ମାର୍ଚ୍ଚରେ ୫ ଦିନ ବନ୍ଦ ରହିବ ବ୍ୟାଙ୍କ !
Advertisement

ମାର୍ଚ୍ଚରେ ୫ ଦିନ ବନ୍ଦ ରହିବ ବ୍ୟାଙ୍କ !

ବ୍ୟାଙ୍କରେ ଯଦି କିଛି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ରହିଛି, ତେବେ ଖୁବ ଶୀଘ୍ର ତାହାକୁ ସାରି ଦିଅନ୍ତୁ. କାରଣ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ୫ ଦିନ ବନ୍ଦ ରହିବ ବ୍ୟାଙ୍କ. 

ମାର୍ଚ୍ଚରେ ୫ ଦିନ ବନ୍ଦ ରହିବ ବ୍ୟାଙ୍କ !

ନୂଆଦିଲ୍ଲୀ: ବ୍ୟାଙ୍କରେ ଯଦି କିଛି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ରହିଛି, ତେବେ ଖୁବ ଶୀଘ୍ର ତାହାକୁ ସାରି ଦିଅନ୍ତୁ. କାରଣ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ୫ ଦିନ ବନ୍ଦ ରହିବ ବ୍ୟାଙ୍କ. 

ସୂଚନା ଯୋଗ୍ୟ ବ୍ୟାଙ୍କ ଅଫିସର ଓ କର୍ମଚାରୀମାନେ ପୁନର୍ବାର ୧୨ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇ ପାରନ୍ତି. ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ବେଶ ଜୋରଦାର ହେଉଛି. ଏହି ରିପୋର୍ଟ ଅନୁଯାୟୀ ମାର୍ଚ୍ଚ ମାସରେ ବ୍ୟାଙ୍କ କର୍ମଚାରୀ ୩ ଦିନିଆ ଧର୍ମଘଟକୁ ଓହ୍ଲାଇ ପାରନ୍ତି. ଯଦି ଧର୍ମଘଟ ହୁଏ ତେବେ ଲଗାତାର ଭାବେ ୫ଦିନ ବନ୍ଦ ରହିବ. 

ବ୍ୟାଙ୍କ ଏମ୍ପ୍ଲଇଜ ଫେଡେରେସନ ଅଫ ଇଣ୍ଡିଆ ଓ ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ସରକାର ସଂଘର ଦାବି ପୁରଣ ନ କଲେ ସବୁ ସରକାରୀ ବ୍ୟାଙ୍କର କର୍ମଚାରୀ ଆସନ୍ତା ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଧର୍ମଘଟକୁ ଓହ୍ଲାଇବେ. ସେହିପରି ମାର୍ଚ୍ଚ ୧୪ ତାରିଖ ଶନିବାର ପଡ଼ୁଛି ଯାହା ଦ୍ୱିତୀୟ ଶନିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ. ୧୫ ରବିବାର ପଡ଼ୁଥିବାରୁ ସ୍ୱାଭାବିକ ଭାବେ ବନ୍ଦ ରହିବ ବୋଲି ଜଣାପଡ଼ିଛି.