Ratha Yatra 2021:ଜନ୍ମବେଦୀରେ ପହଞ୍ଚିଲେ ବିଶ୍ୱ ନିୟନ୍ତା
Advertisement

Ratha Yatra 2021:ଜନ୍ମବେଦୀରେ ପହଞ୍ଚିଲେ ବିଶ୍ୱ ନିୟନ୍ତା

ସିଏ ସର୍ବ ନିୟନ୍ତା, ସର୍ବ ଶକ୍ତିମାନ। ସିଏ ହିଁ ହେଉଛନ୍ତି ବିଶ୍ୱ ବ୍ରହ୍ମାଣ୍ଡର ଆରାଧ୍ୟ ଦେବତା । ବର୍ଷକରେ ଥରେ ସିଏ ଦର୍ଶନ ଦେଇଥାନ୍ତି ଲୋକଙ୍କ ପାଖକୁ ଯାଇ ।ପ୍ରତ୍ୟକ୍ଷ ଭାବେ ପ୍ରତିଫଳିତ ହୁଏ ଭକ୍ତ ଓ ଭଗବାନଙ୍କର ସେଇ ଅପୂର୍ବ ଲୀଳା ।

Ratha Yatra 2021:ଜନ୍ମବେଦୀରେ ପହଞ୍ଚିଲେ ବିଶ୍ୱ ନିୟନ୍ତା

ପୁରୀ: ରଥ କହୁଥିଲା ପ୍ରତୀକ୍ଷା କରି ହେଉନି । ପଥ କହୁଥିଲା ପ୍ରଭୁଙ୍କ ବାଟ ଚାହିଁ ଚାହିଁ ମନ ଆଉ ସମ୍ଭାଳି ପାରୁନି । ଚକା ଆଖି ବି ବ୍ୟାକୁଳ ହେଉଥିଲା ବାହାରକୁ ଆସି ଦର୍ଶନ ଦେବାକୁ । ଶେଷରେ ରତ୍ନ ସିଂହାସନରୁ ବାହାରିଲେ ମହାବାହୁ ।  ଦୁନିଆ ଦେଖିଲା ବିଶ୍ୱ ନିଅନ୍ତାଙ୍କ ଅପୂର୍ବ ଲୀଳା । ଶରଧା ବାଲି ବି ନିରବତା ଭାଙ୍ଗି ଦେବଦାସୀ ନୃତ୍ୟ କରୁଥିଲା । ବିନା ଭକ୍ତରେ ବି କମ୍ପୁଥିଲା ବଡ଼ଦାଣ୍ଡ । ଘଣ୍ଟ ମାଡ଼କୁ ଶଙ୍ଖ ଧ୍ୱନୀ ସହ ଜୟ ଜଗନ୍ନାଥ ଡାକରେ ପ୍ରକମ୍ପିତ ହେଉଥିଲା ପୂରା ପରିବେଶ । ଭକ୍ତ ନ ଥିଲେ ବି ରଥ ଟାଣି ଟାଣି ଶ୍ରୀଗୁଣ୍ଡିଚା ପର୍ଯ୍ୟନ୍ତ ତିନିରଥକୁ ପହଞ୍ଚାଇଥିଲେ ସେବାୟତ ।

ରଥ ଚାରିପାଖେ ଲମ୍ୱେ ମୁକୁତାର ଝରା, ଝଲମଲ ଦିଶୁଥାଇ ପ୍ରଭୁ ଚକାଡୋଳା....ଆଗେ ଚାଲେ ବଳଭଦ୍ର ମଧ୍ୟେ ଚାନ୍ଦମୁହିଁ, ପଛରେ ଆସେ କାଳିଆ ଗହଳ ଲଗାଇ। ସିଏ ଓମକାର । ସିଏ ହିଁ ଜ୍ଞାନର ଭଣ୍ଡାର ।ଅନ୍ଧକାର ରୂପକ ଅଜ୍ଞାନରୁ ଜ୍ଞାନର ଆଲୋକ ଦେଖାଇଥାନ୍ତି ସେ। ସିଏ ବ୍ରହ୍ମାଣ୍ଡ । ସିଏ ସର୍ବ ନିୟନ୍ତା, ସର୍ବ ଶକ୍ତିମାନ। ସିଏ ହିଁ ହେଉଛନ୍ତି ବିଶ୍ୱ ବ୍ରହ୍ମାଣ୍ଡର ଆରାଧ୍ୟ ଦେବତା । ବର୍ଷକରେ ଥରେ ସିଏ ଦର୍ଶନ ଦେଇଥାନ୍ତି ଲୋକଙ୍କ ପାଖକୁ ଯାଇ ।ପ୍ରତ୍ୟକ୍ଷ ଭାବେ ପ୍ରତିଫଳିତ ହୁଏ ଭକ୍ତ ଓ ଭଗବାନଙ୍କର ସେଇ ଅପୂର୍ବ ଲୀଳା ।

Also Read: ଦେଶକୁ ଏଣ୍ଟ୍ରି କରିନି Lambda Variant, ଆସିଲେ ହେବ ଭୟଙ୍କର ସ୍ଥିତି !

ରଥ, ପଥ ସବୁ ଥିଲେ ପ୍ରସ୍ତୁତ (Ratha Yatra 2021) । ଅପେକ୍ଷା ଥିଲା କେବଳ ସେହି ସୁବର୍ଣ୍ଣ ମୁହୂର୍ତ୍ତକୁ । ଘଣ୍ଟ, ଘଣ୍ଟା, କାହାଳୀର ଶବ୍ଦ ମଧ୍ୟରେ ଦୁଲୁକି ପଡ଼ୁଥିଲା ବଡ଼ଦାଣ୍ଡ । ରଥ ପ୍ରତିଷ୍ଠା ଓ ମଙ୍ଗଳାର୍ପଣ ପରେ ନିର୍ଦ୍ଧାରିତ ରୀତି ନୀତି ଅନୁଯାୟୀ  ଆରମ୍ଭ ହୋଇଥିଲା ପହଣ୍ଡି । ସୁଦର୍ଶନ ମହାରାଜଙ୍କ ପରେ ଝୁଲି ଝୁଲି ବାଇଶୀ ପାହାଚରେ ତଳକୁ ଓହ୍ଲାଇଥିଲେ ବଳଭଦ୍ର । ପରେ ଦେବୀ ସୁଭଦ୍ରା ଓ ଶେଷରେ କଳାସାଆନ୍ତ ପହଣ୍ଡିରେ ବିଜେ କରିଥିଲେ । ଶ୍ରୀଜିଉଙ୍କ ବିଭିନ୍ନ ନୀତିକାନ୍ତି ଶେଷ ହେବା ପରେ ଜଗତଗୁରୁ ଶଙ୍କରାଚାର୍ଯ୍ଯ ସହଚରମାନଙ୍କ ସହ ଆସି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ । ଶେଷରେ ଜଗନ୍ନାଥଙ୍କ (Lord Jagannath) ଆଦ୍ୟସେବକ ମହାରାଜା ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କରିଥିଲେ ।

Also Read: ଦେଶରେ ପହଞ୍ଚି ସାରିଛି କୋରୋନାର ତୃତୀୟ ଲହର! ନିୟମ ଭାଙ୍ଗିଲେ ହେବ ଭୟାବହ

ଏହା ପରେ ଆରମ୍ଭ ହୋଇଥିଲା ରଥଟଣା ପାଇଁ ପ୍ରସ୍ତୁତି । ବିନାଭକ୍ତରେ ଏଥର ରଥଯାତ୍ରା ହୋଇଥିବାରୁ ସେବାୟତମାନେ ହିଁ ରଥ ଟାଣିଥିଲେ ଆଉ ଜଗତ ନିଅନ୍ତାଙ୍କ ଜନ୍ମବେଦୀମୁଖେ ଟାଣି ନେଇଥିଲେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ । କୋରୋନା ମହାମାରୀ (Corona Pandemic) ଯୋଗୁ ଦୁଇବର୍ଷ ହେବ ସାରା ବିଶ୍ୱ ଦୋହଲି ପଡ଼ିଥିବାବେଳେ ବେଶ୍ ତର୍କ ବିତର୍କ ମଧ୍ୟରେ ସମ୍ପନ୍ନ ହୋଇଛି ଏଥରକ ରଥଯାତ୍ରା । ସବୁ ତ ସେଇ କୋଟି କୈବଲ୍ୟନାଥଙ୍କ ଲୀଳା । ସେଥିପାଇଁ ତ ସ୍ୱ-ଇଚ୍ଛାରେ ପୁଣି ଥରେ ସାଆନ୍ତେ ଯାଇଛନ୍ତି ନିଜ ଜନ୍ମବେଦୀକୁ ।