ଲକଡାଉନ ଗାଇଡ଼ ଲାଇନ ଉଲ୍ଲଂଘନ କରି ୨ ଗିରଫ
Advertisement

ଲକଡାଉନ ଗାଇଡ଼ ଲାଇନ ଉଲ୍ଲଂଘନ କରି ୨ ଗିରଫ

ଓଡ଼ିଶାରେ ନିୟମ ଉଲ୍ଲଂଘନ କରି ଗିରଫ ହେଲେ

ଲକଡାଉନ ଗାଇଡ଼ ଲାଇନ ଉଲ୍ଲଂଘନ କରି ୨ ଗିରଫ

ସମ୍ବଲପୁର: ବୁର୍ଲା ଥାନା ଅଞ୍ଚଳରେ ଲକ ଡାଉନ ଗାଇଡ଼ ଲାଇନ ଉଲଂଘନ କରିଥିବା ଅଭଯୋଗରେ ଜଣେ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବୁର୍ଲା ପୋଲିସ ସୂଚନା ଦେଇଛି। ଏହା ସହ ବିଦେଶରୁ ଫେରନ୍ତା ଜଣେ ବ୍ୟକ୍ତି ବିଳମ୍ବରେ ପଞ୍ଜୀକରଣ କରିଥିବା ଅଭିଯୋଗରେ ମଧ୍ୟ ବୁର୍ଲା ଥାନାରେ ମାମଲା ରୁଜ୍ଜୁ ହୋଇଥିବା ପୋଲିସ ସୂଚନା ଦେଇଛି। 

ସମ୍ପୃକ୍ତ ବ୍ୟକ୍ତି ଜଣକ ମାର୍ଚ୍ଚ ଦ୍ଵିତୀୟ ସପ୍ତାହରେ ବିଦେଶରୁ ବୁର୍ଲା କୁ ଫେରିଥିଲେ ମଧ୍ୟ ବହୁ ବିଳମ୍ବରେ ପଞ୍ଜିକରଣ କରିଥିବାରୁ ତାଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି।ତେବେ ବିଦେଶ ଫେରନ୍ତା ବ୍ୟକ୍ତିଙ୍କୁ ତାଙ୍କ ଘରେ ହୋମ କୁଆରେନଟାଇନ ରଖାଯାଇଛି।ତେବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ କୋରୋନା ପାଇଁ ରାଜ୍ୟରେ ଲକଡାଉନ  ସ୍ଥିତି ଜାରି ହୋଇଛି। ଏହାକୁ କଡ଼ାକଡ଼ି ପାଳନ କରିବାକୁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ହୋଇଛି। ଏଥିରେ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି।