Surya Gochar 2023: ଏହି ଦିନ ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ, ବୁଦ୍ଧାଦିତ୍ୟ ରାଜ ଯୋଗ ଫଳରେ ମାଲେମାଲ ହେବ ଏହି ୪ ରାଶି!
Advertisement
Article Detail0/zeeodisha/odisha1772709

Surya Gochar 2023: ଏହି ଦିନ ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ, ବୁଦ୍ଧାଦିତ୍ୟ ରାଜ ଯୋଗ ଫଳରେ ମାଲେମାଲ ହେବ ଏହି ୪ ରାଶି!

Surya Gochar 2023: ବୁଧଙ୍କ ସହ ସୂର୍ଯ୍ୟଙ୍କ ସଂଯୋଗ ଫଳରେ କର୍କଟ ରାଶିରେ ବୁଦ୍ଧାଦିତ୍ୟ ରାଜା ଯୋଗ ସୃଷ୍ଟି ହେବାକୁ ଯାଉଛି। ସୂର୍ଯ୍ୟ କର୍କଟ ରାଶିରେ ପ୍ରାୟ ୧ ମାସ ଧରି ଅବସ୍ଥାପନ କରିବେ । ଏହି ସମୟରେ ୪ଟି ରାଶିଙ୍କ ଜୀବନରେ ହୋଇପାରେ ବଡ଼ ପରିବର୍ତ୍ତନ ।

ସୌ(ସୋସିଆଲ ମିଡିଆ)

Surya Gochar 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ରାଶି ପରିବର୍ତ୍ତନ (grah gochar 2023) କରିଥାଆନ୍ତି । ଗ୍ରହମାନଙ୍କ ଆଗମନ ବା ପ୍ରତ୍ୟାବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ସମସ୍ତ ଗ୍ରହ ଏକ ଅବଧି ପରେ ସେମାନଙ୍କର ଗତି ପରିବର୍ତ୍ତନ କରନ୍ତି, ଫଳରେ ସମସ୍ତ ରାଶି ଉପରେ କେତେବେଳେ ସକରାତ୍ମକ ତ ଆଉ କେତେବେଳେ ନକାରାତ୍ମକ ପ୍ରଭାବ ପଡ଼ିଥାଏ ।  ଜୁଲାଇ ୧୬ ତାରିଖରେ ଗ୍ରହ ମାନଙ୍କ ରାଜା ସୂର୍ଯ୍ୟ କର୍କଟରେ ପ୍ରବେଶ କରିବାକୁ ଯାଉଛନ୍ତି । ବୁଧଙ୍କ ସହ ସୂର୍ଯ୍ୟଙ୍କ ସଂଯୋଗ ଫଳରେ କର୍କଟ ରାଶିରେ ବୁଦ୍ଧାଦିତ୍ୟ ରାଜା ଯୋଗ ସୃଷ୍ଟି ହେବାକୁ ଯାଉଛି। ସୂର୍ଯ୍ୟ କର୍କଟ ରାଶିରେ ପ୍ରାୟ ୧ ମାସ ଧରି ଅବସ୍ଥାପନ କରିବେ । ଏହି ସମୟରେ ୪ଟି ରାଶିଙ୍କ ଜୀବନରେ ହୋଇପାରେ ବଡ଼ ପରିବର୍ତ୍ତନ ।

ମେଷ ରାଶି- ସୃଷ୍ଟି ହେବାକୁ ଥିବା ଏହି ବୁଦ୍ଧଦିତ୍ୟ ରାଜଯୋଗ ମେଷ ରାଶିର ବ୍ୟକ୍ତି ବିଶେଷ ପାଇଁ ବେଶ ଫଳପ୍ରଦ ରହିବ । ଏହି ସମୟ ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଫଳ ଆଣିଦେବ । ବ୍ୟବସାୟ ସହିତ ଜଡିତ ଲୋକଙ୍କୁ ଲାଭ ମିଳିବ । ଯାନବାହାନ, ଜାଗା ବାଡ଼ି ବା ଅନ୍ୟ କୌଣସି ମୂଲ୍ୟବାନ ଜିନିଷ କିଣିବା ନେଇ ଯୋଗ ରହିଛି । ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଏହି ଅବଧିରେ ଲାଭ ପାଇପାରିବେ। ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଉଚ୍ଚ ପଦବୀରେ ରହିବାର ସୁଯୋଗ ପାଇବେ । 

 

କର୍କଟ ରାଶି- କର୍କଟ ରାଶିରେ ଏହି ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି ହେବାକୁ ଯାଉଛି, ଏହାର ପ୍ରଭାବରେ କର୍କଟ ରାଶିର ବ୍ୟକ୍ତି ବିଶେଷମାନେ ବିଶେଷ ଭାବେ ଉପକୃତ ହେବ । ଏହି ସମୟ ମଧ୍ୟରେ ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବା ସହ ସହଭାଗୀତା ସହିତ ଚାଲିଥିବା ବ୍ୟବସାୟରେ ସକରାତ୍ମକ ଫଳ ମିଳିବ । ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବ । ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ସମସ୍ୟାମାନ ଦୂର ହେବ । ଦୂରସ୍ଥାନକୁ ଯାତ୍ରା ଲାଭଦାୟୀ ରହିବ ।

କନ୍ୟା ରାଶି- ସୂର୍ଯ୍ୟ ଓ ବୁଧଙ୍କ ମିଳନ ଦ୍ୱାରା ଗଠିତ ହେବାକୁ ଥିବା ଏହି ବୁଦ୍ଧାଦିତ୍ୟ ରାଜଯୋଗ କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ। ଏହି ସମୟରେ, ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ପୁରୁଣା ବିନିଯୋଗରୁ ଲାଭ ମିଳିବ । ସନ୍ତାନ ସନ୍ତତି ମାନଙ୍କଠାରୁ ଭଲ ଖବର ପାଇ ମନ ପ୍ରସନ୍ନ ରହିବ। ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ହେବା ନେଇ ଯୋଗ ରହିଛି ।

ତୁଳା ରାଶି- ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ କ୍ୟାରିୟରେ ଶୁଭଫଳ ପ୍ରଦାନ କରିବ । ଆର୍ଥିକ୍ ସ୍ଥିତି ମଜଭୁତ ହେବ ।  ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଧୁର ହେବ । ନୂତନ କାର୍ଯ୍ୟ ଆରମ୍ଭ ନେଇ ଏହି ସମୟ ଅନୁକୂଳ ରହିବ ।

Also Read-Horoscope Today 10 July 2023: ଆଜି ସାବଧାନ୍ ରୁହନ୍ତୁ ଏହି ସବୁ ରାଶି ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର?

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)