'୧୫ ସ୍ୱାଧୀନ ବିଧାୟକ ବିଜେପିରେ ମିଶିବା ପାଇଁ ପ୍ରସ୍ତୁତ'
Advertisement
Article Detail0/zeeodisha/odisha589169

'୧୫ ସ୍ୱାଧୀନ ବିଧାୟକ ବିଜେପିରେ ମିଶିବା ପାଇଁ ପ୍ରସ୍ତୁତ'

ମହାରାଷ୍ଟ୍ରରେ ପୁଣି ସରକାର ଗଢିବ ବିଜେପି-ଶିବସେନା ମେଣ୍ଟ । ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ଏକଥା ଗୋଟିଏ ପ୍ରକାର ସ୍ପଷ୍ଟ ହେଉଛି । ସମୁଦାୟ ୧୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରୁ ୧୬୦ରୁ ଉର୍ଦ୍ଧ୍ୱ ଆସନରେ ମେଣ୍ଟ ଆଗୁଆ ରହିଛି । ତେବେ ବହୁ ସ୍ୱାଧିନ ବିଧାୟକ ମଧ୍ୟ ବିଜେପିରେ ମିଶିବାକୁ ପ୍ରସ୍ତୁତ ଥିବା କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ପୁଣି ସରକାର ଗଢିବ ବିଜେପି-ଶିବସେନା ମେଣ୍ଟ । ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ଏକଥା ଗୋଟିଏ ପ୍ରକାର ସ୍ପଷ୍ଟ ହେଉଛି । ସମୁଦାୟ ୧୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରୁ ୧୬୦ରୁ ଉର୍ଦ୍ଧ୍ୱ ଆସନରେ ମେଣ୍ଟ ଆଗୁଆ ରହିଛି । ତେବେ ବହୁ ସ୍ୱାଧିନ ବିଧାୟକ ମଧ୍ୟ ବିଜେପିରେ ମିଶିବାକୁ ପ୍ରସ୍ତୁତ ଥିବା କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । 

ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାଧିନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢି ବିଜୟ ହାସଲ କରିଥିବା ବହୁ ବିଧାୟକ ବିଜେପିରେ ମିଶିବାକୁ ପ୍ରସ୍ତୁତ ଅଛନ୍ତି । କମ୍ ସେ କମ୍ ୧୫ ଜଣ ସ୍ୱାଧିନ ବିଧାୟକ ବିଜେପିରେ ମିଶିପାରନ୍ତି । ଏମାନଙ୍କ ମଧ୍ୟରୁ ବହୁ ବିଧାୟକ ବିଜେପି ଏବଂ ଶିବସେନାର ବିଦ୍ରୋହୀ ପ୍ରାର୍ଥୀ ଥିଲେ ବୋଲି କହିଛନ୍ତି ଫଡନାଭିସ । 

ଫଡନାଭିସଙ୍କ କହିବା କଥା ହେଲା, ଏବେ ଏହି ୧୫ ସ୍ୱାଧୀନ ବିଧାୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି । ଖୁବଶୀଘ୍ର ଏମାନେ ଦଳରେ ସାମିଲ ହେବେ । ଅନ୍ୟ କିଛି ସ୍ୱାଧିନ ବିଧାୟକ ମଧ୍ୟ ଦଳରେ ସାମିଲ ହୋଇପାରନ୍ତି । ତେବେ ରାଜ୍ୟରେ ବିଜେପି-ଶିବସେନା ମେଣ୍ଟ ଉପରେ ଲୋକେ ଆସ୍ଥାପ୍ରକଟ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି । 

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟକୁ ବହୁମତ ମିଳିଛି ସତ । ହେଲେ ରାଜ୍ୟ ସରକାରଙ୍କ ୬ ମନ୍ତ୍ରୀ ଏହି ନିର୍ବାଚନରେ ପରାଜୟ ବରଣ କରିଛନ୍ତି । ଯାହାକୁ ନେଇ ଆସନ୍ତାକାଲିଠୁ ତର୍ଜମା କରାଯିବ ବୋଲି କହିଛନ୍ତି ଫଡନାଭିସ । ସେହିପରି ସତାରା ଲୋକସଭା ଉପନିର୍ବାଚନରେ ଦଳର ପରାଜୟ ତାଙ୍କୁ ଆଚମ୍ବିତ କରିଥିବା ସେ କହିଛନ୍ତି । ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ଏକ ଦୃଢ ସରକାର ଗଠନ ହେବ ଦୃଢକ୍ତି ମଧ୍ୟ କରିଛନ୍ତି ।

ଗତ ୨୦୧୪ ବିଧାନସଭା ନିର୍ବାଚନରେ ୨୬୦ ଆସନରେ ପ୍ରତିଦ୍ୱନ୍ଦିତା କରିଥିଲା ବିଜେପି । ୧୨୨ ଆସନରେ ବିଜୟୀ ହୋଇଥିଲା । ହେଲେ ଏଥର ୧୫୦ ଆସନରେ ପ୍ରାର୍ଥୀ ଦେଇ ୧୦୦ରୁ ଉର୍ଦ୍ଧ୍ୱ ଆସନରେ ବିଜୟୀ ହେବା ଆଶା କରାଯାଉଛି । ଆଉ କିଛି ସମୟ ପରେ ପୁରା ଚିତ୍ର ସ୍ପଷ୍ଟ ହୋଇଯିବ ।