ବାଲାକୋଟରେ ପୁଣି ସକ୍ରିୟ ହେଲା ଜୈଶର ଆତଙ୍କୀ କ୍ୟାମ୍ପ
Advertisement

ବାଲାକୋଟରେ ପୁଣି ସକ୍ରିୟ ହେଲା ଜୈଶର ଆତଙ୍କୀ କ୍ୟାମ୍ପ

ନ୍ୟୁଜ ଏଜେନ୍ସି ଏଏନଆଇ ତରଫରୁ କୁହାଯାଇଛି ଯେ, ପ୍ରାୟ ୪୦-୫୦ ଆତ୍ମଘାତୀ ଆକ୍ରମଣକାରୀ ପାକିସ୍ତାନର ବାଲାକୋଟରେ ଜୈଶ-ଇ-ମହମ୍ମଦର ଟେନିଂ କ୍ୟାମ୍ପରେ ପ୍ରଶିକ୍ଷଣ ନେଉଛନ୍ତି । ବର୍ତ୍ତମାନ ଯାଏ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ଗୁଇନ୍ଦା ସଂସ୍ଥା ଏହି ଆତଙ୍କୀଙ୍କୁ ମିଳୁଥିବା ସୁବିଧା ଓ ସେମାନଙ୍କ ଗତିବିଧି ଉପରେ ନଜର ରଖିଛି । 

  •  ଗୁଇନ୍ଦା ସୂଚନା ଅନୁସାରେ  ଜୈଶ-ଇ-ମହମ୍ମଦର କ୍ୟାମ୍ପରେ ୪୦ରୁ ୫୦ ଆତଙ୍କୀଙ୍କୁ ଟ୍ରେନିଂ ଦିଆଯାଉଛି।
  • ଭାରତୀୟ ଗୁଇନ୍ଦା ସଂସ୍ଥା ଏହି ଆତଙ୍କୀଙ୍କୁ ମିଳୁଥିବା ସୁବିଧା ଓ ସେମାନଙ୍କ ଗତିବିଧି ଉପରେ ନଜର ରଖିଛି । 
  • ଏହି କ୍ୟାମ୍ପରେ ପ୍ରଶିକ୍ଷଣ ନେଉଥିବା କିଛି ଆତଙ୍କୀ କାଶ୍ମୀରରେ ସେନାଙ୍କ ଉପରେ ଆକ୍ରମଣ କରିବା ପାଇଁ  ପଠାଯାଇଛି।
  • ସେନାଧ୍ୟକ୍ଷ ଜେନେରାଲ ରାଓତ ମଧ୍ୟ ଏପରି କିଛି କଥା କହିଥିଲେ ।
  •  

Trending Photos

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ:  ବାଲାକୋଟ ସ୍ଥିତ ଆତଙ୍କୀ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନା  ଦ୍ୱାରା ଚଳିତ ବର୍ଷ ଫେବୃଆରୀରେ କରାଯାଇଥିଲା ଏୟାର ଷ୍ଟ୍ରାଇକ।ଏହାର ୮ ମାସ ପରେ ପୁଣିଥରେ ସକ୍ରିୟ ହୋଇଛି ଆତଙ୍କୀ କ୍ୟାମ୍ପ। ଗୁଇନ୍ଦା ସୂଚନା ଅନୁସାରେ ଏହି କ୍ୟାମ୍ପରେ ୪୦ରୁ ୫୦ ଆତଙ୍କୀଙ୍କୁ ଟ୍ରେନିଂ ଦିଆଯାଉଛି ।

ନ୍ୟୁଜ ଏଜେନ୍ସି ଏଏନଆଇ ତରଫରୁ କୁହାଯାଇଛି ଯେ, ପ୍ରାୟ ୪୦-୫୦ ଆତ୍ମଘାତୀ ଆକ୍ରମଣକାରୀ ପାକିସ୍ତାନର ବାଲାକୋଟରେ ଜୈଶ-ଇ-ମହମ୍ମଦର ଟେନିଂ କ୍ୟାମ୍ପରେ ପ୍ରଶିକ୍ଷଣ ନେଉଛନ୍ତି । ବର୍ତ୍ତମାନ ଯାଏ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ଗୁଇନ୍ଦା ସଂସ୍ଥା ଏହି ଆତଙ୍କୀଙ୍କୁ ମିଳୁଥିବା ସୁବିଧା ଓ ସେମାନଙ୍କ ଗତିବିଧି ଉପରେ ନଜର ରଖିଛି । 

କାଶ୍ମୀରକୁ ପଠାଯାଉଛି ଆତଙ୍କୀ

ମିଳିଥିବା ସୂଚନା ଅନୁସାରେ, ଏହି କ୍ୟାମ୍ପରେ ପ୍ରଶିକ୍ଷଣ ନେଉଥିବା କିଛି ଆତଙ୍କୀ କାଶ୍ମୀରରେ ସେନାଙ୍କ ଉପରେ ଆକ୍ରମଣ କରିବା ପାଇଁ  ପଠାଯାଇଛି । ଏହି ଆତଙ୍କୀ କ୍ୟାମ୍ପ ପ୍ରାୟ ୬ ମାସ ଧରି ବନ୍ଦ ଥିଲା।କିନ୍ତୁ ପୁଣିଥରେ ବିଗତ କିଛିମାସ ଧରି ଏହି ଆତଙ୍କୀ କ୍ୟାମ୍ପ ସକ୍ରିୟ ହୋଇ ଉଠିଛି । 
 
ସେନାଧ୍ୟକ୍ଷ ଜେନେରାଲ ରାଓତ ମଧ୍ୟ ଏପରି କିଛି କଥା କହିଥିଲେ

ବିଗତ ଦିନରେ ସ୍ଥଳସେନା ପ୍ରମୁଖ ଜେନେରାଲ ବିପିନ ରାଓତ କହିଥିଲେ ଯେ, ପାକିସ୍ତାନର ବାଲାକୋଟରେ ପୁଣିଥରେ ଆତଙ୍କୀ କ୍ୟାମ୍ପ ସକ୍ରିୟ ହେବାକୁ ଲାଗିଛି।ଫେବୃଆରୀ ୨୬ରେ ଭାରତୀୟ ବାୟୁସେନାର ବୀରପୁତମାନେ ପାକିସ୍ତାନର ଖୈବର ପଖ୍ତୁନଖୱାରେ ଜୈଶ କ୍ୟାମ୍ପକୁ ଧ୍ୱଂସ କରିଦେଇଥିଲେ ।  

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ଚଳିତ ବର୍ଷ ଫେବୃଆରୀ ୧୪ରେ ଜମ୍ମୁ କାଶ୍ମୀରର ପୁଲୱାମାରେ ଜୈଶ-ଇ-ମହମ୍ମଦର ଆତଙ୍କୀ ଭାରତୀୟ ସୁରକ୍ଷା କର୍ମୀଙ୍କ ଉପରେ ଆତ୍ମଘାତୀ  ଆକ୍ରମଣ କରିଥିଲା।ଯେଉଁଥିରେ ୪୦ରୁ ଅଧିକ ଯବାନ ଶହୀଦ ହୋଇଥିଲେ ।