଓ ସୁନ୍ଦରଗଡ ଆଦି ଜିଲ୍ଲାରେ ଆସନ୍ତା ଦୁଇ ଦିନ ମଧ୍ୟରେ ତାପମାତ୍ର ୧୦ ଡିଗ୍ରୀ ତଳକୁ ଖସିବ ବୋଲି ବିଭାଗ ସୂଚନା ଦେଇଛି । ସେହିପରି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି ପରିଲକ୍ଷିତ ହେବାର ସମ୍ଭାବନା ରହିଛି । ତେବେ ଉତ୍ତର ଓ ଆନ୍ଧ୍ରପ୍ରଦେଶ ଆଡୁ ଆସୁଥିବା ଉତ୍ତରା ପବନ ବହିବାରେ ବ୍ୟାଘାତ ସୃଷ୍ଟି ହେଉଥିବାରୁ ଥଣ୍ଡା ପଡିବାରେ ବିଳମ୍ବ ହେଉଥିବା କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ସୂଚନା ଦେଇଛନ୍ତି ।