ନିଜକୁ 'ବାହୁବଳୀ' କହିଲେ ଟ୍ରମ୍ପ !
Advertisement

ନିଜକୁ 'ବାହୁବଳୀ' କହିଲେ ଟ୍ରମ୍ପ !

ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେବେ ଏହା ପୂର୍ବରୁ ସାମ୍ନାକୁ ଆସିଛି ଟ୍ରମ୍ପଙ୍କ ଏକ ଟ୍ୱିକ । ଜଣେ ଭାରତୀୟ ବନ୍ଧୁଙ୍କ ଟ୍ୱିଟକୁ ରିଟ୍ୱିଟ କରିଛନ୍ତି ଆମେରିକା ରାଷ୍ଟ୍ରପତି । 'ବାହୁବଳୀ' ଫିଲ୍ମର ଦୃଶ୍ୟକୁ ଏଡିଟ କରି ଟ୍ରମ୍ପଙ୍କ ପାଖକୁ ଟ୍ୱିଟ କରିଥିଲେ ଜଣେ ଭାରତୀୟ ଫ୍ୟାନ । ଅମରେନ୍ଦ୍ର ବାହୁବଳୀଙ୍କ ସ୍ଥାନରେ ଟ୍ରମ୍ପଙ୍କ ମୁହଁକୁ ଏଡିଟ କରି ଏହି ଭିଡିଓ ତିଆରି କରାଯାଇଛି । 

ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଭିଡ଼ିଓକୁ ରିଟ୍ୱିଟ କରିଛନ୍ତି । ନିଜକୁ 'ବାହୁବଳୀ' ଭାବରେ ଦେଖି, ଟ୍ରମ୍ପ ଯେ ବହୁତ ଖୁସି ହୋଇଯାଇଛନ୍ତି, ଏଭଳି ହିଁ ମନେ ହେଉଛି । ଫିଲ୍ମ 'ବାହୁବଳୀ'ରେ ଅମରେନ୍ଦ୍ର ବାହୁବଳୀଙ୍କ ଅଭିନୟ କରିଥିଲେ ସାଉଥ ସୁପରଷ୍ଟାର ପ୍ରଭାସ । ତେବେ ପ୍ରଭାସଙ୍କ ସ୍ଥାନରେ ଟ୍ରମ୍ପଙ୍କ ମୁହଁକୁ ଏଡିଟ କରି ଏହି ଭିଡ଼ିଓଟି ପ୍ରସ୍ତୁତ କରିଥିଲେ ଟ୍ରମ୍ପଙ୍କ ଭାରତୀୟ ଫ୍ୟାନ । ଯେଉଁ ଭିଡ଼ିଓରେ ଭାରତ ଓ ଆମେରିକା ମଧ୍ୟରେ ଏକତାର କଥା କୁହାଯାଇଛି । 

ଆହୁରି ପଢ଼ନ୍ତୁ; ଖୁବଶୀଘ୍ର ମୁକ୍ତ ହେବେ ଗୃହବନ୍ଦୀ ଥିବା ୩ ପୂର୍ବତନ ମୁଖ୍ୟମନ୍ତ୍ରୀ !