ଓଡ଼ିଶା ଆଶ୍ୱସ୍ତ, ମଧ୍ୟପ୍ରଦେଶ ଫେରିଗଲେ ପଙ୍ଗପାଳ
Advertisement

ଓଡ଼ିଶା ଆଶ୍ୱସ୍ତ, ମଧ୍ୟପ୍ରଦେଶ ଫେରିଗଲେ ପଙ୍ଗପାଳ

ବିପଦ ନାହିଁ ବୋଲି ଭାବିବା ଠିକ୍ ନୁହେଁ: ଏସ.କେ. ବସିଷ୍ଟ

ଫାଇଲ ଫଟୋ

ମଳୟ ମହାନ୍ତି, ଭୁବନେଶ୍ୱର: ଓଡ଼ିଶା ପାଇଁ ଆଶ୍ୱସ୍ତକର ଖବର । ଗତକାଲି ମଧ୍ୟପ୍ରଦେଶରୁ ଆସି ଛତିଶଗଡ଼ରେ ପହଞ୍ଚିଥିବା ପଙ୍ଗପାଳ ପୁଣିଥରେ ମଧ୍ୟପ୍ରଦେଶ ମୁହାଁ ହୋଇଛନ୍ତି । ତେବେ ଓଡ଼ିଶା ପାଇଁ ବିପଦ ନାହିଁ ବୋଲି କହିବା ଠିକ୍ ହେବ ନାହିଁ ବୋଲି କହିଛନ୍ତି କୃଷି ବିଭାଗର ସ୍ୱତନ୍ତ୍ର ସଚିବ ଏସ.କେ. ବସିଷ୍ଟ । ଆମେ ଏବେ ଛତିଶଗଡ଼ ସରକାରଙ୍କ ସହ ଯୋଗାଯୋଗରେ ଅଛୁ ବୋଲି ସେ କହିଛନ୍ତି । 

କୃଷି ବିଭାଗର ସ୍ୱତନ୍ତ୍ର ସଚିବ ଆହୁରି ମଧ୍ୟ କହିଛନ୍ତି, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡ଼ଖଣ୍ଡ ସୀମାନ୍ତରେ ଥିବା ଓଡ଼ିଶାର ଜିଲ୍ଲା ପାଇଁ ଆଲର୍ଟ ଜାରି କରାଯାଇଛି । ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡା କଳାହାଣ୍ଡି, କୋରାପୁଟ, ମାଲକାନଗିରି, କେନ୍ଦୁଝର ଓ ମୟୁରଭଞ୍ଜକୁ ଆଲର୍ଟ କରାଯାଇଛି । ମୁଖ୍ୟମନ୍ତ୍ରୀ ସମୀକ୍ଷା କରି ସଜାଗ ରହିବା ପାଇଁ କହିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।