ଶୀତଦିନେ ବାରମ୍ବାର ପରିସ୍ରା ଲାଗୁଛି କି ? ଏହା ଏକ ମାରାତ୍ମକ ରୋଗର ଲକ୍ଷଣ ହୋଇପାରେ
Advertisement
Article Detail0/zeeodisha/odisha611609

ଶୀତଦିନେ ବାରମ୍ବାର ପରିସ୍ରା ଲାଗୁଛି କି ? ଏହା ଏକ ମାରାତ୍ମକ ରୋଗର ଲକ୍ଷଣ ହୋଇପାରେ

ଶୀତଦିନେ ପ୍ରାୟତଃ ଅଧିକାଂଶ ଲୋକ କମ ପାଣି ପିଅନ୍ତି କିନ୍ତୁ ଅଧିକ ଥର ପରିସ୍ରା ଯାଆନ୍ତି, ହେଲେ ଏହା ଏକ ମାରତ୍ମକ ରୋଗର ଲକ୍ଷଣ ମଧ୍ୟ ହୋଇପାରେ

ସୌଜନ୍ୟ: ସୋସିଆଲ ମିଡିଆ

ତପସ୍ୱିନୀ ମହାଳିକ, ଭୁବନେଶ୍ୱର: ଏବେ ଚାଲିଛି ଶୀତଦିନ, ଏହି ଶୀତଦିନେ ପ୍ରାୟତଃ ଅଧିକାଂଶ ଲୋକ କମ ପାଣି ପିଅନ୍ତି କିନ୍ତୁ ଅଧିକ ଥର ପରିସ୍ରା ଯାଆନ୍ତି । ସେ ରାତିରେ ଶୋଇବା ସମୟରେ ହେଉ ଅବା ଦିନରେ ଚଳପ୍ରଚଳ କିମ୍ବା କାମ କରିବା ସମୟରେ ହେଉ । ଆପଣଙ୍କର ଯଦି ଏଭଳି ସମସ୍ୟା ଦେଖାଦେଉଛି, ତେବେ ସାବଧାନ । ଏହା ଏକ ମାରତ୍ମକ ରୋଗର ଲକ୍ଷଣ ମଧ୍ୟ ହୋଇପାରେ ।

fallback

ଶୀତଦିନେ ପ୍ରାୟ ଅଧିକାଂଶ ଲୋକେ ବାରମ୍ବାର ନିଜ ସିଟରୁ ଉଠି ଟଏଲେଟ୍ ଯାଇଥାନ୍ତି ।  ଆଉ ଏମିତିରେ  ଅଫିସ କିମ୍ବା  କଲେଜରେ ଯଦି କେହି ଏଭଳି  ବାରମ୍ବାର ଟଏଲେଟ  ଯାଆନ୍ତି, ତେବେ ସେମାନଙ୍କୁ ପରିହାସର ସାମ୍ନା କରିବାକୁ ମଧ୍ୟ ପଡ଼ିଥାଏ ।  କିନ୍ତୁ ହୁଏତ ଏହାକୁ ଲୋକେ ଏତେ ଗୁରୁତର ସହ ନେଇ ନ ଥାନ୍ତି । କେତେକ ଡାକ୍ତରଙ୍କ ମତ ଅନୁଯାଇ ବାରମ୍ବାର ପରିସ୍ରା ଲାଗିବା ମରାତ୍ମକ ବା ଏକ ଗମ୍ଭୀର ସମସ୍ୟାର ସଙ୍କେତ ଅଟେ ।  ଡାକ୍ତିରୀ ଭାଷାରେ ଏହାକୁ କୋଲ୍ଡ ଡାୟରେସିସ୍ କୁହାଯାଇଥାଏ ।  ଏହି ସମସ୍ୟା  ପରବର୍ତ୍ତି ସ୍ଥିତିରେ ଘାତକ ମଧ୍ୟ ସାଜିପାରେ । 

ଏହି କୋଲ୍ଡ ଡାୟରେସିସ୍ ସମସ୍ୟା କଣ ? ବିସୃତ ଭାବେ ଜାଣନ୍ତୁ 

ବିଶେଷଜ୍ଞଙ୍କ ମତ ଅନୁଯାଇ ଡାୟରେସିସ୍ କାରଣରୁ ବାରମ୍ବାର ପରିସ୍ରା ଲାଗିବା ଶରୀର ଉପରେ କୁପ୍ରଭାବ ପକାଇଥାଏ । ଏହା ଦ୍ୱାରା ଆପଣଙ୍କ ଶରୀର ଭିତରେ ଅନେକ ପ୍ରକାର ରୋଗ ମଧ୍ୟ ସୃଷ୍ଟି ହୋଇଥାଏ । ହୁଏତ  ଏହାର କୁପ୍ରଭାବ ବିଷୟରେ ଆପଣଙ୍କୁ ବିଲକୁଲ ବି ଜଣା ନଥିବ ।  ଡାୟରେସିସ୍ କାରଣରୁ ମଣିଷ ଶରୀରରୁ କେବଳେ ଜଳ ନିଷ୍କାସିତ ହୋଇ ନ ଥାଏ, ବାରମ୍ବାର ପରିସ୍ରା ଦ୍ୱାରା ସୋଡ଼ିୟମ୍ ଓ ପଟାସିୟମ୍  ବି ନଷ୍ଟ ହୋଇଥାଏ । ଶରୀରରୁ ଅତ୍ୟଧିକ ମାତ୍ରାରେ ସୋଡ଼ିୟମ୍ ଓ ପଟାସିୟମ୍ ନିର୍ଗତ ହେବା କାରଣରୁ ଆପଣମାନେ ହାଇପୋନାଟ୍ରେମିଆ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇପାରନ୍ତି । ଏହା ଛଡ଼ା ଶରୀରର ତାପମାତ୍ରା ମଧ୍ୟ ଅତ୍ୟଧିକ କମିଯାଇଥାଏ । ଆଉ ବିଭିନ୍ନ ରୋଗ ମଧ୍ୟ ହୋଇଥାଏ, ତେଣୁ ଏଥି ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଅଟେ ।